Posted inଜାତୀୟ

NEET ପ୍ରଶ୍ନପତ୍ର ଲିକ୍‌ ମାମଲା, ଗିରଫ ହେଲେ ଆଉ ୫

ନୂଆଦିଲ୍ଲୀ, ୨୨।୬: ସାରା ଦେଶରେ ନିଟ୍‌ ପରୀକ୍ଷାରେ ଅନିୟମିତତାକୁ ନେଇ ବିକ୍ଷୋଭ ଜାରି ରହିଛି । ବିହାର ପୋଲିସ୍‌ ତଦନ୍ତରେ ଲାଗି ରହିଥିବା ବେଳେ ଅଭିଯୁକ୍ତଙ୍କୁ ଖୋଜୁଛି । ଏହାରି ମଧ୍ୟରେ ବିହାର ପୋଲିସ୍‌ର ଅର୍ଥନୈତିକ ଅପରାଧ ୟୁନିଟ୍‌କୁ ଏକ ବଡ଼ ସଫଳତା ମିଳିଛି । ଶୁକ୍ରବାର ଏହି ମାମଲାରେ ଜଡ଼ିତ ଥିବା ୫ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଏଥିସହିତ ନିଟ୍‌ ମାମଲାରେ ମୋଟ ୧୮ ଜଣଙ୍କୁ ଗିରଫ କରାଗଲାଣି ।

ମିଳିଥିବା ସୂଚନା ଅନୁସାରେ ଏହି ୫ ଜଣଙ୍କୁ ଝାଡ଼ଖଣ୍ଡର ଦେଓଘର ଅଞ୍ଚଳରୁ ଗିରଫ କରାଯାଇଛି । ସେମାନଙ୍କୁ ଅଧିକ ପଚରାଉଚରା କରିବା ପାଇଁ ପାଟନା ନିଆଯାଇଛି । ପୂର୍ବରୁ ରାଞ୍ଚିରୁ ବାପ-ପୁଅ ଦୁଇଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା ।

ସୂଚନା ଥାଉକି, ଏହି ପେପର ଲିକ୍‌ ଘଟଣା ଏକ ଫୋନ୍‌ କଲ୍‌ ପରେ ସନ୍ଦେହ ଘେରକୁ ଆସିଥିଲା ବୋଲି ଜଣାପଡ଼ିଛି । ମେ ୫ ତାରିଖରେ ନିଟ୍‌ ପରୀକ୍ଷା ଆରମ୍ଭ ହେବାର ୩ ଘଣ୍ଟା ପୂର୍ବରୁ ପାଟନା ପୋଲିସକୁ ଏକ ଫୋନ୍‌ କଲ୍‌ ଆସିଥିଲା । ଫୋନ୍‌ କରିଥିବା ବ୍ୟକ୍ତି ନିଜ ନାଁ ନକହି ୪ ଅପରାଧୀ ଏକ ଏସ୍‌ୟୁଭିରେ ତାଙ୍କର ଠିକଣା ସ୍ଥଳକୁ ଯାଉଥିବା କହିଥିଲେ । ହେଲେ ସମ୍ପୂର୍ଣ୍ଣ ତଥ୍ୟ ଦେଇନଥିଲେ । ଏହି ଫୋନ୍‌ କଲ୍‌ ହିଁ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଧରାପାକାଇ ଦେଇଥିବା କୁହାଯାଉଛି ।

ପାଟନାର ଶାସ୍ତ୍ରୀ ନଗର ପୋଲିସ ଟିମ୍‌ ଫୋନ୍‌ରେ ମିଳିଥିବା ଏହି ସୂଚନାକୁ ନେଇ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା । ଏସ୍‌ୟୁଭିରେ ଥିବା ୪ ଜଣ ଲୋକଙ୍କୁ ଧରିଥିଲା । ସେମାନଙ୍କୁ ଯେତେବେଳେ ପୋଲିସ୍‌ ଜୋର ଦେଇ ପଚରାଉଚରା କରିଥିଲା ସେତେବେଳେ ସତ ସାମ୍ନାକୁ ଆସିଥିଲା । ସେମାନେ ପୋଲିସକୁ ଏକ ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ନିଟ୍‌ ୟୁଜି ଦେବା ପାଇଁ ୩୦ ପରୀକ୍ଷାର୍ଥୀ ରହିଥିଲେ । ଏମାନେ ନିଟ୍‌ ପ୍ରଶ୍ନ ଏବଂ ତାର ଉତ୍ତର ପାଇଁ ୩୦ ରୁ ୫୦ ଲକ୍ଷ ଲେଖାଏଁ ଦେଇଥିବା କୁହାଯାଉଛି । ସେମାନଙ୍କୁ ରାମକୃଷ୍ଣ ନଗରରେ ରଖାଯାଇଥିବା ପୋଲିସ କହିଛି । ରାତି ସାରା ସେମାନଙ୍କୁ ପ୍ରଶ୍ନ ଉତ୍ତର ମନେରଖିବାକୁ କୁହାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଖ୍ରୀଷ୍ଟମାସ, ନୂଆବର୍ଷ ସେଲିବ୍ରେଶନ ପାଳନରେ ସାବଧାନ! ଏଥର ସାଦା ପୋଷାକରେ…

ଭୁବନେଶ୍ୱର,୨୩ା୧୨: ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ଅଧିକ ୧୫ ପ୍ଲାଟୁନ ଫୋର୍ସ...

ନାବାଳିକା ବଳାତ୍କାର-ହତ୍ୟା ମାମଲାରେ ଟିଏମସି ନେତାଙ୍କୁ ୫ ବର୍ଷ ଜେଲ, ପୁଅଙ୍କୁ ଆଜୀବନ କାରାଦଣ୍ଡ

କୋଲକାତା,୨୩।୧୨: ସୋମବାର, ଡିସେମ୍ବର ୨୨, ୨୦୨୫ ରେ, କୋଲକାତାର ନାଦିଆରେ ହଂସଖାଲି ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ରାଣାଘାଟ କୋର୍ଟ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ...

‘ମୋଦିଙ୍କୁ ଗାଳି ଦେଇ ଦେଇ…’, ରାହୁଲ ଗାନ୍ଧୀଙ୍କୁ କାହିଁକି ପ୍ରେସିଡେଣ୍ଟ କହିଲେ ଗିରିରାଜ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୨୩।୧୨: ଭାଜପା କାର୍ଯ୍ୟକାରୀ ସଭାପତି ନୀତୀନ ନବୀନ ଆଜି (ଡିସେମ୍ବର ୨୩) ପ୍ରଥମ ଥର ପାଇଁ ପାଟନାରେ ପହଞ୍ଚୁଛନ୍ତି। ରାଜଧାନୀ ପାଟନା ସହିତ ନବୀନଙ୍କର ଗଭୀର...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: ହାଇକୋର୍ଟ ଦେଲେ ବଡ଼ ରାୟ

କଟକ,୨୩।୧୨: ବିଧାୟକଙ୍କ ଦରମା ବୃଦ୍ଧି ମାମଲା ହାଇକୋର୍ଟରେ ଗ୍ରହଣ ହୋଇନାହିଁ। AG ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ଼ ଯୁକ୍ତି ପରେ ମଧ୍ୟ ଏହାକୁ ଗ୍ରହଣ କରିନାହାନ୍ତି ହାଇକୋର୍ଟ।...

ପୋଲିସ ସାମ୍ନାରେ ଉଗ୍ରରୂପ ନେଲା ୨ କିନ୍ନର ଗୋଷ୍ଠୀ ବିବାଦ: ୪ ଜଣଙ୍କ ପ୍ରତି ଏପରି ଅଭିଯୋଗ ଆଣି…

ଭଦ୍ରକ,୨୩ା୧୨(ସନାତନ ରାଉତ): ଭଦ୍ରକ ଜିଲାରେ ଦୁଇ କିନ୍ନର ଗୋଷ୍ଠୀ ବିବାଦ ଉଗ୍ରରୂପ ନେଇଛି। ଗୋଟିଏ ଗୋଷ୍ଠୀର କିନ୍ନରଙ୍କ ଉପରେ ଆକ୍ରମଣ ଅଭିଯୋଗ ପରେ ଅନ୍ୟ କିନ୍ନର...

ସୁଜାତା କାର୍ତ୍ତିକେୟନଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ଶ୍ରୀମୟୀ: ରାଜନୀତିରେ ହଲଚଲ…

ଭୁବନେଶ୍ୱର,୨୩।୧୨: ବିଜେଡିରୁ ବହିଷ୍କାର ହୋଇଥିବା ଶ୍ରୀମୟୀ ମିଶ୍ର ବାରମ୍ବାର ଦଳକୁ ଟାର୍ଗେଟ କରୁଛନ୍ତି। ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୁହେଁ, ବିଜେଡିର ପୂର୍ବତନ ନେତା...

ଶୁଭମନ ଗିଲ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ହୋଇଥିଲାବଡ଼ ଚୁକ୍ତି, ଅଧିନାୟକ ଭାବରେ ଫେରିବେ ଓପନର, ହେଲେ କିଏ ଥିଲେ ଏହାର ମଧ୍ୟସ୍ଥି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ପାୱାର କରିଡରରେ ପୁଣି ଥରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଶୁବମନ ଗିଲଙ୍କ ନାମ ଅଧିନାୟକତ୍ୱ, ରାଜନୀତି ଏବଂ ବିଶ୍ୱସନୀୟତାର...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri