ଅବହେଳିତ ଅବସ୍ଥାରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ

ପଟ୍ଟାମୁଣ୍ଡାଇ,୧୪ା୫ (କଳ୍ପତରୁ ନାୟକ):ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ରାସ୍ତାଠାରୁ ଆରମ୍ଭ କରି ଡ୍ରେନ, ଟ୍ରାଫିକ୍‌, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ, ପରିମଳ ବ୍ୟବସ୍ଥା ଆଦି ଅବ୍ୟବସ୍ଥିତ ଓ ପ୍ରହସନ ପାଲଟିଛି। ଏସବୁ ପ୍ରସଙ୍ଗକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଅର୍ଥ ହେରଫେର ହେଉଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ନ ଦେବା ଏକ ପରିତାପର ବିଷୟ। ସହରବାସୀଙ୍କ ଅସନ୍ତୋଷ ମଧ୍ୟରେ ସାଧାରଣ ନିର୍ବାଚନ ପର୍ବ ଅନୁଷ୍ଠିତ ହେବାକୁ ଯାଉଛି। ପୌର ପରିଷଦ ବୈଠକରେ ଅତିଥିଙ୍କ ଭାଷଣବାଜି ଜନସାଧାରଣଙ୍କୁ ଅତିଷ୍ଠ କରିଛି। ଏହି ପ୍ରସଙ୍ଗ ବର୍ତ୍ତମାନ ପୌରାଞ୍ଚଳରେ ନିର୍ବାଚନୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ବୁଦ୍ଧିଜୀବୀ ଅନନ୍ତ ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌର ପରିଷଦର ସୌନ୍ଦର୍ଯ୍ୟକରଣ ନାମରେ ଯୋଜନା ପ୍ରସ୍ତୁତ ହୋଇ ଅର୍ଥ ଖର୍ଚ୍ଚ ହେଉଛି। ହେଲେ ଯୋଜନା ଜନସାଧାରଣଙ୍କ ସ୍ବାର୍ଥରେ ଲାଗିପାରୁନାହିଁ। ଯେପରି ୨୦୧୯ରେ ଦେଢ଼ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହୋଇଥିବା କଚେରି ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଶେଷହୋଇନାହଁି। ଆହାର କେନ୍ଦ୍ର ନିକଟରେ ଭେଜିଟେବୁଲ ବଜାର ଓ ଆମିଷ ମାର୍କେଟ ହେବାକୁ ଥିବା ବେଳେ ତାହାର କାର୍ଯ୍ୟ ଆରମ୍ଭ ହୋଇନାହଁି। ଫଳରେ ସେମାନେ ବ୍ୟସ୍ତବହୁଳ ବାଇପାସ ରାସ୍ତାରେ ବସି ବିକ୍ରିବଟା କରୁଛନ୍ତି। ସହରର ଉଠାଦୋକାନୀମାନଙ୍କୁ ଉପଯୁକ୍ତ ଥଇଥାନ କରିବାକୁ ୧ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ମହାବୀର ବଜାରଠାରେ ଭେଣ୍ଡିଂ ଜୋନ୍‌, ୧ କୋଟି ଟଙ୍କା ବ୍ୟୟରେ ମଲ୍ଟି ଷ୍ଟୋରେଜ ମାର୍କେଟ କମ୍ପ୍ଲେକ୍ସ ଓ ଯଜ୍ଞ ପଡ଼ିଆର ଉନ୍ନତୀକରଣ କାର୍ଯ୍ୟର ଶୁଭ ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇନାହଁି। ପୌରାଞ୍ଚଳକୁ ସ୍ବଚ୍ଛ ଭାରତ ମିଶନରେ ସାମିଲ କରିବା ଲକ୍ଷ୍ୟରେ ୧ କୋଟି ୫୧ ଲକ୍ଷ ୨୦ ହଜାର ଟଙ୍କା ବ୍ୟୟରେ ସହରର ବିଭିନ୍ନ ସ୍ଥାନରେ ୨୦ଟି ଇକୋ ଟଏଲେଟ ନିର୍ମାଣ କରାଯାଇଛି। ମାତ୍ର ତାହା ଆଜିପର୍ଯ୍ୟନ୍ତ ବନ୍ଦ ପଡ଼ିଛି। ସେହିପରି ମୁକ୍ତା ଯୋଜନାରେ ୨୦ଟି ୱାର୍ଡର ସବୁ ଛକରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟକଳରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହୋଇଥିଲେ ମଧ୍ୟ ତାହା କର୍ଯ୍ୟକାରୀ ହୋଇନାହଁି। ଯୁବନେତା ସତ୍ୟପ୍ରିୟ ସାମଲ କହିଛନ୍ତି, ପଟ୍ଟାମୁଣ୍ଡାଇ ସହରର ପ୍ରବେଶଦ୍ୱାର ବିଜୁ ପଟ୍ଟନାୟକ ଛକଠାରୁ କଲେଜ ଛକ ପର୍ଯ୍ୟନ୍ତ ମୁଖ୍ୟରାସ୍ତା ବ୍ୟବସାୟୀଙ୍କ ହାଟଚାଳି ପାଲଟିଛି। ଏହି ସହର ଭିତର ଦେଇ ୨ଟି ଜିଲା ଓ ୫ଟି ସହରକୁ ସଂଯୋଗ ପଥ ରହିଛି। ହେଲେ ସହରରେ ଟ୍ରାଫିକ୍‌ ସମସ୍ୟା ବିଗିଡ଼ିଯାଇଛି। ପଟ୍ଟାମୁଣ୍ଡାଇ-ରାଜନଗର ବ୍ୟସ୍ତବହୁଳ କଲେଜ ରୋଡ୍‌ରେ ୫ଟି ଘରୋଇ ବ୍ୟାଙ୍କ ଥିବାବେଳେ ପାର୍କିଂ ସ୍ଥାନ ନ ଥିବାରୁ ରାସ୍ତା ଉପରେ ଉପଭୋକ୍ତାମାନେ ଗାଡ଼ି ରଖି ବ୍ୟାଙ୍କକୁ ଯିବା ଦ୍ୱାରା ଏହା ସଙ୍କୁଚିତ ହୋଇ ଦୁର୍ଘଟଣା ଘଟୁଛି। ବଜାର ମଧ୍ୟରେ ହୋଲ୍‌ସେଲ୍‌ ବ୍ୟବସାୟୀମାନେ ରାସ୍ତା ଉପରେ ୪ ଚକିଆ ଗାଡ଼ି ରଖି ମାଲ୍‌ ଲୋଡ୍‌ କରିବା ଦ୍ୱାରା ଘଣ୍ଟା ଘଣ୍ଟା ଧରି ରାସ୍ତା ଅବରୋଧ ହୋଇ ରହୁଛି। ମଝିରାସ୍ତାରେ ବାଇକ୍‌ ଓ କାରଠାରୁ ଆରମ୍ଭକରି ବଡ଼ ବଡ଼ ଗାଡ଼ି ଥୁଆ ହେଉଛି। ପୋଲିସ ଓ ପୌର ପରିଷଦର ଆନ୍ତରିକତା ଅଭାବ ଯୋଗୁ ଟ୍ରାଫିକ୍‌ ସମସ୍ୟା ବଢ଼ି ଦୁର୍ଘଟଣା ଘଟୁଛି। ସାମାଜିକ କର୍ମୀ ଉପେନ୍ଦ୍ର ନାୟକ କହିଛନ୍ତି, ପ୍ରତ୍ୟେକ ସମୟରେ ବଜାର ମଧ୍ୟକୁ ଭାରିଯାନ ପ୍ରବେଶ କରିବା ଦ୍ୱାରା ଟ୍ରାଫିକ୍‌ ଜାମ୍‌ ରହୁଛି। ଗୋରୁଗୁଡ଼ିକ ରାସ୍ତାରେ ମେଳିବାନ୍ଧି ଛିଡାହୋଇ ରହୁଥିବାରୁ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ଡ୍ରେନେଜ୍‌ ସମସ୍ୟା ଲାଗିରହିଥିବା ବେଳେ ପ୍ରତିବର୍ଷ ନିର୍ମାଣ ନାମରେ ବ୍ୟାପକ ଅର୍ଥ ବାଟମାରଣା ହେଉଛି। ସେହିପରି ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ଚାରିଆଡ଼େ ଅଳିଆ ଆବର୍ଜନା ପଡ଼ିରହିଛି। କେତେଜଣ ବ୍ୟବସାୟୀ ଦୋକାନ ଗୃହ ମଡେଇ କରିଥିବାରୁ ରାସ୍ତା ସଙ୍କୁଚିତ ହୋଇ ଦୁର୍ଘଟଣା ଘଟି ଲୋକେ ଆହତ ହେଉଛନ୍ତି, ଯାହାକୁ ନେଇ ପୌରାଞ୍ଚଳବାସୀଙ୍କ ସମେତ ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେଣି। ଏ ନେଇ ପଟ୍ଟାମୁଣ୍ଡାଇ ପୌର ନିର୍ବାହୀ ଅଧିକାରୀ ଅଜିତ ପ୍ରସାଦ ନାରାୟଣ ଗିରିଙ୍କୁ ପଚାରିବାରେ ଯେଉଁ ଅଧୁରା ପ୍ରକଳ୍ପଗୁଡ଼ିକ ରହିଛି ଖୁବ୍‌ଶୀଘ୍ର ଶେଷ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri