ଧର୍ମଶାଳାରେ ନିର୍ଣ୍ଣାୟକ ହେବେ ସ୍ବାଧୀନ ପ୍ରାର୍ଥୀ

ଯାଜପୁର,୧୭ା୫(ହର୍ଷବର୍ଦ୍ଧନ  ବେହେରା) : ମତଦାନ ପାଇଁ ଆଉ ମାତ୍ର ୧୫ ଦିନ ବାକି ରହିଛି। ସେଥିପାଇଁ ନେତାମାନେ ଏବେ ପୂରା ଦମ୍‌ରେ ପ୍ରଚାରରେ ଲାଗି ପଡିଛନ୍ତି। ତେବେ ଯାଜପୁର ଲୋକ ସଭା ଅଧୀନ ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଏବେ ନିର୍ବାଚନୀ ପରିବେଶ ସରଗରମ ହୋଇଛି। ପ୍ରତି ମୁହୂର୍ତ୍ତରେ ନିର୍ବାଚନକୁ ନେଇ ଅଙ୍କକଷା ଓ ଗୋଟି ଚାଳନା ହେଉଛି। କେମିତି ନିର୍ବାଚନୀ ବୈତରଣୀ ପାର ହେବେ ସେଥିପାଇଁ ପ୍ରାର୍ଥୀଙ୍କ ଆଖିକୁ ନିଦ ନାହିଁ କି ଖରାକୁ ଖାତିର ନାହିଁ। ଏଠାରେ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀଙ୍କ ସହ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ଚାଲିଛି। ହାରଜିତରେ ସେହି ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କେତେଜଣ କହିଛନ୍ତି। ଅନ୍ୟପକ୍ଷେ ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ(ଜିତୁ) ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଥିବାବେଳେ ଭାଜପା ପ୍ରାର୍ଥୀ ସ୍ମୃତିରେଖା ପହି ପ୍ରଥମ ଥର ପାଇଁ ଏଠାରେ ଖାତା ଖୋଲିବାକୁ ଉଦ୍ୟମ କରୁଛନ୍ତି। ଅନ୍ୟପକ୍ଷେ କଂଗ୍ରେସର ଭୋଟ ଥଳି ହାଲୁକା ହୋଇଥିଲେ ହେଁ ଦଳୀୟ ଶୃଙ୍ଖଳା ବଜାୟ ରହିଛି।
୨୦୧୯ ସାଧାରଣ ନିର୍ବାଚନରେ ବିଜେଡିର ଜିତୁଙ୍କ ସମେତ ଭାଜପାର ରମେଶ ଚନ୍ଦ୍ର ପରିଡ଼ା, କଂଗ୍ରେସର ସ୍ମୃତିରେଖା ପହି ପ୍ରାର୍ଥୀ ହୋଇଥିଲେ। ଜିତୁ ରମେଶଙ୍କୁ ସର୍ବାଧିକ ୫୨,୭୩୯ ଭୋଟ ବ୍ୟବଧାନରେ ହରାଇଥିଲେ। ବିଜେଡି ଏଠାରେ ୧,୦୧,୩୬୪ ଭୋଟ ପାଇଥିଲାବେଳେ ଭାଜପାକୁ ୪୮,୬୨୫ ଭୋଟ ମିଳିଥିଲା। କଂଗ୍ରେସ ପ୍ରାର୍ଥୀ ସ୍ମୃତିରେଖା ୧୮,୫୮୮ ଭୋଟ ପାଇଥିଲେ। ଏହାପରେ ସେ ଭାଜପାରେ ସାମିଲ ହୋଇ ଏଥର ପ୍ରାର୍ଥୀ ହୋଇଛନ୍ତି। ଭାଜପା ଟିକେଟ ପାଇଁ ହିମାଂଶୁ ଜୋରଦାର ପ୍ରୟାସ କରି ବିଫଳ ହେବା ପରେ ସେ ବିଦ୍ରୋହୀ ଭାବେ ସ୍ବାଧୀନରୁ ଲଢିବାକୁ ପ୍ରାର୍ଥୀପତ୍ର ଦାଖଲ କରି ସାରିଛନ୍ତି। ଅଞ୍ଚଳର ବିକାଶ ପାଇଁ ତାଙ୍କୁ ଭୋଟ ଦେବାକୁ କହି ଜନ ସମର୍ଥନ ହାସଲରେ ଲାଗି ପଡିଛନ୍ତି। ଏଭଳି ସ୍ଥିତିରେ ମୋଦି ହାଓ୍ବା ସତ୍ତ୍ୱେ ଏଠାରେ ହିମାଂଶୁ ଭୋଟକୁ ଭାଗ ଭାଗ କରି ପାରିଲେ ବିଜେଡି ପାଇଁ ଅଧିକ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି। ୨୦୧୯ ବିଧାନସଭା ନିର୍ବାଚନ ତୁଳନାରେ ୨୦୨୨ ଜିଲା ପରିଷଦ ନିର୍ବାଚନରେ ବିଜେଡିର ୩% ଓ ଭାଜପାର ୮% ଭୋଟ ବଢିଛି। ତେବେ ଏହି ୨ ବର୍ଷ ମଧ୍ୟରେ ରାଜ୍ୟରେ ବଢି ଥିବା ମୋଦି ହାଓ୍ବାକୁ ପ୍ରତିହତ କରିବାକୁ ବିଜେଡି ଏଠାରେ ଉତ୍ସାହିତ ହୋଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ଆଲୋଚନା ହେଉଛି। ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନାକୁ ଜିତୁ ଧର୍ମଶାଳା ନିର୍ବାଚନମଣ୍ଡଳୀରେ ସୁଚାରୁରୂପେ କାର୍ଯ୍ୟକାରୀ କରି ପାରିଥିବା କର୍ମୀମାନେ କହି ବୁଲୁଛନ୍ତି। ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରି ସେ ଯୁବଗୋଷ୍ଠୀଙ୍କ ଅତି ନିକଟତର ହୋଇ ପାରିଛନ୍ତି। ନିର୍ବାଚନୀ ତାରିଖ ଘୋଷଣା ହେବା ପରଠାରୁ ବହୁ କର୍ମୀ ବିଜେଡି ଶିବିରରେ ଯୋଗଦେଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ହିମାଂଶୁ ଜଣେ ଯୁବ ସ୍ବାଧୀନ ପ୍ରାର୍ଥୀ। ତେଣୁ ସେ ଯୁବପିଢିଙ୍କ ମନ ଜିଣିବାରେ ଲାଗିଛନ୍ତି। ଯାହା କି ଭାଜପା ପ୍ରାର୍ଥୀ ସ୍ମୃତିରେଖାଙ୍କ ପାଇଁ ଚିନ୍ତାର କାରଣ ହେବ ବୋଲି କୁହାଯାଉଛି। ସେ ସ୍ମୃତିରେଖାଙ୍କ ପାଇଁ ପ୍ରତିବନ୍ଧକ ଭାବେ ଉଭା ହୋଇଛନ୍ତି। ବିଜେଡି ଓ ଭାଜପା ମଧ୍ୟରେ ମୁକାବିଲା ହେଉଥିଲେ ବି ସ୍ବାଧୀନ ପ୍ରାର୍ଥୀ ନିର୍ଣ୍ଣାୟକ ଭୂମିକାରେ ରହିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri