ଆଇନଗତ କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ପ୍ରଦାନ ପାଇଁ ଏଡିଏମ୍‌ଙ୍କୁ ନିବେଦନ

ହାଟଡିହୀ,୭ା୭(ଶୁଭକାନ୍ତ ନାୟକ): ସୂଚନା ଅଧିକାର ଆଇନ ଅନୁସାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳର ଜଣେ ବ୍ୟକ୍ତି ଏକ ସୂଚନା ସମ୍ପର୍କରେ ତଥ୍ୟ ପାଇବା ପାଇଁ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀଙ୍କ ନିକଟରେ ୧୦.୧୦.୨୦୨୩ରେ ଆବେଦନ କରିଥିଲେ। ଜନ ସୂଚନା ଅଧିକାରୀ ପ୍ରଭୁ କଲ୍ୟାଣ ଦାସ ୩୦ ପୃଷ୍ଠା ସମ୍ବଳିତ ତଥ୍ୟ ପ୍ରଦାନ ପାଇଁ ଜେରକ୍ସ ଖର୍ଚ୍ଚ ବାବଦରେ ୬୦ ଟଙ୍କା ଡେପୁଟି କଲେକ୍ଟର ଏମର୍ଜନି୍ସଙ୍କ ଠାରେ ଜମା କରିବାକୁ ଜଣାଇଥିଲେ। ଧାର୍ଯ୍ୟ ସମୟ ମଧ୍ୟରେ ଆବେଦନକାରୀ ଉକ୍ତ ଟଙ୍କା ଜମା କରିଥିଲେ। ଟଙ୍କା ଜମା ହୋଇ ନ ଥିବା ଦର୍ଶାଇ ୨୦ ଦିନ ପରେ ଜନ ସୂଚନା ଅଧିକାରୀ ପ୍ରଭୁ କଲ୍ୟାଣ ଆବେଦନ ପତ୍ରକୁ ନାକଚ କରିଦେଇଥିଲେ। ଫଳରେ ପ୍ରଥମ ଅପିଲେଟ ଅଧିକାରୀ ତଥା ଏଡିଏମଙ୍କ ନିକଟରେ ଆବେଦନକାରୀ ଅପିଲ କରିଥିଲେ। ଅପିଲ କେସ୍‌ ନଂ ୧୮/୨୦୨୩ ଅଟେ l ୨୦୨୩ ଡିସେମ୍ବର ୨୨ରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ୨୦୨୪ ଫେବୃଆରୀ ୨ରେ ଅର୍ଡର ପ୍ରକାଶ ହୋଇଥିଲା। ଅର୍ଡରରେ ଦର୍ଶାଯାଇଛି ଯେ, ଶୁଣାଣି ସମୟରେ ଉକ୍ତ ୬୦ ଟଙ୍କା ଜମା ହୋଇଥିବା ସ୍ପଷ୍ଟ ହୋଇଥିଲା। ଜମା ହୋଇଥିବା ଟଙ୍କା ବାବଦରେ ଜନ ସୂଚନା ଅଧିକାରୀ ପ୍ରଭୁ କଲ୍ୟାଣ ଜାଣି ନ ଥିବା ଶୁଣାଣିରେ କହିଥିଲେ। ବିନା ମୂଲ୍ୟରେ ସୂଚନା ପ୍ରଦାନ ପାଇଁ ଅପିଲେଟ ଅଧିକାରୀ ତଥା ଏଡିଏମ ଯଦୁମଣି ମହଲା ଜନ ସୂଚନା ଅଧିକାରୀ ପ୍ରଭୁ କଲ୍ୟାଣଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ନିର୍ଦ୍ଦେଶ ପରେ ଅସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଥିଲା ଏବଂ ପୂର୍ବରୁ ଜମା ହୋଇଥିବା ୬୦ ଟଙ୍କା ଆବେଦନକାରୀଙ୍କୁ ଫେରସ୍ତ ହୋଇ ନ ଥିଲା। ଫଳରେ ଏ ନେଇ ଆବେଦନକାରୀ ୧.୭.୨୦୨୪ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ କ୍ଷତି ପୂରଣ ପ୍ରଦାନ ନିମନ୍ତେ ଅପିଲେଟ ଅଧିକାରୀ ତଥା ଏଡିଏମଙ୍କୁ ଲିଖିତ ଭାବେ ପ୍ରାର୍ଥନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri