ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ଯେଉଁ ଗୁରୁ ଅତି ନିଷ୍ଠାର ସହ ପିଲାଙ୍କୁ ପାଠ ପଢ଼ାନ୍ତି ସେ ଛାତ୍ରୀଛାତ୍ରଙ୍କ ନିକଟରେ ସବୁବେଳେ ପ୍ରଣମ୍ୟ ଓ ନମସ୍ୟ ହୋଇ ରହନ୍ତି। ସେହି ଶିକ୍ଷକଙ୍କ ବଦଳିକୁ ସମ୍ପୃକ୍ତ ଛାତ୍ରୀଛାତ୍ର ସହ୍ୟ କରିପାରନ୍ତି ନାହିଁ। ଧୈର୍ଯ୍ୟହରା ହୋଇ କାନ୍ଦିପକାନ୍ତି। ଏପରି ଏକ ଘଟଣା ମଧ୍ୟପ୍ରଦେଶରେ ଘଟିଛି। ସରକାରୀ ଚାକିରିରେ ବଦଳିହେବା ଏକ ସାଧାରଣ ଘଟଣା ହୋଇଥିଲେ ହେଁ ଏହି ନିଷ୍ଠୁର ସତ୍ୟକୁ ମାନିବାକୁ ପ୍ରସ୍ତୁତ ନ ଥିଲେ ସମ୍ପୃକ୍ତ ସ୍କୁଲ୍‌ର ଛାତ୍ରୀଛାତ୍ର। କିନ୍ତୁ ସରକାରୀ ନିୟମକୁ ସମ୍ମାନ ଜଣାଇ ଶିକ୍ଷକ ବଦଳି ହେବାପରେ ଛାତ୍ରୀଛାତ୍ରମାନେ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ମଧ୍ୟପ୍ରଦେଶର କଟ୍‌ନିରେ ଥିବା ଏହି ସ୍କୁଲରେ ଶିକ୍ଷକଙ୍କ ବଦଳି ଖବର ଶୁଣିବା ପରେ ଛାତ୍ରୀଛାତ୍ର ସାର୍‌ଙ୍କୁ ଧରି ଅତି ଦୁଃଖରେ ମ୍ରିୟମାଣ ହୋଇ କାନ୍ଦି ପକାଇଥିଲେ। ସ୍ଥାନୀୟ ଖେମରଖେଡ଼ା ଅଞ୍ଚଳରେ ଥିବା ତିଲମନ୍‌ ଗାଁର ମାଧ୍ୟମିକ ସ୍କୁଲର ଶିକ୍ଷକ ମଙ୍ଗଳ ଦୀନ୍‌ ପଟେଲଙ୍କ ବଦଳି ହୋଇଥିଲା। ତେବେ ଏ ସମ୍ପର୍କରେ ଛାତ୍ରୀଛାତ୍ର ଜାଣିବା ପରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଛାତ୍ରୀଛାତ୍ର ମଙ୍ଗଳଙ୍କୁ ଧରି କାନ୍ଦିଥିଲେ। ମଙ୍ଗଳଙ୍କ ଆଖିରୁ ମଧ୍ୟ ଲୁହ ବୋହି ଚାଲିଥିଲା। ଏହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri