ପୁରାବିଶ୍ୱ ପାଇଁ ନିର୍ବାଚନ ବର୍ଷ ୨୦୨୪, ଭୋଟ ଦେବେ ୭୦ ଦେଶର ନାଗରିକ

ନୂଆଦିଲ୍ଲୀ,୩।୨: ନିର୍ବାଚନର ବର୍ଷ ହେଉଛି ୨୦୨୪। କେବଳ ଭାରତ ନୁହେଁ ପୁରା ବିଶ୍ୱ ପାର୍ଇ ୨୦୨୪ ହେଉଛି ନିର୍ବାଚନର ବର୍ଷ। ଚଳିତ ବର୍ଷ ୭୦ରୁ ଅଧିକ ଦେଶରେ ନିର୍ବାଚନ ହେବାକୁ ଯାଉଛି,ଯେଉଁଥିରେ ୪୦୦ କୋଟିରୁ ଅଧିକ ଲୋକ ଭୋଟଦାନ କରିବେ। ଏସିଆରୁ ଆଫ୍ରିକା ଏବଂ ୟୁରୋପ ଯାଏଁ ପ୍ରାୟ ସବୁ ମାହାଦ୍ୱୀପ ନିର୍ବାଚନ ମୋଡରେ ରହିବେ। ୨୭ଦେଶ ବିଶିଷ୍ଟ ୟୁରୋପୀୟ ୟୁନିଅନ ମଧ୍ୟ ନିର୍ବାଚନ ରଙ୍ଗରେ ରଙ୍ଗୀନ ହେବାକୁ ଯାଉଛି। ତେବେ ଏହି ନିର୍ବାଚନରେ ବିଶ୍ୱର କଣ ହେବ ପରିବର୍ତ୍ତନ। କେମିତି ରହିବ ସମୀକରଣ। ଏହା ତ ସମୟ କହିବ।

Beyond the U.S.: The World's Most Important Elections in 2024

ଆମେ ଆରମ୍ଭ କରିବା ବର୍ଷ ୨୦୨୨ରୁ। ଏହିବର୍ଷ ଋଷିଆ ଓ ୟୁକ୍ରେନ ଯୁଦ୍ଧ ବିଶ୍ୱରେ ହଟଚମଟ ସୃଷ୍ଟି କରିଥିଲା। ପୁରା ବିଶ୍ୱ ଦୁଇଭାଗରେ ବିଭକ୍ତ ହୋଇ ଯାଇଥିଲା। ହେଲେ ୨୦୨୩ରେ ଏହା ଆହୁରି ସାଂଘାତିକ ରୂପ ନେଇଥିଲା। ବିଶ୍ୱରେ ଶାନ୍ତି ବଦଳରେ ଆଉ ଏକ ମହାଯୁଦ୍ଧ ମୁଣ୍ଡ ଟେକିଥିଲା। ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଏଯାବତ ଅବ୍ୟାହତ ରହିଛି। ଏହିପରି ସଙ୍କଟ ଭିତରେ ବିଶ୍ୱରେ ଆଗାମୀ ନିର୍ବାଚନ ପରେ ନୂଆ ସରକାରଙ୍କ କଣ ରହିଛି ଭୂମିକା ଏହା ଉପରେ ସମସ୍ତଙ୍କର ନଜର ରହିଛି। ଯଦି ଆମେ ଏସିଆ ମହାଦେଶ କଥା କହିବା ଏଠାରେ ସବୁଠାରୁ ବଡ ଗଣତାନ୍ତ୍ରିକ ଦେଶ ଭାରତ ସମେତ ପାକିସ୍ତାନ, ଭୂଟାନ, ତାଇଓ୍ବାନ, ଇଣ୍ଡୋନେସିଆ ଓ ମାଳଦ୍ୱୀପରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ସେହିଭଳି ୟୁରୋପରେ ମଧ୍ୟ ଅନେକ ଦେଶରେ ନିର୍ବାଚନ ହେବାକୁ ଯାଉଛି, ଯେଉଁଥିରେ ପର୍ତ୍ତୁଗାଲରୁ ବେଲାଋଷ, ଫିନଲ୍ୟାଣ୍ଡ, ୟୁକ୍ରେନ ଭଳି ଦେଶ ସାମିଲ ରହିଛି। ଆଫ୍ରିକା ମହାଦେଶରେ ଚଳିତ ବର୍ଷ ସବୁଠାରୁ ଅଧିକ ଦେଶରେ ମଧ୍ୟ ନିର୍ବାଚନ ହେବାକୁ ଯାଉଛି। ଏହା ବ୍ୟତୀତ ଆମେରିକା, ବ୍ରିଟେନ, ଋଷିଆ, ମେକ୍ସିକୋ ଓ ଅଷ୍ଟ୍ରେଲିଆ ଭଳି ବଡ ଅର୍ଥ ବ୍ୟବସ୍ଥା ବିଶିଷ୍ଟ ଦେଶଗୁଡିକରେ ମଧ୍ୟ ନିର୍ବାଚନ ହେବ।

Opinion: Brace yourself. The elections of 2024 could shock the world | CNN

ସବୁ ନିର୍ବାଚନରେ ହାରଜିତ ସହିତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସମୀକରଣ ବଦଳିଥାଏ। ସବୁଠାରୁ ଅଧିକ ପ୍ରଭାବ ପଡିଥାଏ ଗୋଟିଏ ଦେଶର ଜିଓ ପଲଟିକକ୍ସ ଉପରେ। ଚଳିତ ବର୍ଷ ଭାରତର ଲୋକସଭା ନିର୍ବାଚନ ଉପରେ ସମସ୍ତଙ୍କର ନଜର ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଟ୍ରିକ ବିଜୟର ସମ୍ଭାବନାକୁ ନେଇ ମଇଦାନକୁ ଓହ୍ଲାଇଛନ୍ତି। ଆଊ ମୋଦିଙ୍କୁ ଚ୍ୟାଲେଞ୍ଜ ଦେବାକୁ ଇଣ୍ଡିଆ ମହାମେଣ୍ଟ ମଧ୍ୟ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଏହି ନିର୍ବାଚନରେ ଦେଶରେ ୯୫କୋଟି ଲୋକ ଭୋଟଦାନ କରିବେ।

Election Year 2024: 4.2 billion voters, 83 polls, 78 countries


Enter your email to get our daily news in your inbox.

All Right Reserved By Dharitri.Com

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ...

ଭୁବନେଶ୍ୱର ଏମ୍‌ସକୁ ଯିବ ସ୍ୱତନ୍ତ୍ର ‘ଆମ୍ବୁଲାନ୍ସ କରିଡର’: ଆଉ ଟ୍ରାଫିକ୍‌ରେ ଫସିବେନି ରୋଗୀ

ଭୁବନେଶ୍ୱର,୧୮ା୧୨: ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ସୁରକ୍ଷିତ ଓ ଶୀଘ୍ର ହସ୍ପିଟାଲରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ଭୁବନେଶ୍ୱର ଖଣ୍ଡଗିରି...

୫୬,୦୦୦ ପାକିସ୍ତାନୀ ଭିକାରିଙ୍କୁ ତଢ଼ିଲା ସାଉଦି ଆରବ

ନୂଆଦିଲ୍ଲୀ,୧୮ା୧୨: ପାକିସ୍ତାନର ପେଶାଦାର ଭିକାରୀମାନେ ଏବେ ବିଶ୍ୱ ସ୍ତରରେ ଦେଶ ପାଇଁ ଏକ ବଡ଼ ଅପମାନର କାରଣ ସାଜିଛନ୍ତି। ନିକଟରେ ସାଉଦି ଆରବ ପ୍ରାୟ ୫୬,୦୦୦...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri