Odisha Elections 2024
Posted inଜାତୀୟ

ଭାଜପାର ୫ମ ତାଲିକାରେ କଙ୍ଗନା ରାନାଓ୍ବତ, ସୀତା ସୋରେନ, ଅରୁଣ ଗୋଭିଲ

ନୂଆଦିଲ୍ଲୀ,୨୪।୩: ଭାଜପା ପକ୍ଷରୁ ରବିବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ୧୧୧ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି। ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ମଧ୍ୟ ଏଥର ଟିକେଟ ଦିଆଯାଇଛି। ସେ ମଣ୍ଡିରୁ ନିର୍ବାଚନ ଲଢିବେ। ସୀତା ସୋରେନଙ୍କୁ ଦୁମକାରୁ ଟିକେଟ ଦିଆଯାଇଛି। ସୀତା ସୋରେନ ହେଉଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ଏବଂ ନିକଟରେ ସେ ଭାଜପାରେ ଯୋଗ ଦେଇଥିଲେ।
ଉତ୍ତରପ୍ରଦେଶର ମେରଠରୁ ଏହାର ପ୍ରାର୍ଥୀ ସିରିଏଲ ରାମାୟଣରେ ପ୍ରଭୁ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲଙ୍କୁ ଭାଜପା ଟିକେଟ ଦେଇଛି। କଂଗ୍ରେସରୁ ଆସି ଭାଜପାରେ ଯୋଗ ଦେଇଥିବା ନବୀନ ଜିନ୍ଦଲଙ୍କୁ ମଧ୍ୟ କୁରୁକ୍ଷେତ୍ରରୁ ଟିକେଟ ଦିଆଯାଇଛି। ରବି ଶଙ୍କର ପ୍ରସାଦଙ୍କୁ ପାଟନା ସାହିବରୁ ପ୍ରାର୍ଥୀ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ବେଗୁସରାଇରୁ ନିର୍ବାଚନ ଲଢିବେ।
ରାଜହେନ୍ଦ୍ରିରୁ ଡି ପୁଣ୍ଡେଶ୍ୱରୀ, ମୁଜାଫରପୁରରୁ ରାଜ ଭୂଷଣ ନିଶାଦ ଏବଂ ପାଟଳିପୁତ୍ରରୁ ରାମ କ୍ରିପାଲ ଯାଦବଙ୍କୁ ଭାଜପା ଟିକେଟ ଦେଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କର ଟିକେଟ ବକ୍ସରରୁ ଟିକେଟ କଟାଯାଇଛି। ମିଥିଲେଶ ତିୱାରୀଙ୍କୁ ବକ୍ସରରୁ ପ୍ରାର୍ଥୀ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏ ଦୁଃଖଦ ସମୟରେ ଇରାନ ସହ ଅଛି ଭାରତ: ଶୋକପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଇବ୍ରାହିମଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ଏଥିରେ ମୃତ୍ୟୁବରଣ...

ଶ୍ରୀମନ୍ଦିରରେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି।  ପ୍ରଧାନମନ୍ତ୍ରୀ ପ୍ରଥମେ ଗରୁଡ଼ ସ୍ତମ୍ଭ ନିକଟରେ ଦୀପ ଦାନ କରି ଭିତରକୁ ପ୍ରବେଶ କରିଛନ୍ତି। ଏହି...

ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ ଘୋଷାଡ଼ିଲେ ନେଲେ, ଆଉ ତାପରେ…

ଗରହ୍ବା,୧୯ା୫: ଝାଡ଼ଖଣ୍ଡର ଗରହ୍ବା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋରୁ ଚୋରାଚାଲାଣ ସନ୍ଦେହରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ...

ମୁମ୍ବାଇ ନିର୍ବାଚନ ପୂର୍ବରୁ ଶାହାରୁଖଙ୍କ ବିଶେଷ ଅପିଲ

ମୁମ୍ବାଇ,୧୯।୫: ୨୦୨୪ ଲୋକ ସଭା ନିର୍ବାଚନର ପର୍ଯ୍ୟାୟ ଚାଲିଛି। ୨୦ ମେ’ ୨୦୨୪ରେ ମୁମ୍ବାଇରେ ଭୋଟିଂ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅନେକ ସେଲିବ୍ରିଟି ଯେମିତିକି ବଲିଉଡର...

ଜୟରାମ ଠାକୁରଙ୍କ ତୃତୀୟ ଫିଲ୍ମ ‘କଙ୍ଗନା ମଣ୍ଡି କେ ଅଙ୍ଗନା’ ବି ହେବ ଫ୍ଲପ: ମୁଖ୍ୟମନ୍ତ୍ରୀ ସୁଖୁ

ଶିମଲା,୧୯୧।୫: ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ବିଲାସପୁରର ଜଗତଖାନା ଠାରେ ନିର୍ବାଚନ ପ୍ରଚାର କରିଥିଲେ। ସେ ହମିରପୁର ଆସନରୁ ଲୋକ ସଭା ପ୍ରାର୍ଥୀ ସତ୍ୟପାଲ ସିଂ...

ମୁଁ କେବେ ଏତେ ମୁଛୁଆ ଲୋକ ଦେଖି ନାହିଁ: ମୋଦିଙ୍କୁ ଟାର୍ଗେଟ କଲେ ଦିଗବିଜୟ

ନୂଆଦିଲ୍ଲୀ,୧୯।୫: ମଧ୍ୟପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ମତଦାନ ସମସ୍ତ ୨୯ ଟି ଆସନରେ ଚାରିଟି ପର୍ଯ୍ୟାୟରେ ଶେଷ ହୋଇଛି। ସେପଟେ ପୂର୍ବତନ...

ପଞ୍ଚମ ପର୍ଯ୍ୟାୟରେ ରାହୁଲ ଗାନ୍ଧୀ, ରାଜନାଥ ସିଂ, ସ୍ମୃତି ଇରନୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୯।୫: ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ଭୋଟ ସୋମବାର (୨୦ ମେ’) ରେ ହେବ। ଏହି ପର୍ଯ୍ୟାୟରେ ଆଠଟି ରାଜ୍ୟରେ ୪୯ ଟି...

ପ୍ରଧାନମନ୍ତ୍ରୀ ମୋଦି ବହୁତ ପାଓ୍ବାରଫୁଲ, ହେଲେ…: ଜେଲର କଥା ଉଠାଇ ମୋଦିଙ୍କୁ ଟାର୍ଗେଟ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୯।୫: ଜାମିନରେ ଆସିବା ପରଠାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାଜପାଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ରମାଗତ ଟାର୍ଗେଟ କରୁଛନ୍ତି। କେଜରିୱାଲ ଦାବି କରିଛନ୍ତି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri