ଜାତୀୟ ରାଜପଥ ଡିଭାଇଡରରେ ପିଟି ହେଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର

ବଡବିଲ,୧୪।୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିଥାନା ଅଧୀନ ୫୨୦ ନମ୍ବର ଜାତୀୟ ରାଜପଥ ତୋପାଡିହି ନିକଟରେ ଏକ ବାଇକ୍‌ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି। ମୃତକ ହେଲେ ନୟାକୋଟ ଥାନା ସୁନ୍ଦରା ଗ୍ରାମର ସନାତନ ଦେହୁରୀ(୨୦)। ଆହତ ମାନସ ସେଠ୍‌ ବୋଲି ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଏକ ବାଇକ୍‌ ଯୋଗେ ସନାତନ ଓ ମାନସ ରୁଗୁଡିରୁ କୋଇଡ଼ା ଯାଉଥିବାବେଳେ ରସ୍ତା ଡିଭାଇଡରରେ ପିଟି ହୋଇଯାଇଥିଲେ। ଫଳରେ ବାଇକ୍‌ଟି ଭାଙ୍ଗି ଚୁର୍‌ମାର୍‌ ହୋଇଯାଇଥିବା ବେଳେ ସନାତନ ଏବଂ ମାନସ ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରି ବଡବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ସନାତନଙ୍କ ମୃତ୍ୟୁ ଘଟିଥିଲା। ମାନସଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷେ ପ୍ରବଳ ଧୂଳି ଯୋଗୁ ଜାତୀୟ ରାଜପଥର ଭଦ୍ରାସାହିରୁ କୋଇଡା ପର୍ଯ୍ୟନ୍ତ ରାସ୍ତା ଡିଭାଇଡର ଦୃଶ୍ୟମାନ ହେଉ ନ ଥିବାରୁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏ ନେଇ ବିଭାଗ ପକ୍ଷରୁ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri