Odisha Elections 2024

ପୂର୍ବଶତ୍ରୁତାରୁ ଯୁବକଙ୍କୁ ଛୁରାମାଡ଼, ଜଣେ ଅଟକ

ଚାନ୍ଦବାଲି,୧୮ା୨(ଅଶୋକ କୁମାର ପଣ୍ଡା): ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧୀନସ୍ଥ ଚରଦିଆ ପଞ୍ଚାୟତ ତ୍ରିନାଥ ଜାର ସାର୍ବଜନୀକ ସରସ୍ବତୀ ପଡ଼ିଆରେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଚରଦିଆ ସାର୍ବଜନୀନ ସରସ୍ବତୀ ପଡ଼ିଆରେ ଯାତ୍ରା ହେଉଥିବା ବେଳେ ଶନିବାର ରାତିରେ ଯାତ୍ରା ପଡ଼ିଆରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଧାମରା ଅଞ୍ଚଳର ଯୁବକ ଭଜୁ ଓରଫ ଲକି ତରାଇ ଏଂ ତାଙ୍କ ସହଯୋଗୀ ରଘୁନାଥ ପରିଡ଼ା ଉଭୟ ମିଶି ପ୍ରକାଶ ମାଝି ନାମକ ଜଣେ ଯୁବକଙ୍କୁ ଛୁରାମାଡ଼ କରିଥିଲେ। ଚାନ୍ଦବାଲି ଥାନା ଓରାସାହି ପଞ୍ଚାୟତ ନେଡୁଆଳି ଗାଁର ପ୍ରକାଶଙ୍କୁ ଲକି ଏବଂ ରଘୁନାଥ ମିଶି ଆକ୍ରମଣ କରୁଥିବା ବେଳେ ଜଣେ ଅଭିଯୁକ୍ତ ଭଜୁ ଓରଫ ଲକିଙ୍କୁ ଗ୍ରାମବାସୀ ଧରି ବାଂଶଡ଼ା ଥାନାକୁ ଖବର ଦେଇଥିଲେ। ବାଂଶଡ଼ା ଥାନାର କର୍ମଚାରୀ ଜଣଙ୍କୁ ଧରିଥିବା ବେଳେ ଅନ୍ୟ ଜଣେ ଫେରାର ଅଛନ୍ତି। ଆହତ ପ୍ରକାଶଙ୍କୁ ଛୁରାମାଡ଼ରେ ବାମ କାନ୍ଧରେ କ୍ଷତବିକ୍ଷତ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ବାଂଶଡ଼ା ଥାନାରେ ଏତଲା ଦିଆଯାଇନାହିଁ। ଏହି ଘଟଣାରେ ଲକିଙ୍କୁ ଅଟକ ରଖିଥିବା ବେଳେ ଅଧିକ ତଦନ୍ତ ଚଳାଇଛି ବାଂଶଡ଼ା ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ୍‌ ଦେଲେ ମନ୍ତ୍ରୀ ଟୁକୁନି ସାହୁ

ଟିଟିଲାଗଡ଼,୨୦ା୫(ଶରତ ମିଶ୍ର): ବଲାଙ୍ଗୀର ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ଭୋଟ୍‌ ଦେଲେ ଅର୍ଥମନ୍ତ୍ରୀ

ଭଞ୍ଜନଗର,୨୦ା୫(ବାବୁଲା ପ୍ରଧାନ): ଅର୍ଥମନ୍ତ୍ରୀ ତଥା ଭଞ୍ଜନଗର ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ସୋମବାର ନିଜ ଗ୍ରାମ ଅଗଝୋଳରେ ମତଦାନ ସାବ୍ୟସ୍ତ କରିଛନ୍ତି। ବିକ୍ରମ ସପ୍ତମଥର...

ଜଳସେଚନ, ଓଭର ବ୍ରିଜ ଦାବିରେ ଭୋଟ ବର୍ଜନ: ଭୋଟରଙ୍କ ଅପେକ୍ଷାରେ ପୋଲିଂ ଅଧିକାରୀ

ଲୋଇସିଂହା,୨୦।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ହୀରାପୁର ପଞ୍ଚାୟତ ସଦର ଗାଁ ହୀରାପୁର ଓ ବାରଡୋଲ ଗ୍ରାମବାସୀ ଲୋୟର ସୁକତେଲ ପ୍ରକଳ୍ପରୁ ଜଳସେଚନ ଓ ରେଲୱେ...

ସକାଳ ୯ଟା ସୁଦ୍ଧା ବରଗଡ଼ ଜିଲାରେ ମତଦାନ ହାର:ଭଟଲିରେ ସର୍ବାଧିକ, ବିଜେପୁରରେ ସର୍ବନିମ୍ନ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ଚାଲିଛି ଗଣତନ୍ତ୍ରର ମହାପର୍ବ: ଭୋଟ ଦେବାକୁ ପ୍ରବଳ ଭିଡ଼

ଫୁଲବାଣୀ, ୨୦।୫(ରାକେଶ କୁମାର ରାଉତ):ସାଧାରଣ ନିର୍ବାଚନର ଦିତୀୟ ପର୍ଯ୍ୟାୟରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଭୋଟ ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୭ଟାରୁ ଭୋଟ ଦାନ...

ସସ୍ତ୍ରୀକ ଭୋଟ୍‌ ଦେଲେ କଂଗ୍ରେସ ପ୍ରାର୍ଥୀ ନିପନ ଦାଶ

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ମତଦାନ କଲେ କଂଗ୍ରେସ ପ୍ରାର୍ଥୀ ଚିତ୍ରସେନ

ପୁରୁଷୋତ୍ତମପୁର,୨୦ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନ ଲାଗି ସୋମବାର ସକାଳୁ ନିର୍ଦ୍ଧାରିତ ସମୟରେ ମତଦାନ ଆରମ୍ଭ ହୋଇଛି। ଏଥିରେ କଂଗ୍ରେସ ପକ୍ଷରୁ ଖଲ୍ଲିକୋଟ...

ପଙ୍କାଳସାହିରେ ଭୋଟ୍‌ ବର୍ଜନ

ନୟାଗଡ଼,୨୦ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଦଶପଲା ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଚାଲୁ ରହିଥିବା ବେଳେ ଅଧିକାଂଶ ସ୍ଥାନରେ ଇଭିଏମ୍‌ ଅଚଳ ଥିବା ଦେଖିବାକୁ ମିଳୁଛି। ନୂଆଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri