ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି ତାଙ୍କ ସହଯୋଗୀ ପ୍ରାର୍ଥିନୀ ମିନାକ୍ଷୀ ମହାନ୍ତଙ୍କୁ ଜିତାଇଥିଲେ। ତେବେ ମିନାକ୍ଷୀ ମହାନ୍ତଙ୍କ ଟିକେଟ୍‌ କାଟି ସନାତନଙ୍କୁ ବିଜେଡି ପ୍ରାର୍ଥୀ କରିଛି।
ଯେପରି ପାଣି ବିନା ମାଛ ବଞ୍ଚିପାରିବନି, ସେଭଳି ରାଜନୀତି ବିନା ମୁଁ ବଞ୍ଚି ପାରିବି ନାହିଁ। ଦୀର୍ଘବର୍ଷ ପରେ ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଆଜି ମୁହଁ ଖୋଲି ଏଭଳି କହିଛନ୍ତି।  ଜିଲାର ବିତ୍ତଶାଳୀ ସନାତନ ଚମ୍ପୁଆ ନିର୍ବାଚନ ମଣ୍ଡଳୀରୁ  ବିଜେଡି ତାଙ୍କ ନାମ ଘୋଷଣା କରିବା ପରେ ମିଡିଆ ଆଗରେ ଏଭଳି କହିଛନ୍ତି।
ସନାତନ ସ୍ବାଧୀନ ଭାବରେ ନିର୍ବାଚନ ଲଢ଼ି ୨୦୧୪ରେ ଚମ୍ପୁଆରୁ ବିଧାୟକ ହୋଇଥିଲେ । ସେ ବିଜେଡିରେ ମିଶିବା ନେଇ ବହୁ ଆଗରୁ ଚର୍ଚ୍ଚା ହେଉଥିଲା । ତେବେ ବିଜେଡିରେ ଯୋଗଦାନ ଘୋଷଣା ନ ହେଉଣୁ ତାଙ୍କୁ ବିଜେଡି ଚମ୍ପୁଆରୁ ପ୍ରାର୍ଥୀ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛି। ସେ ଭାଜପାରେ ମିଶିବା ନେଇ ଦଳୀୟ ନେତା ଓ କର୍ମୀମାନେ ଆଶା ବାନ୍ଧି ଅପେକ୍ଷା କରିଥିଲେ। ତେବେ ଆଜି ତାଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ଭାଜପା ଶିବିରରେ ନୈରାଶ୍ୟ ଭାବ ଖେଳି ଯାଇଥିବା ବେଳେ ବିଜେଡି ଶିବିରରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ଜନସେବା ମୂଳକ କାର୍ଯ୍ୟ ଓ ଲୋକଙ୍କ ସୁଖଦୁଃଖର ସାଥୀ ଭାବରେ ପରିଚିତ ସନାତନ ରାଜ୍ୟସ୍ତରରେ ଜଣେ ଚର୍ଚ୍ଚିତ ବ୍ୟକ୍ତି ଭାବରେ ପରିଚିତ। ୨୦୧୯ରେ ମୋତେ ନିର୍ବାଚନ ଲଢିବାକୁ ପ୍ରତିବନ୍ଧକ ସୃଷ୍ଟି କରାଗଲା। ଏଣୁ ନିର୍ବାଚନ ଲଢ଼ି ନ ଥିଲି। ମୁଁ ଲାଭ ପାଇବା ପାଇଁ ନିର୍ବାଚନ ଲଢ଼େନାହିଁ। ଏଥିରେ ମୋର ଲାଭ ହୋଇଛି କି କ୍ଷତି ହୋଇଛି ସମସ୍ତେ ଜାଣିଛନ୍ତି।
ଏବେ ଦଳ ଟିକେଟ୍‌ ଦେଇଛି। ଏଣୁ ସେମାନଙ୍କୁ ଧନ୍ୟବାଦ ଦେଉଛି। ଦଳ ଭିତରେ ରହି କାମ କଲେ ଅଧିକ କାମ କରିପାରିବି ବୋଲି ଦୃଢ଼ ବିଶ୍ୱାସ ରହିଛି ବୋଲି ସେ କହିଛନ୍ତି। ୧୯୮୪ରୁ ଲୋକଙ୍କ ପାଇଁ କାମ କରିଆସୁଛି। ମୋ ପାଇଁ ଚମ୍ପୁଆ ନିର୍ବାଚନ ମଣ୍ଡଳୀ କାୈଣସି ଚ୍ୟାଲେଞ୍ଜ ହେବ ନାହିଁ। ଲୋକମାନେ ଚାହୁଁଥିଲେ ଓ ଫୋନ୍‌ କରି କହୁଥିଲେ ସ୍ବାଧୀନ ହେଉପଛେ ଆସି ଚମ୍ପୁଆରୁ ଛିଡା ହୁଅନ୍ତୁ। ତାଙ୍କୁ କହିଥିଲି ନାମାଙ୍କନପତ୍ର ଦାଖଲ ବେଳେ ଯିବି।
ମୁଁ ସ୍ବାଧୀନ ଛଡ଼ା ହେଲେ ଭି ଲୋକେ ଭୋଟ୍‌ ଦେବେ, ଯେଉଁ ଦଳରୁ ଛିଡ଼ା ହେଲେ ମଧ୍ୟ ଲୋକ ଭୋଟ ଦେବେ। କିନ୍ତୁ ଏକ ତରଫା ଜିତାପଟ ହେବ ବୋଲି ମୁଁ କାହିଁକି ଚ୍ୟାଲେଞ୍ଜ ଦେବି। ସବୁ ଦଳର ପ୍ରାର୍ଥୀ କିଛି କିଛି ଭୋଟ ନିଶ୍ଚିତ ପାଇବେ। ତେବେ ମୋତେ ଓ ଶଙ୍ଖ ଚିହ୍ନକୁ ଲୋକେ ଭଲ ପାଉଥିବାରୁ ମୋତେ ମିଶ୍ଚିତ ଭାବରେ ଭୋଟଦେବେ।
ଦଳର ବିଶ୍ୱାସ ରହିଛି, ସନାତନ ମହାକୁଡ଼ଙ୍କୁ ଦେଲେ ଦଳକୁ ଅଧିକ କଷ୍ଟ କରିବାକୁ ପଡିବ ନାହିଁ।ଆରାମରେ ଦଳ ଜିତିବ। ଏହି ଆଶା ରଖି ବିଜେଡି ମୋତେ ପ୍ରାର୍ଥୀ କରିଛନ୍ତି ବୋଲି ସେ କହିଛନ୍ତି।ବହୁ ଲୋକ ପ୍ରାର୍ଥୀ ହୋଇଛନ୍ତି। କିନ୍ତୁ  ଯାହା ଉପରେ ଭରସା ଆସିଲା ଓ ସର୍ଭେରେ ଯାହାର ଜିିତିବା ସମ୍ଭାବନା ରହିଛି ସେଭଳି ବ୍ୟକ୍ତି ଭାବି ଦଳ ଘୋଷଣା କରିଛି। ଚମ୍ପୁଆରେ  ଭାଜପା ଓ କଂଗ୍ରେସ ପ୍ରତିଯୋଗିତା କରିବେ। ତାଙ୍କୁ ଯେତିକି ଲୋକ ଗ୍ରହଣ କରିବା କଥା କରିବେ। ଆନନ୍ଦପୁରରୁ ବିଜେଡିର ଭାଗିରଥୀ ସେଠୀଙ୍କ ଟିକେଟ୍‌ କଟିବା ନେଇ ସନାତନ କହିଛନ୍ତି, ସେ କଥା ବିଜେଡି କହିପାରିବେ। ତେବେ ତାଙ୍କ ବଦଳରେ ଆଉ ଜଣେ ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି। କଂଗ୍ରେସରେ ରାଜନୀତି ଜୀବନ ଆରମ୍ଭ କରିଥିବା ସନାତନ ଦଳରୁ ଇସ୍ତଫା ଦେଇ ସ୍ବାଧୀନ ଭାବରେ ଦୁଇଥର ନିର୍ବାଚନ ଲଢିଥିଲେ। ୨୦୦୯ରେ ହାରିଯିବା ପରେ ୨୦୧୪ରେ ନିର୍ବାଚନ ଜିତିଥିଲେ। ୨୦୧୯ରେ ସେ ପ୍ରାର୍ଥୀ ନ ହୋଇ ଭିତିରିଆ ବିଜେଡି ସହିତ ସମ୍ପର୍କ ରଖି ତାଙ୍କର ଦୁଇ ସହଯୋଗୀ ଚନ୍ଦ୍ରାଣୀ ମୁର୍ମୁଙ୍କୁ ଲୋକ ସଭା ଏବଂ ମିନାକ୍ଷୀ ମହାନ୍ତଙ୍କୁ ଚମ୍ପୁଆ ବିଧାନସଭା ପାଇଁ ବିଜେଡିରୁ ପ୍ରାର୍ଥୀ କରି ଜିତାଇଥିଲେ। ତେବେ ରାଜନୀତିରୁ ଦୂରେଇ ରହିବା ସହ ତାଙ୍କୁ ସେଭଳି ସମ୍ମାନ ନ ମିଳିବାରୁ ୨୦୨୪ରେ ନିର୍ବାଚନ ଲଢ଼ିବା ପାଇଁ ମନ ବଳାଇଥିଲେ। ତେବେ ସ୍ବାଧୀନ ଲଢ଼ିବେ ନା କେଉଁ ଦଳରୁ ଲଢିବେ ସେ ନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। କେନ୍ଦୁଝର ରାଜନୀତିରେ ସନାତନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସମସ୍ତେ ମନେ କରନ୍ତି। ଏଣୁ ତାଙ୍କୁ ଦଳରେ ସାମିଲ କରିବା ପାଇଁ ସବୁ ଦଳର ନେତା ମନାଇବାକୁ ଉଦ୍ୟମ କରିଆସୁଥିଲେ। ତାଙ୍କ ପାଇଁ କେତେକ ସିଟ ମଧ୍ୟ  ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରିଥିଲେ। ଖଣି ଅଞ୍ଚଳର ରବିନ ହୁଡ୍‌ କୁହାଯାଉଥିବା ସନାତନ ଦୀର୍ଘ ବର୍ଷ ହେଲା ସକ୍ରିୟ ରାଜନୀତିଠାରୁ ଦୂରେଇ ରହିବା ପରେ ଏବେ କ୍ଷମତାସୀନ ବିଜେଡିରୁ ଟିକେଟ୍‌ ପାଇବା ତାଙ୍କ ବିଜୟକୁ ସୁନିଶ୍ଚିତ କରୁଥିଲେ ହେଁ ତାଙ୍କ ପାଇଁ ବିରୋଧୀ ଦଳର ରଣକୌଶଳ ଦଳୀୟ ନେତାଙ୍କ ବିରୋଧାଭାଷ, ବ୍ୟବସାୟିକ ପ୍ରତିଯୋଗୀଙ୍କ ଗୋଟିଚାଳନା ତାଙ୍କ ଏକତରଫା ଜିତ୍‌ରେ ପ୍ରତିବନ୍ଧକ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ତାଙ୍କ ବିରୋଧରେ ବିଜେଡିର ପୂର୍ବତନ ଏମ୍‌ପି କଂଗ୍ରେସର ପ୍ରାର୍ଥୀ  ହୋଇଛନ୍ତି। ଫଳରେ ଉକ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡିରେ ବିଭେଦ ଦେଖାଦେବ। ସେହିପରି ପୂର୍ବରୁ ବିରୋଧ କରିଆସୁଥିବା ଦଳୀୟ ସ୍ବାଭିମାନୀ ନେତା ଓ କର୍ମୀ ତାଙ୍କର ପ୍ରାର୍ଥୀତ୍ୱକୁ କିଭଳି ଗ୍ରହଣ କରିବେ ଓ ଜିତାଇବାକୁ ଆଗେଇବେ ତାହା ମଧ୍ୟ ଦେଖିବାକୁ ବାକି ରହିଛି। ତେବେ ମିନାକ୍ଷୀଙ୍କ ସହିତ ସମ୍ପର୍କ ଭଲ ନ ଥିବା ବେଳେ ଟିକେଟ୍‌ କଟିବା ପରେ ସେ କିପରି ସହଯୋଗ କରିବେ କି ଭିତିରିଆ ବିରୋଧ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri