ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ, ପରଜଙ୍ଗ ଓ କାମାକ୍ଷାନଗର ପାଇଁ ମଧ୍ୟ ଉଭୟ ଦଳ ପ୍ରାର୍ଥୀ ଦେଇସାରିଛନ୍ତି। ହେଲେ ହିନ୍ଦୋଳ ସଂରକ୍ଷିତ ଆସନ ପାଇଁ ବିଜେଡି ଓ ଭାଜପା ଏଯାଏ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଆଶାୟୀମାନେ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି। ସେହିପରି କଂଗ୍ରେସ ଜିଲାରେ ପ୍ରାର୍ଥୀ ଘୋଷଣାରେ ପୂରା ପଛରେ ପଡ଼ିଛି।
ବିଶେଷକରି ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ଉପରେ ଭାଜପା ସତର୍କ ନଜର ରଖିଛି। ସେହିପରି ଭାଜପା ମଧ୍ୟ କାହାକୁ ପ୍ରାର୍ଥୀ କରିବ ତାହାକୁ ବିଜେଡି ଚାହିଁ ରହିଥିବା ଆଲୋଚନା ହେଉଛି। ଉଭୟ ଦଳରୁ ଯଦି ପ୍ରାର୍ଥୀ ହେବାରୁ କୌଣସି ପ୍ରମୁଖ ନେତା ବଞ୍ଚିତ ହୁଅନ୍ତି, ତାହେଲେ ଏହାକୁ ନେଇ ଉଭୟଦଳ ରଣନୀତି ସ୍ଥିର କରିବେ ବୋଲି କୁହାଯାଉଛି। ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିରୁ ବିଧାୟିକା ସୀମାରାଣୀ ନାଏକଙ୍କ ସମେତ ଏମ୍‌ପି ମହେଶ ସାହୁ, ଅଶୋକ ନାଏକଙ୍କ ନାମ ଆଲୋଚନା ହେଉଥିବା ବେଳେ ଭାଜପାରୁ ପୂର୍ବତନ ମନ୍ତ୍ରୀ ଅଞ୍ଜଳୀ ବେହେରା ଓ ମନୋରଞ୍ଜନ ନାଏକଙ୍କ ନାମ ନେଇ ଚର୍ଚ୍ଚା ହେଉଛି। ତେବେ ହିନ୍ଦୋଳ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇ ନ ଥିବାରୁ ଉଭୟ ଦଳର ଏମ୍‌ପି ପ୍ରାର୍ଥୀ ନିର୍ବାଚନ ପାଇଁ ସାଙ୍ଗଠନିକ ବୈଠକରେ ଯୋଗଦେଇ କର୍ମୀମାନଙ୍କୁ ସଙ୍ଗଠିତ କରିବାରେ ସମସାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଜିଲାର ୪ଟି ଯାକ ବିଧାନସଭା ଏବଂ ଲୋକ ସଭା ପ୍ରାର୍ଥୀ ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇପାରି ନାହିଁ। ଫଳରେ ରାଜନୈତିକ ବାତାବରଣ ସରଗରମ ହୋଇପାରୁନାହିଁ। ଜିଲା କଂଗ୍ରେସ କମିଟିର ସୂଚନା ମୁତାବକ ଢେଙ୍କାନାଳ ଲୋକ ସଭା ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି ସମ୍ପାଦିକା ସସ୍ମିତା ବେହେରା ଆଶାୟୀ ଥିବା ବେଳେ ଢେଙ୍କାନାଳ ରାଜ ପରିବାର ପକ୍ଷରୁ ମଧ୍ୟ ଜଣେ ଆଶାୟୀ ପ୍ରାର୍ଥୀ ହେବାର ସମ୍ଭାବନା ରହିଥିବା ଆଲୋଚନା ହେଉଛି। ସେହିପରି ଢେଙ୍କାନାଳ ବିଧାନସଭା ପାଇଁ ସୁସ୍ମିତା ସିଂହଦେଓଙ୍କ ସମେତ ଜିଲା ସଭାପତି ସୁନୀଲ ଦାଶ, ଯୁବ କଂଗ୍ରେସ ସଭାପତି ଶୁଭମ ଦାଶ, ଜିଲା ମହିଳା କଂଗ୍ରେସ ସଭାପତି ସ୍ମିତାରାଣୀ ସାମଲ ପ୍ରମୁଖ ଆଶାୟୀ ରହିଛନ୍ତି। କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଶିଷ୍ଟ ଶିକ୍ଷକ ନେତା ବିପ୍ରବର ସାହୁ, ପ୍ରଭୁଦତ୍ତ ଭଟ୍ଟ ଓ ପିସିସି ସାଧାରଣ ସମ୍ପାଦକ ଆଦିତ୍ୟ ମହାପାତ୍ରଙ୍କ ନାମ ଆଶାୟୀ ପ୍ରାର୍ଥୀଭାବେ ରହିଛି। ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗୋବର୍ଦ୍ଧନ ଶେଖର ନାଏକ ଓ କୈଳାସ ନାଏକ, ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ରଣଜିତ ସାହୁ ଓ ବିଜୟ ରାଉତରାୟଙ୍କ ନାମ ଚର୍ଚ୍ଚା ହେଉଥିବା ଜଣାପଡିଛି। ହିନ୍ଦୋଳକୁ ଛାଡି ବାକି ଆସନରେ ବିଜେଡି ଓ ଭାଜପା ପ୍ରାର୍ଥୀମାନେ ଏକପ୍ରକାର ପ୍ରଚାର କାମ ଆରମ୍ଭ କରିଥିବା ବେଳେ କଂଗ୍ରେସର ପ୍ରାର୍ଥୀ ଘୋଷଣା ହୋଇ ନ ଥିବାରୁ ଦଳର ପ୍ରାର୍ଥୀମାନେ କେବେ ପ୍ରଚାରରେ ସାମିଲ ହେବେ ତାହା ଆଲୋଚନାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ ଜିଲା କଂଗ୍ରେସ ସଭାପତି ସୁନୀଲ ଦାଶ କହିଛନ୍ତି, ଜିଲା କଂଗ୍ରେସ ପକ୍ଷରୁ ସମସ୍ତ ତାଲିକା ହାଇକମାଣ୍ଡଙ୍କ ନିକଟକୁ ପଠାଯାଇଛି। ଚୂଡ଼ାନ୍ତ ନିଷ୍ପତ୍ତିି ହାଇକମାଣ୍ଡଙ୍କ ହାତରେ। ଜିଲା ବିଜେଡି ସଭାପତି ତଥା ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ କହିଛନ୍ତି, ବିଳମ୍ବ ତ ହେଉଛି। କେବେ ଘୋଷଣା ହେବ ଅପେକ୍ଷା କରିଛୁ। ଜିଲା ଭାଜପା ସଭାପତି ନରେଶଚନ୍ଦ୍ର ମହାପାତ୍ର କହିଛନ୍ତି, ଦଳର ସର୍ବଭାରତୀୟ ସ୍ତରରେ ପ୍ରାର୍ଥୀ ଚୂଡ଼ାନ୍ତ କରାଯାଉଛି। ତେଣୁ ନିଷ୍ପତ୍ତି ଅପେକ୍ଷାରେ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri