Posted inଖେଳ

ଅଶ୍ୱିନଙ୍କୁ ମିଳିଲା ସ୍ବତନ୍ତ୍ର କ୍ୟାପ୍‌, ଭାବପ୍ରବଣ ହେଲେ ସ୍ତ୍ରୀ

ଧର୍ମଶାଳା,୭।୩: ଭାରତର କିମ୍ବଦନ୍ତୀ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଧର୍ମଶାଳା ଟେଷ୍ଟରେ ମଇଦାନକୁ ଓହ୍ଲାଇବା ମାତ୍ରେ ଇତିହାସ ସୃଷ୍ଟି କରିଛନ୍ତି। ସେ ନିଜର ୧୦୦ ତମ ଟେଷ୍ଟ ଖେଳିବାରେ ଭାରତର ୧୪ ତମ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ଭିଭିଏସ ଲକ୍ଷ୍ମଣ, ଅନିଲ କୁମ୍ବଲେ, କପିଲ ଦେବ, ସୁନୀଲ ଗାଭାସ୍କର, ଦିଲୀପ ଭେଙ୍ଗସକର, ସୌରଭ ଗାଙ୍ଗୁଲି, ବିରାଟ କୋହଲି, ଇଶାନ୍ତ ଶର୍ମା, ହରଭଜନ ସିଂ, ଚେତେଶ୍ୱର ପୂଜାରା ଏବଂ ବିରେନ୍ଦର ସେହୱାଗ ଏହା କରିଛନ୍ତି। ଏହି ମୌକାକୁ ସ୍ବତନ୍ତ୍ର କରିବା ପାଇଁ ତାଙ୍କୁ ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ ଏକ ସ୍ବତନ୍ତ୍ର ଢଙ୍ଗରେ ଟେଷ୍ଟ କ୍ୟାପ୍‌ ପ୍ରଦାନ କରାଯାଇଛି।

ଏହି ବିଶେଷ ଅବସରରେ ପାଇଁ ଅଶ୍ୱିନଙ୍କ ପତ୍ନୀ ପ୍ରୀତି ଏବଂ ତାଙ୍କର ଦୁଇ ଝିଅ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଷ୍ଟାଡିୟମରେ ଭାରତୀୟ ଖେଳାଳିମାନେ ଏକ ଲାଇନରେ ଛିଡା ହୋଇଥିଲେ। ଏହି ସମୟରେ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଅଶ୍ୱିନଙ୍କ ବିଷୟରେ କିଛି କହିଥିଲେ। ତା’ପରେ ସେ ଟେଷ୍ଟ କ୍ୟାପ୍‌ ଅଶ୍ୱିନଙ୍କୁ ଦେଇଥିଲେ। ଏହି ସମୟରେ ଭାରତୀୟ ଖେଳାଳିମାନେ କରତାଳି ଦେଇଥିଲେ। ପ୍ରୀତି ଭାବପ୍ରବଣ ଦେଖାଯାଉଥିଲେ । ସମସ୍ତ ଖେଳାଳି ଅଶ୍ୱିନଙ୍କୁ ଆଲିଙ୍ଗନ କରି ଅଭିନନ୍ଦନ ଜଣାଇଛନ୍ତି। ଭାରତୀୟ ଖେଳାଳିମାନେ ତାଙ୍କୁ ଗାର୍ଡ ଅଫ ଅନର ମଧ୍ୟ ଦେଇଥିଲେ। ବିସିସିଆଇ ଅନେକ ଫଟୋ ମଧ୍ୟ ଶେୟାର କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରୁ ଓହରିଲେ ମିଲର୍ସ

ଜୟପୁର,୮ା୧(ପବନ ପାଣିଗ୍ରାହୀ): ମିଲର୍ସମାନେ ଆନ୍ଦୋଳନରୁ ଓହରିବା ପରେ କୋରାପୁଟ ଜିଲା ଜୟପୁର ଉପଖଣ୍ଡରେ ଧାନ କିଣା ଗୁରୁବାର ସ୍ୱାଭାବିକ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲାର ୧୦...

ସତେକି ଦିନିକିଆ ନୁହେଁ ଟେଷ୍ଟ: ଗୋଟିଏ ଉଇକେଟ ପାଇଁ  ଲୁଟାଇଲେ ୩୨୬ ରନ୍‌; ୬ ମ୍ୟାଚ୍‌ରେ ଫେଲ ହେଲେ…

ନୂଆଦିଲ୍ଲୀ,୮।୧: କ୍ରିକେଟର ଅର୍ଜୁନ ତେନ୍ଦୁଲକରଙ୍କ ପାଇଁ ଚଳିତ ବିଜୟ ହଜାରେ ଟ୍ରଫିର ଏହି ସିଜନ ଅତ୍ୟନ୍ତ ଖରାପ ହୋଇଛି। ବାମହାତି ଏହି ଅଲରାଉଣ୍ଡର ଉଭୟ ବୋଲିଂ...

ଟାଓ୍ୱାର ଉପରେ ଚଢ଼ିଗଲେ ଯୁବକ, ଆଉ ତା’ପରେ…

ତରଭା,୮ା୧(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜିଲା ତରଭା ସହରସ୍ଥିତ ମାରୱାଡି ଧର୍ମଶାଳା ପଛପଟେ ଥିବା ଏକ ଘରୋଇ ମୋବାଇଲ କମ୍ପାନୀ ଟାଓ୍ୱାର ଉପରେ ଗୁରୁବାର ଜଣେ ଯୁବକ...

ଚୂନଘାଟି ଜଙ୍ଗଲରେ ପଡ଼ିଛି ଯୁବକଙ୍କ ଦରପୋଡ଼ା ମୃତଦେହ, ପରିଚୟ ମିଳିବା ପରେ ପୋଲିସ… 

ବାଲିଗୁଡା, ୮।୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଚକାପାଦ ବ୍ଲକର ଲାଇନପଡ଼ା-ପସରା ଗ୍ରାମ ରାସ୍ତାରେ ଥିବା ଚୂନଘାଟି ଜଙ୍ଗଲରୁ...

‘I-PAC ରେଡ ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କ ହାତରୁ ପ୍ରମାଣ ଛଡାଇ ନେଇଥିଲେ, ଯାହା ପୂର୍ବରୁ କେବେ ହୋଇ ନ ଥିଲା’, ବଡ଼ ବାଦି କଲାଣି ଭାଜପା

କୋଲକାତା,୮।୧: କୋଇଲା ଦୁର୍ନୀତି ମାମଲାରେ ଗୁରୁବାର କୋଲକାତାର I-PAC କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏକ ତଲାସୀ ଅଭିଯାନ ଚଳାଇଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ...

ଡିପୋଜିଟ୍‌ ପାଇଁ  ଏଜେଣ୍ଟ ୩ ଲକ୍ଷ ଟଙ୍କା ନେଇ ଯାଉଥିଲେ, ବାଇକରେ ଆସି ଲୁଟି ନେଲେ…

ଚାନ୍ଦବାଲି,୮।୧(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରେ ଅପରାଧିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ଦିବା ପ୍ରାୟ ୧.୩୦ ସମୟରେ ବାଂଶଡା ଥାନା ଅଧିନ ଜଣେ...

ଜାତୀୟ ଶୁଟିଂ କୋଚ୍‌ଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୮ା୧: ଭାରତୀୟ ଶୁଟିଂ ଦଳର କୋଚିଂ ଷ୍ଟାଫ୍‌ର ପ୍ରମୁଖ ସଦସ୍ୟ ଅଙ୍କୁଶ ଭରଦ୍ୱାଜଙ୍କ ବିରୋଧରେ ଜଣେ ନାବାଳିକା ଶୁଟର ଗୁରୁବାର ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି।...

Dipu Das Murder: ବାଂଲାଦେଶରେ ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ, ପୋଲିସ କହିଲା…

ଢାକା,୮।୧: ବାଂଲାଦେଶ ପୋଲିସ ବାଂଲାଦେଶର ମୈମନସିଂ ଜିଲାରେ ଜଣେ ହିନ୍ଦୁ ସଂଖ୍ୟାଲଘୁ ନାଗରିକ ଦୀପୁ ଚନ୍ଦ୍ର ଦାସଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ଭିଡ଼ର ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri