Odisha Elections 2024

ଲୁଚିଛପି ବିବାହ କଲେ ଲେଡି ଗାଗା? ଭାଇରାଲ ହେଉଛି ସିଙ୍ଗରଙ୍କ ଫଟୋ

ଓ୍ବାଶିଂଟନ: ଆମେରିକୀୟ ଗାୟିକା, ଗୀତିକାର ଏବଂ ଅଭିନେତ୍ରୀ ଲେଡି ଗାଗାଙ୍କର ରହିଛନ୍ତି ଅନେକ ପ୍ରଶଂସକ। ୩୮ ବର୍ଷିୟା ଲେଡି ଗାଗା ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହିଥାଆନ୍ତି। ବର୍ତ୍ତମାନ ତାଙ୍କୁ ନେଇ ଏକ ଖବର ସାମ୍ନାକୁ ଆସୁଛି।

କୁହାଯାଉଛି ଯେ ତାଙ୍କର ଏନଗେଜମେଣ୍ଟ ହୋଇସାରିଛି ଏବଂ ସେ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଆମେ ଏହା କହୁନାହୁଁ, କିନ୍ତୁ ତାଙ୍କର ଭାଇରାଲ ଫଟୋ ଏପରି କହୁଛି, ଯେଉଁଥିରେ ସେ ଏକ ଏନଗେଜମେଣ୍ଟ ରିଙ୍ଗ ପିନ୍ଧିଛନ୍ତି ।
ଲେଡି ଗାଗାଙ୍କ ନାମ ଦୀର୍ଘ ଦିନ ଧରି ଉଦ୍ୟୋଗୀ ମାଇକେଲ ପୋଲାନସ୍କି ସହିତ ଯୋଡା ଯାଇଥିଲା । ଏହି ଦମ୍ପତି ପରସ୍ପରକୁ ଡେଟ କରୁଛନ୍ତି । ଏଭଳି ସମୟରେ ଖବର ଅଛି ଯେ ଏହି ଦୁଇଜଣ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସୋସିଆଲ ମିଡିଆରେ ଲେଡି ଗାଗାଙ୍କ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କ ହାତରେ ଏକ ଏଗେଜମେଣ୍ଟ ରିଙ୍ଗ ଦୃଶ୍ୟମାନ ହେଉଛି।
ଏହାସହ ସେ ଫୁଲ୍‌ କଳା ପୋଷାକରେ ନଜର ଆସିଥାନ୍ତି । ସେ ମୁହଁରେ କଳା ଚଷମା ଏବଂ ପାଦରେ ହାଇ ହିଲ ପିନ୍ଧିଛନ୍ତି। ତାଙ୍କ ହାତ ରିଙ୍ଗ ଥିବା କୋଟର ହାତରୁ ଦୃଶ୍ୟମାନ ହେଉଥିଲା, ଯେଉଁଥିରେ ବଡ ଡାଇମଣ୍ଡ ରିଙ୍ଗ ସମସ୍ତ ଲାଇମ ଲାଇଟ ଚୋରି କରିଥିଲା। ତେବେ ଏପର୍ଯ୍ୟନ୍ତ ଅଭିନେତ୍ରୀଙ୍କଠାରୁ କୌଣସି ଅଫିସିୟାଲ ଘୋଷଣା ହୋଇନାହିଁ।

ସୂଚନାଯୋଗ୍ୟ, ଲେଡି ଗାଗା କେବେ ବି ବିବାହ କରିନାହାଁନ୍ତି, ଯଦିଓ ତାଙ୍କର ଦୁଇଥର ଏନଗେଜମେଣ୍ଟ ହୋଇଛି। ୨୦୧୧ରେ, ସେ ଚିକାଗୋ ଫାୟାର ତାରକା ଟେଲର କିନ୍ନିଙ୍କୁ ଡେଟ କରିବା ଆରମ୍ଭ କରିଥିଲେ, ଯିଏକି ତାଙ୍କ ଗୀତ ‘ୟୁ ଆଣ୍ଡ ଆଇ’ ପାଇଁ ଭିଡିଓରେ ଅଭିନୟ କରିଥିଲେ ଏବଂ ଏହି ଦମ୍ପତି ଭାଲେଣ୍ଟାଇନ୍ସ ଡେ ୨୦୧୫ରେ ଏନଗେଜମେଣ୍ଟ କରିଥିଲେ।
ଏହି ଅବସରରେ କିନ୍ନି ଗାଗାଙ୍କୁ ହୃଦୟ ଆକୃତିର ରିଙ୍ଗ ଦେଇଥିଲେ, କିନ୍ତୁ ୨ ବର୍ଷ ପରେ ଦୁହେଁ ଅଲଗା ହୋଇଗଲେ। ଏହା ପରେ ସେ ହଲିଉଡର ଟ୍ୟାଲେଣ୍ଟ ଏଜେଣ୍ଟ ଖ୍ରୀଷ୍ଟିଆନ କାରିନୋଙ୍କ ସହ ଡେଟ କରିଥିଲେ । ଏହି ସମ୍ପର୍କ ମଧ୍ୟ ବେଶୀ ଦିନ ରହିଲା ନାହିଁ ଏବଂ ସେମାନେ ୨୦୧୯ର ଆରମ୍ଭରେ ଅଲଗା ହୋଇଗଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେଲେ ୟାମୀ ଗୌତମ

ବଲିଉଡ୍‌ ଅଭିନେତ୍ରୀ ୟାମୀ ଗୌତମ ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ୟାମି ଏବଂ ତାଙ୍କ ସ୍ବାମୀ...

ମତଦାନ ସାବ୍ୟସ୍ତ କଲେ ଅକ୍ଷୟ କୁମାର, କହିଲେ…

ମୁମ୍ବାଇ,୨୦ା୫: ସୋମବାର ଆଠଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନରେ ୨୦୨୪ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ପଞ୍ଚମ...

ମୁମ୍ବାଇ ନିର୍ବାଚନ ପୂର୍ବରୁ ଶାହାରୁଖଙ୍କ ବିଶେଷ ଅପିଲ

ମୁମ୍ବାଇ,୧୯।୫: ୨୦୨୪ ଲୋକ ସଭା ନିର୍ବାଚନର ପର୍ଯ୍ୟାୟ ଚାଲିଛି। ୨୦ ମେ’ ୨୦୨୪ରେ ମୁମ୍ବାଇରେ ଭୋଟିଂ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅନେକ ସେଲିବ୍ରିଟି ଯେମିତିକି ବଲିଉଡର...

ବାହା ହେବେ ସାରା!

ମୁମ୍ବାଇ: ବଲିଉଡର ଯୁବ ତାରକାମାନଙ୍କ ମଧ୍ୟରେ ଅଛନ୍ତି ଶୈଫ ଅଲି ଖାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

୨୬ ଦିନ ପରେ ଫେରିଲେ ନିଖୋଜ ତାରକ ମେହେତା ଅଭିନେତା, ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ନିଖୋଜ ହେବାର ୨୬ ଦିନ ପରେ ଘରକୁ ଫେରିଲେ ‘ତାରକ ମେହେଟ୍ଟା କା ଉଲଟା ଚଷମା’ ଷ୍ଟାର ଗୁରୁଚରଣ ସିଂ। ଏପ୍ରିଲ ୨୨ରେ ସେ...

ଗର୍ଲଫ୍ରେଣ୍ଡଙ୍କ ମୃତ୍ୟୁକୁ ସହିପାରିଲେନି ଏହି ଅଭିନେତା: ହାରିଲେ ଜୀବନ

କିଛି ଦିନ ପୂର୍ବରୁ ଅଭିନେତ୍ରୀ ପବିତ୍ରା ଜୟାରାମ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ତାଙ୍କ ପ୍ରେମିକ ତଥା ସହ-ଅଭିନେତା ଚନ୍ଦ୍ରକାନ୍ତ ଆତ୍ମହତ୍ୟା କରିଥିବା...

ସମ୍ପର୍କରେ ବାଜିଲା ମୋହର! ଶିବାଙ୍ଗୀଙ୍କ ପ୍ରେମରେ ପଡ଼ିଥିବା ସ୍ବୀକାର କଲେ…

ବମ୍ବେ: ପ୍ରେମରେ ପଡ଼ିଛନ୍ତି ଅଭିନେତା କୁଶାଲ ଟଣ୍ଡନ। ଅଭିନେତ୍ରୀ ଶିବାଙ୍ଗୀ ଜୋଶୀଙ୍କୁ ଡେଟ୍‌ କରୁଛନ୍ତି ସେ। କିଛି ଦିନ ଧରି ଉଭୟ ସମ୍ପର୍କରେ ଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri