Odisha Elections 2024

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ ଯଥା, ଆରିଜୋ ମେଲଟ ରେସିଷ୍ଟାଣ୍ଟ ଓୟାର (ଆରିଜୋ), ସୁପରିଓ + ଇକୋ ସେଫ୍‌ ଓୟାର (ସୁପରିଓ+) ଏବଂ ଏଲେଗ୍ନା ଏମ୍‌ସିବି (ଏଲେଗ୍ନା) ଭଳି ବୈଦ୍ୟୁତିକ ସାମଗ୍ରୀ ନିକଟରେ ଉନ୍ମୋଚିତ ହୋଇଯାଇଛି, ଯାହାକି ଇଲେକ୍ଟ୍ରିକାଲ୍‌ ଓୟାରିଂ ଟେକ୍ନୋଲୋଜି କ୍ଷେତ୍ରରେ ଏକ ଅଭିନବ ଉଦ୍ଭାବନ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ତଥା ସିଓଓ ରାମଚନ୍ଦ୍ରନ ଭି କହିଛନ୍ତି, ଆମେ ଆମର ନୂତନ ଉତ୍ପାଦ ସମ୍ଭାରକୁ ଉନ୍ମୋଚନ ସହ ବଜାର ପ୍ରବେଶ କରାଇ ବେଶ୍‌ ଉତ୍ସାହିତ ଅଛୁ। ବିଶେଷକରି ବୈଦ୍ୟୁତିକ ନିରାପତ୍ତା ଏବଂ ସ୍ଥାୟିତ୍ୱର ପରବର୍ତ୍ତୀ ଯୋଦ୍ଧା ଭାବେ ଆମେ ‘ଆରିଜୋ ଓୟାର୍ସ’ର ଶୁଭାରମ୍ଭ କରି ଅତ୍ୟନ୍ତ ଆନନ୍ଦିତ ଥିଲାବେଳେ ଆରିଜୋ ସହିତ ଉପଭୋକ୍ତାମାନେ ବିଶ୍ୱାସ କରି ପାରିବେ ଯେ ସେମାନେ ଏଭଳି ଏକ ଉତ୍ପାଦରେ ନିବେଶ କରୁଛନ୍ତି, ଯାହା କେବଳ ସେମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଏ ନାହିଁ ବରଂ ଏକ ସ୍ବଚ୍ଛ,ସବୁଜ ଭବିଷ୍ୟତରେ ମଧ୍ୟ ଯୋଗଦାନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇପିଏଫ୍‌ଓରେ ଯୋଡ଼ି ହେଲେ ୧୪.୪୧ ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ଗତ ମାର୍ଚ୍ଚ ମାସରେ ୧୪.୪୧ ଲକ୍ଷ ନେଟ୍‌ ସଦସ୍ୟଙ୍କୁ ଯୋଡ଼ିଛି। ଇପିଏଫ୍‌ଓ ପକ୍ଷରୁ ସୋମବାର ମିଳିଥିବା ତଥ୍ୟ ଅନୁସାରେ ଶ୍ରମ ଓ...

ଆଇଏଆଇର ଉପାଧ୍ୟକ୍ଷ ହେଲେ ଜନ୍‌ ସ୍ଲାଭେନ

ଭୁବନେଶ୍ୱର,୨୧।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଆଲୁମିନିୟମ ସିଇଓ ଜନ୍‌ ସ୍ଲାଭେନଙ୍କୁ ନିକଟରେ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।...

ଆଜି ଖୋଲିବ ଏବିଏଲ୍‌ର ରାଟଟ୍‌ସ ଇସ୍ୟୁ

ନୂଆଦିଲ୍ଲୀ,୨୧।୫: ଦେଶର ଅଗ୍ରଣୀ ତଥା ଏକ ପିୟୋର ଭେଜ (ପୂର୍ଣ୍ଣ ଶାକାହାରୀ) ପ୍ରାଣୀ ସ୍ବାସ୍ଥ୍ୟ ପ୍ରଯତ୍ନକାରୀ ସମାଧାନ କମ୍ପାନୀ ଅଜୁନି ବାୟୋଟେକ ଲିମିଟେଡ ବା ଏବିଏଲ...

ବିଓଏମ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୧।୫: ବ୍ୟାଙ୍କ୍‌ ଅଫ ମହାରାଷ୍ଟ୍ର (ବିଓଏମ୍‌)ର ବାର୍ଷିକ ଫଳାଫଳ ଅନୁଯାୟୀ ବ୍ୟାଙ୍କ ମୋଟ୍‌ ବ୍ୟବସାୟ ଅଭିବୃଦ୍ଧି ତଥା ଋଣଦାତାଙ୍କ ମଧ୍ୟରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ...

ଶୁଭେନ୍ଦୁ ନାଲ୍‌କୋର ମାନବସମ୍ବଳ ମହାପ୍ରବନ୍ଧକ

ଅନୁଗୋଳ,୨୧ା୫ (ଅମିତ କୁମାର ସାମଲ): ଅନୁଗୋଳସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ନୂଆ ମାନବ ସମ୍ବଳ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ତୁଲାଇବେ ଶୁଭେନ୍ଦୁ କୁମାର ନାୟକ। ଏ...

୬.୫% ଜିଡିପି ଅଭିବୃଦ୍ଧି ହାରରେ ଦେଶ ଧନୀ ହେବନାହିଁ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): ଜି -୨୦ ଦେଶ ମଧ୍ୟରେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତଥାପି ଏହା ଏକ ଗରିବ ଦେଶରେ ଗଣାଯାଉଛି। ଭାରତରେ...

ଓଡ଼ିଶାରେ ସିବିଆଇର ପ୍ରଥମ ମହିଳା ଶାଖା

ଭୁବନେଶ୍ୱର,୨୧।୫ (ଅଭୟ ଦାଶ): ଓଡ଼ିଶାରେ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ସିବିଆଇର ପ୍ରଥମ ମହିଳା ଶାଖା ଭୁବନେଶ୍ୱରସ୍ଥିତ ନୟାପଲ୍ଲୀଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ...

ପ୍ରଥମଥର ୩ ଲକ୍ଷ କୋଟି ପାର କଲା ବ୍ୟାଙ୍କ ଗୁଡ଼ିକର ଲାଭ

ମୁମ୍ବାଇ,୨୦।୫: ପ୍ରଥମ ଥର ପାଇଁ ବ୍ୟାଙ୍କିଙ୍ଗ କ୍ଷେତ୍ରର ମୋଟ ଲାଭ ଆର୍ଥିକ ବର୍ଷ ୨୦୨୪ ରେ ୩ ​​ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ତାଲିକାଭୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri