ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ସୂଚନା, ଶୀଘ୍ର କରିନିଅନ୍ତୁ ଏହି କାମ

ନୂଆଦିଲ୍ଲୀ, ୧୨।୬: କେନ୍ଦ୍ର ସରକାର ପ୍ରତି ମାସରେ ଦେଶର ପ୍ରାୟ ୮୦ କୋଟି ଲୋକଙ୍କୁ ରାସନ ଯୋଗାଉଛନ୍ତି। ଯଦି ଆପଣ ମଧ୍ୟ ଏହି ସରକାରୀ ଯୋଜନାର ଲାଭ ଉଠାଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ । ମାଗଣା ରେସନ ପାଇବା ପାଇଁ, ଆପଣଙ୍କୁ ଆପଣଙ୍କ ରାସନ କାର୍ଡର ଇ-କେୱାସି କରିବାକୁ ପଡିବ । ଜୁନ୍‌ ୩୦ ହେଉଛି ଏହି କେୱାସି କରିବା ପାଇଁ ଶେଷ ତାରିଖ । ଯେଉଁମାନେ ଏହି ତାରିଖ ସୁଦ୍ଧା କେୱାସି କରିନାହାଁନ୍ତି, ସେହି ରାସନ କାର୍ଡଧାରୀମାନେ ଜୁଲାଇରେ ରାସନ ପାଇବେ ନାହିଁ । ରାସନ ବିତରଣ କେନ୍ଦ୍ରରେ ଏହି କେୱାସି ମାଗଣାରେ କରିପାରିବେ ରାସନ୍‌ କାର୍ଡଧାରୀ ।

ମିଳିଥିବା ସୂଚନା ଅନୁସାରେ, ଏହି ଯୋଜନାରେ ଅନିୟମିତତା ବନ୍ଦ କରିବା ଏବଂ ହିତାଧିକାରୀଙ୍କୁ ଠିକ ସମୟରେ ରାସନ ଯୋଗାଇବା ପାଇଁ ସରକାର କେୱାସିକୁ ବାଧ୍ୟତାମୂଳକ କରିଛନ୍ତି। ଅନେକ ପରିବାର ସେମାନଙ୍କ ମୃତ ସଦସ୍ୟଙ୍କ ରାସନ ସଂଗ୍ରହ କରୁଥିବା ଅଭିଯୋଗ ଆସୁଛି । ଏଥିସହିତ କେତେକ କ୍ଷେତ୍ରରେ ପରିବାରର କିଛି ସଦସ୍ୟ ସେମାନଙ୍କର ମୂଳ ବାସସ୍ଥାନ ଛାଡ଼ି ଅନ୍ୟ କୌଣସି ସ୍ଥାନରେ ରୁହୁଛନ୍ତି। ତାଙ୍କ ପରିବାର ସଦସ୍ୟ ତାଙ୍କ ନାମରେ ରାସନ ନେଉଥିବାବେଳେ ସେ ଅନ୍ୟ ସ୍ଥାନରେ ମାଗଣା ରାସନ ନେଉଛନ୍ତି। ଏହି ସମସ୍ୟାକୁ ବନ୍ଦ କରିବା ଏବଂ ସଠିକ ହିତାଧିକାରୀମାନଙ୍କୁ ଚିହ୍ନଟ କରିବା ପାଇଁ, କେୱାସି ବର୍ତ୍ତମାନ ବାଧ୍ୟତାମୂଳକ ହୋଇଛି ।

ରାସନ କାର୍ଡ କେୱାସି ପାଇଁ, ରାସନ କାର୍ଡ ଧାରକ ପରିବାରର ମୁଖ୍ୟଙ୍କ ସମେତ ସମସ୍ତ ଲୋକଙ୍କ ବାୟୋମେଟ୍ରିକ କରାଯିବ । ଏଥିରେ ସମସ୍ତଙ୍କର ଆଙ୍ଗୁଠି ଛାପ ନିଆଯିବ । ରାସନ ବିତରଣ କେନ୍ଦ୍ରରେ ଡିପୋ ଧାରକ ଏହି କାର୍ଯ୍ୟ କରିବେ। ଏଥିପାଇଁ ରାସନ କାର୍ଡଧାରୀଙ୍କୁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

ବନ୍ଧୁକ ଦେଖାଇ ସୃଷ୍ଟି କରୁଥିଲେ ଆତଙ୍କ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜୁନାଗଡ଼ ପୋଲିସ ଏକ ଡକାୟତି ମାମଲାରେ ୩ ଜଣଙ୍କୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri