Posted inଫୁରସତ

ଘର ନା ଓଲଟା ଡ଼ଙ୍ଗା

ଏଇ ପୃଥିବୀରେ ଅଜବ ସ୍ଥାନର ଅଭାବ ନାହିଁ। ଯେମିତିକି ଉତ୍ତର ଫ୍ରାନ୍ସ ର ଇଂଲିଶ ଚ୍ୟାନେଲ୍‌ ତଟରେ ଥିବା ଏକ ଛୋଟିଆ ସମୁଦ୍ର କୁଳିଆ ଗାଁ ‘ଇକ୍ୱିହେନ ପ୍ଲାଜ୍‌’। ପ୍ରାୟ ୩୦୦୦ ଅଧିବାସୀ ଥିବା ଏହି ଗ୍ରାମର ବିଶେଷତ୍ୱ ହେଉଛି ଯେ, ଏଠାକାର ସବୁ ଘର ଓଲଟା ଡଙ୍ଗା ସଦୃଶ। ତେଣୁ ଉକ୍ତ ଗାଁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ବିଂଶ ଶତାବ୍ଦିର ପ୍ରାରମ୍ଭରେ ଏହି ଗାଁ କେବଳ ଏକ ମାଛଧରାଳୀଙ୍କ ଗାଁ ଥିଲା। ଏହି ଗାଁକୁ ଡ୍ରାଏ ହାର୍ବର ବି କୁହାଯାଉଥିଲା। ତେବେ ପରବର୍ତ୍ତୀ ସମୟରେ ସେଠାକାର ଅଧିବାସୀ ଅଦରକାରୀ ବଡ଼ ବଡ଼ ଡ଼ଙ୍ଗାକୁ ଟାଣି ଟାଣି ନେଇ ଉଚ୍ଚ ସ୍ଥାନରେ ଓଲଟା କରି ରଖି ତା’ଉପରେ ଆଲକାତାରା ଢାଳି ଡ଼ଙ୍ଗାଗୁଡିକୁ ଓ୍ବାଟରପ୍ରୁଫ୍‌ କରିଥିଲେ। ଆଉ ଦୁଇ ପାର୍ଶ୍ୱକୁ କାଟି କବାଟ ଓ ଝରକା କରି ଡ଼ଙ୍ଗାକୁ ଘର କରିଥିଲେ। ଏହି ଡ଼ଙ୍ଗା ଘର ଭିତରେ ଡ଼ଙ୍ଗା ଲମ୍ବର କୋଠରୀ ସହ ରୋଷେଇ ଘର, ଶୋଇବା ରୁମ୍‌ କରାଯାଉଥିଲା। ଫଳରେ ଡ଼ଙ୍ଗାଗୁଡିକ ରହିବାଯୋଗ୍ୟ ଘର ପାଲଟିଯାଉଥିଲା। ସେତେବେଳେ ଏମିତି ଅନେକ ଓଲଟା ଡ଼ଙ୍ଗା ଘର ଥିଲା। ହେଲେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ଘରଗୁଡିକ ନଷ୍ଟ ହୋଇଗଲା। ତେବେ ୧୯୯୦ରେ ଏଠାକାର ଅଧିବାସୀ ପୁରୁଣା ପରମ୍ପରାକୁ ପୁନର୍ଜିବୀତ କରିବାକୁ ନିଷ୍ପତ୍ତି ନେଲେ। ଆଉ ଅନେକ ଓଲଟା ଡ଼ଙ୍ଗାର ଘର ତିଆରି କଲେ। ଯଦ୍ୱାରା ଇକ୍ୱିହେନ ପ୍ଲାଜ୍‌ ଗାଁ ପୁଣିଥରେ ଓଲଟା ଡ଼ଙ୍ଗାର ଗାଁ ପାଲଟିଗଲା। ଏବେ ଏହି ଗାଁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri