ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ ଏଠାରୁ ଲଗାତର ୪ ଥର ବିଜୟୀ ହୋଇଥିବାବେଳେ ଏଥର ମଧ୍ୟ ବିଜେଡି ଗଡ଼କୁ ସୁରକ୍ଷିତ ରଖିବା ଲାଗି ଚେଷ୍ଟା ଚଳାଇଛନ୍ତି। ୨୦୦୦ ମସିହାରୁ ଏହି ନିର୍ବାଚନମଣ୍ଡଳୀ ବିଜେଡି ଗଡ଼ ଭାବେ ପରିଚିତ ହୋଇ ଆସୁଛି। ଭାଜପା, କଂଗ୍ରେସ ବିଭିନ୍ନ ରଣନୀତି ଆପଣାଯାଇଥିଲେ ମଧ୍ୟ ବିଜେଡି ପ୍ରାର୍ଥୀଙ୍କୁ ପରାସ୍ତ କରିପାରିନାହାନ୍ତି। ତେବେ ଚଳିତ ନିର୍ବାଚନରେ ପରିବର୍ତ୍ତନର ନାରା ଦେଇ ଭାଜପା ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଓ କଂଗ୍ରେସ ପ୍ରାର୍ଥୀ ରଣଜିତ ଦାଶ ଲଢ଼େଇକୁ ଜୋରଦାର୍‌ କରିଛନ୍ତି। ଅପରପକ୍ଷରେ ରେକର୍ଡକୁ ମଜଭୁତ ତଥା ବିରୋଧୀଙ୍କ ଋଣନୀତିକୁ ସାମ୍‌ନା କରିବା ଲାଗି ଅରୁଣଙ୍କ ଗୋଟିଚାଳନା ଏଥର ନିର୍ବାଚନକୁ ରୋଚକ ସ୍ଥିତିରେ ପହଞ୍ଚାଇଛି।

୧୯୯୦ରୁ ୨୦୧୯ ନିର୍ବାଚନକୁ ଅନୁଧ୍ୟାନ କଲେ ପୂର୍ବତନ ମନ୍ତ୍ରୀ ଭାଗବତ ବେହେରା ୨ ଥର, ଅରୁଣ ସାହୁ ୪ଥର, କଂଗ୍ରେସର ସୀତାକାନ୍ତ ମିଶ୍ର ମାତ୍ର ଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ମୋଟାମୋଟି ଭାବେ ନୟାଗଡ଼ ନିର୍ବାଚନମଣ୍ଡଳୀ ଜନତା ଦଳ ଓ ବିଜୁ ଜନତା ଦଳର ଦୁର୍ଗ ହୋଇ ରହିଛି। କେବଳ ୧୯୯୫ରେ କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମିଶ୍ରଙ୍କ ଠାରୁ ଭାଗବତ ପରାସ୍ତ ହୋଇଥିଲେ। ତେବେ ଭାଗବତଙ୍କ ପରଲୋକ ପରେ ତାଙ୍କ ସ୍ତ୍ରୀ ମନ୍ଦାକିନୀ ବେହେରା ଉପନିର୍ବାଚନରେ ବିଜୟୀ ହୋଇ ଦୁର୍ଗକୁ ରକ୍ଷା କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ବିଜେଡିର ଅରୁଣ ସାହୁ ଲଗାତାର ବିଜୟୀ ହୋଇ ନିଜର ଅପରାଜେୟ ରେକର୍ଡ ସୃଷ୍ଟି କରିଛନ୍ତି। ତେବେ ଚଳିତ ନିର୍ବାଚନରେ ଅରୁଣ ବିଜୟୀ ହେବା ପାଇଁ ଉଦ୍ୟମ ଚଳାଇଛନ୍ତି। ଦଳର ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଜିଲା ପରିଷଦ ସଭ୍ୟ, କର୍ମକର୍ତ୍ତା, କର୍ମୀଙ୍କ ସହ ଗଁା ଓ ସହର ବୁଲି ଭୋଟ ପ୍ରଚାର କରୁଛନ୍ତି। ବିରୋଧୀ ଦଳରୁ ନେତା ଓ କର୍ମୀଙ୍କୁ ଆଣି ବିଜେଡିରେ ମିଶାଉଛନ୍ତି।

ଭାଜପା ପ୍ରାର୍ଥୀ ପ୍ରତ୍ୟୁଷା ବି ପଛରେ ପଡ଼ିନାହାନ୍ତି। କନ୍ଧମାଳର ତତ୍‌କାଳିନ ଏମ୍‌ପି ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ପରଲୋକ ପରେ ତାଙ୍କ ସ୍ତ୍ରୀ ପ୍ରତ୍ୟୁଷା ରାଜନୀତିରେ ପାଦ ଥାପିଥିଲେ। ସେ ବିଜେଡି ଟିକେଟ୍‌ରେ ବିଜୟୀ ହୋଇ ଏମ୍‌ପି ହୋଇଥିଲେ। ପରେ ବିଜେଡିରୁ ଇସ୍ତଫା ଦେଇ ଭାଜପା ସଙ୍ଗଠନ କରିଥିଲେ। ଏବେ ଭାଜପା ପ୍ରାର୍ଥୀ ହୋଇ ଅରୁଣଙ୍କୁ ହରାଇବାକୁ ଦିନ ରାତି ଏକ କରି ଦେଇଛନ୍ତି। ଅପରପକ୍ଷେ କଂଗ୍ରେସ ପ୍ରାର୍ଥୀ ରଣଜିତ ଦାଶ ଜିଲା ସଭାପତି ପଦରେ ଥାଇ ନୟାଗଡ଼ରୁ ଟିକେଟ ହାତେଇବାରେ ସଫଳ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ରଣଜିତ ବିଭିନ୍ନ ପ୍ରସଙ୍ଗ ନେଇ ବିଜେଡି ଓ ଭାଜପାକୁ ଘେରି ଅଡ଼ୁଆରେ ପକାଇଛନ୍ତି। ପ୍ରାର୍ଥୀ ହେବା ପରେ ମାଟିର ପୁଅ ହିସାବରେ ଭୋଟ ନେବା ପାଇଁ ଆଞ୍ଚଳିକ କାର୍ଡ ଖେଳିଛନ୍ତି। ୨୦୨୪ ନିର୍ବାଚନକୁ ଦେଖିଲେ ନୟାଗଡ଼ରେ ତ୍ରିମୁଖୀ ଲଢ଼େଇ ହେବା ନେଇ ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ସରକାରଙ୍କ ବଡ ନିଷ୍ପତ୍ତି: ସିଟିଂ ବିଧାୟକଙ୍କ ମୃତ୍ୟୁ ହେଲେ ମିଳିବ ଏତିକି ଲକ୍ଷ ଟଙ୍କା

ଭୁବନେଶ୍ୱର,୮।୧୨: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ନିର୍ଦ୍ଧାରିତ ସମୟର ୧୮ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି। ଏହି ଅଧିବେଶନ ସମୟରେ...

୧୮ ଦିନ ପୂର୍ବରୁ ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ, ମାତ୍ର ୧୧ ଦିନରେ…

ଭୁବନେଶ୍ୱର,୯।୧୨: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ୱାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଡିସେମ୍ବର ୩୧ ତାରିଖ...

ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବଢାଇଲେ ଓଡ଼ିଶା ସରକାର, ଏଣିକି ପାଇଲେ ଏତିକି ଟଙ୍କା

ଭୁବନେଶ୍ୱର,୮।୧୨: ଓଡ଼ିଶା ବିଧାନସଭାରେ ମଙ୍ଗଳବାର ସଂଶୋଧିତ ପାରିଶ୍ରମିକ ବିଲ୍ ଗୃହୀତ ହେବା ପରେ ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ପୂର୍ବତନ ବିଧାୟକମାନଙ୍କ ପେନ୍‌ସନ୍‌ରେ ବଡ଼ ଧରଣର...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri