କାହିଁକି ଅଧା ରହିଗଲା ମୁଖ୍ୟମନ୍ତ୍ରୀଙ୍କ ପ୍ରେମ କାହାଣୀ

ବେଙ୍ଗାଲୁରୁ,୨୫।୫: କନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିକଟରେ ତାଙ୍କ ପ୍ରେମ କାହାଣୀକୁ ମନେ ପକାଇ ଅନେକ ରହସ୍ୟ ପ୍ରକାଶ କରିଛନ୍ତି। ଯାହା ଅନେକ ଲୋକଙ୍କୁ ଚକିତ କରି ଦେଇଥିଲା। ଏକ କାର୍ଯ୍ୟକ୍ରମରେ ସେ ସମାଜରେ ଜାତିଭେଦ କାରଣରୁ ବିଫଳ ହୋଇଥିବା ତାଙ୍କ ପ୍ରେମ କାହାଣୀକୁ ମନେ ରଖି ଜନସାଧାରଣଙ୍କ ଆଗରେ ଖୋଲାଖୋଲି ଭାବରେ କହିଥିଲେ।
ସୂଚନାଯୋଗ୍ୟ, କର୍ନାଟକରେ ବୁଦ୍ଧ ପୂର୍ଣ୍ଣିମା ଅବସରରେ ଏକ ଇଣ୍ଟରକାଷ୍ଟ ମ୍ୟାରେଜ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ, ମୁଖ୍ୟମନ୍ତ୍ରୀ ତାଙ୍କ କଲେଜ ଦିନର ସ୍ମୃତିକୁ ସତେଜ କରି ତାଙ୍କ ପ୍ରେମ କାହାଣୀ କହିଥିଲେ। ସେ କହିଛନ୍ତି,
ମୁଁ ଏକ ଇଣ୍ଟରାକାଷ୍ଟ ମ୍ୟାରେଜ କରିବାକୁ ଚାହୁଁଥିଲି କିନ୍ତୁ ତାହା ହୋଇ ନଥିଲା। ଝିଅଟି ଏହାକୁ ଗ୍ରହଣ କରିନଥିଲା। ମୁଁ ଯେତେବେଳେ କଲେଜରେ ପଢୁଥିଲି ମୁଁ ଏକ ଝିଅକୁ ଭଲ ପାଉଥିଲି। ମୁଁ ତାଙ୍କୁ ବିବାହ କରିବାକୁ ଚିନ୍ତା କରିଥିଲି, କିନ୍ତୁ ତାଙ୍କ ପରିବାର ଏବଂ ଝିଅ ମଧ୍ୟ ଏଥିରେ ରାଜି ହୋଇନଥିଲେ। ସେଥିପାଇଁ ବିବାହ ହୋଇନଥିଲା।
ଏହା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ଆଗରେ ଏଭଳି ପରିସ୍ଥିତି ଆସିଥିଲା ଯେ ମୋତେ ମୋର ଜାତିର ଝିଅକୁ ବିବାହ କରିବାକୁ ପଡିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ପରେ ମୋତେ ନିଜ ସମ୍ପ୍ରଦାୟରେ ବିବାହ କରିବାକୁ ପଡିବ।
ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଏହା ଶୁଣି ଦର୍ଶକମାନେ ବହୁତ ପ୍ରଶଂସା କରିଥିଲେ। ଇଣ୍ଟରକାଷ୍ଟ ମ୍ୟାରେଜରେ ତାଙ୍କର ସମ୍ପୂର୍ଣ୍ଣ ସମର୍ଥନ ଏବଂ ସହଯୋଗ ପ୍ରଦାନ କରି ସିଦ୍ଧରମୈୟା ପ୍ରତିଶୃତି ଦେଇଛନ୍ତି ଯେ ତାଙ୍କ ସରକାର ଏଭଳି ବିବାହ ପାଇଁ ସମସ୍ତ ସହାୟତା କରିବେ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଦ୍ୱାଦଶ ଶତାବ୍ଦୀରେ ଗୌତମ ବୁଦ୍ଧ ଏବଂ କର୍ନାଟକର ସାମାଜିକ ସଂସ୍କାରକ ପ୍ରଭୁ ବାସଭେଶ୍ୱରଙ୍କ ସମୟରୁ ଜାତିଭେଦ ଦୂର କରିବା ଏବଂ ସମାଜରେ ସମାନତା ଆଣିବା ପାଇଁ ଉଦ୍ୟମ ଚାଲିଛି। ସମାନତା ଭିତ୍ତିକ ସମାଜ ଗଠନ ପାଇଁ ଅନେକ ସାମାଜିକ ସଂସ୍କାରକଙ୍କ ଉଦ୍ୟମ ଏପର୍ଯ୍ୟନ୍ତ ଫଳାଫଳ ଦେଇ ନାହିଁ ବୋଲି ସେ ଦୁଃଖ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri