Odisha Elections 2024
Posted inRasifala

ରାଶିଫଳ: ଶନିବାର, ଫେବୃଆରୀ ୩ ତାରିଖ – Daily Horoscope

ମେଷ
ଆଜି ହସ, ଖୁସି ଓ ଆନନ୍ଦ ଉପଭୋଗର ମଉକା ଜୁଟିବ। ଆନୁଷ୍ଠାନିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁନ୍ଦର ଓ ସୁମଧୁର ହେବ। ବନ୍ଧୁଙ୍କ ପରାମର୍ଶରେ ଅଟକିଥିବା କାମକୁ ପୂରାଦମ୍‌ରେ କରିବାର ନିଷ୍ପତ୍ତି ନେବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ଆମତ୍ୀୟଙ୍କୁ ଅତି ନିକଟରେ ପାଇ ନିଜକୁ କିଛି ସମୟ ପାଇଁ ଭୁଲିଯିବେ।
ବୃଷ
ବୃଷ
ଅଟକି ରହିଥିବା କାମଗୁଡ଼ିକ ସମ୍ପନ୍ନ କରିବା ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ପ୍ରତ୍ୟେକ କାମରେ ଆଗୁଆ ରହି କାମ କରିବା ହେତୁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ। ପରିବାରର ବ୍ୟୟବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। କଚେରି ମାମଲା, ସାହିତ୍ୟ ଚର୍ଚ୍ଚା ଓ ସାମ୍ବାଦିକତାରୁ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ଆଜି ଯେତିକି ଅର୍ଥ ପାଇବେ ତା’ଠାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ଅନ୍ୟମାନଙ୍କ ଫୁସୁଲାଫୁସୁଲି କଥାରେ ଭାସିଯାଇ କାମକଲେ ପରେ ଅନୁତାପ କରିପାରନ୍ତି। ସାମାଜିକ କ୍ଷେତ୍ରରେ କେବଳ ବେଠି ଖଟିବା ବ୍ୟତୀତ କିଛି ଲାଭ ହେବନି। ବ୍ୟବସାୟ, ବାଣିଜ୍ୟ ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
କର୍କଟ
କର୍କଟ
କୌଣସି ବନ୍ଧୁ ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ହଇରାଣ କରିବାକୁ ଚେଷ୍ଟିତ ହେବେ। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପଦୁଟିଏ ପ୍ରଶଂସା ଶୁଣିବାକୁ ମିଳିବ ନାହିଁ। ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ଅଭିଯୋଗର ସମ୍ମୁଖୀନ ହୋଇପାରନ୍ତି। ଘରୋଇ କଥାରେ ମତପାର୍ଥକ୍ୟ ଲାଗି କାର୍ଯ୍ୟଟି ଅଧାପନ୍ତରିଆ ରହିଯାଇପାରେ।
ସି˚ହ
ସି˚ହ
ଆଜି ଯେଉଁ କାମରେ ହାତଦେବେ ସଫଳତା ପାଇବା କଷ୍ଟକର ହେବ। କର୍ମକ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟହେବେ। ପାରିବାରିକ କ୍ଷେତ୍ରରେ ଅଶାନ୍ତ ମନ ଦିନ ଗୋଟାଏ ପରେ ଶାନ୍ତ ହେବ। ପୃଷ୍ଠପୋଷକତା ଅଭାବରୁ କାମଗୁଡ଼ିକ ସୁବିଧାରେ ହେବା କଷ୍ଟକର ହୋଇପଡ଼ିବ।
କନ୍ୟା
ଆଜି ସକାଳୁ ବନ୍ଧୁଙ୍କ ଗୃହକୁ ଯିବା ଲାଗି ସଜବାଜ ହୋଇପାରନ୍ତି। ବିବାଦୀୟ ଘଟଣାରେ ନୀରବ ନ ରହିଲେ କିଛି ଭଲ ହେବନାହିଁ। ରୋଗିଣା ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବ, ବିଶେଷତଃ ଖାଦ୍ୟପେୟରେ ସତର୍କ ରହନ୍ତୁ। ବ୍ୟବସାୟରେ ଠକାମିରେ ପଡ଼ିପାରନ୍ତି, ଏଣୁ ସତର୍କତା ଅବଲମ୍ବନ କରିବା ଭଲ ହେବ।
ତୁଳା
ତୁଳା
ଆସନ୍ତାକାଲିର କାର୍ଯ୍ୟ ସକାଶେ ଆଜି ବନ୍ଧୁଙ୍କ ସହ ବିଶେଷ ଆଲୋଚନା କରିବା ଭଲ ହେବ। ଅସୁମାରି ଆଶା ଓ ଆଗ୍ରହ ନେଇ ଯେଉଁ ବନ୍ଧୁଙ୍କ କାମରେ ବାହାରିଥିଲେ ଫେରିଲାବେଳକୁ ସେହି ଆନନ୍ଦ ରହିବନାହିଁ। ଦିନଟିରେ ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। ଜଣେ ବନ୍ଧୁଙ୍କ ଅନୁପସ୍ଥିତିରୁ ମନ ଭଲ ଲାଗି ନ ପାରେ।
ବିଛା
ବିଛା
ଅନ୍ୟମାନଙ୍କ ଯେତେ ମନଧରି କାମ କଲେ ମଧ୍ୟ ସମ୍ପର୍କୀୟମାନେ ଦୂରେଇ ରହୁଥିବାର ଅନୁଭବ କରିବେ। ପାରିବାରିକ କ୍ଷେତ୍ରରେ ନାନା ସମସ୍ୟାରେ ପଡ଼ି ବିଚଳିତ ହୋଇପାରନ୍ତି। କଳା, ସାହିତ୍ୟ ଓ ବନ୍ଧୁମିଳନ କ୍ଷେତ୍ରରେ ଆଦୃତ ହେବେ। ସାଙ୍ଗଠନିକ କାର୍ଯ୍ୟ, ନିର୍ମାଣ, ମାଲି ମକଦ୍ଦମା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତିରେ ଜୟଯୁକ୍ତ ଆଶା କରାଯାଇପାରେ।
ଧନୁ
ଧନୁ
ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ିବାକୁ ଚେଷ୍ଟାକଲେ ମଧ୍ୟ କିଛି ଲାଭ ହେବନାହିଁ। ଭିତରେ ଭିତରେ କୁହୁଳୁଥିବା ପାରିବାରିକ ସମସ୍ୟାର ସମାଧାନ ଆଶା ମଉଳି ଯାଇପାରେ। ଯାନବାହନ ଚଳାଚଳରେ ଦେଖିଚାହିଁ ପଦକ୍ଷେପ ନେବା ଭଲ। ପରିବାରର ଆବଶ୍ୟକତା ଅନୁଯାୟୀ ମୂଲ୍ୟବାନ୍‌ ଜିନିଷ କିଣିବାକୁ ମନ ବଳାଇପାରନ୍ତି।
ମକର
ମକର
ଆଶାନୁଯାୟୀ କାର୍ଯ୍ୟ ସାଧନ ନ ହେବା କାରଣରୁ ନିରୁତ୍ସାହିତ ରହିପାରନ୍ତି। କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ନିଜର ଭାବାବେଗକୁ ରୋକିପାରିବେ ନାହିଁ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ, ମାତ୍ର ତକ୍‌ଲିପି ସହିବାକୁ ପଡ଼ିବ। ପ୍ରତ୍ୟୁଷ ଯାତ୍ରାରେ ମନଟା କେଜାଣି କାହିଁକି ଏକ ଅଜଣା ଆଶଙ୍କାରେ ଉଦ୍‌ବେଳିତ ହୋଇପାରେ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି। ଗତକାଲିର କୌଣସି ଘଟଣାକୁ ନେଇ ଆଜି ମନଟା ଭାରାକ୍ରାନ୍ତ ରହିବ। ବିବାଦୀୟ ଘଟଣା, କର୍ମକ୍ଷେତ୍ର, ଆନୁଷ୍ଠାନିକ କାମରେ ସମ୍ମାନ୍‌ନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହୋଇପାରନ୍ତି।
ମୀନମୀନ

ସମୟ ଅନୁକୂଳ ରହିଲେ ମଧ୍ୟ ଆର୍ଥତ୍କ ଅନଟନ ଓ ସ୍ବାସ୍ଥ୍ୟସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ଯେତେ ପ୍ରକାର ଭାବିଚିନ୍ତି କାମକଲେ ମଧ୍ୟ ପାରିବାରିକ ପ୍ରତିରୋଧ କେତେକ କାମକୁ ବିଶୃଙ୍ଖଳିତ କରିପାରେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ କିନ୍ତୁ ସମ୍ପୂର୍ଣ୍ଣ ନିରାମୟର ଆଶା ତଥାପି ରହିବ। ଗତକାଲିର ଯୋଜନା ଓ ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍‌ ଠିକ୍‌ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ମେ ୨୧ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ବ୍ୟବସାୟରେ ସୁଫଳ ପ୍ରଦାନ କରିବ। ସ୍ବାସ୍ଥ୍ୟ ଓ ପାରିବାରିକ ଦିଗଟି ଭଲ ରହିବ ଏବଂ...

ରାଶିଫଳ: ସୋମବାର, ମେ ୨୦ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ର ସକାଶେ ଅନ୍ୟମନସ୍କତା ଯୋଗୁ କେତେକ ବ୍ୟତିକ୍ରମ ଆଶଙ୍କା ରହିଛି। ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢ଼ିଚାଲିବ। ପାରିବାରିକ କ୍ଷେତ୍ରରେ ଆର୍ଥିକ...

ରାଶିଫଳ: ରବିବାର, ମେ ୧୯ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସ୍ଥଗିତ କାମର ପୁନରୁଦ୍ଧାର ପାଇଁ ଉଚ୍ଚ ପଦାଧିକାରୀ ସହଯୋଗର ପ୍ରତିଶ୍ରୁତି ଦେଇପାରନ୍ତି। ଶିଳ୍ପ, ବ୍ୟବସାୟ ଓ ପରିବହନରେ ଶିଥିଳତା ଦେଖାଦେବାରୁ ମନ ଭଲ...

ରାଶିଫଳ: ଶନିବାର, ମେ ୧୮ ତାରିଖ – Daily Horoscope

ମେଷ ଆଜି ଦୁଃସ୍ଥାନସ୍ଥ କେତୁ ଯୁକ୍ତ ଶୁକ୍ର ବିଶେଷ ଭ୍ରମଣ ଓ ଖର୍ଚ୍ଚାନ୍ତ ହେତୁ ଅଶାନ୍ତ ରହିବେ। ପାରିବାରିକ ସମସ୍ୟା, ଯାନବାହନରେ କ୍ଷତିର ସମ୍ମୁଖୀନ ହୋଇପାରନ୍ତି।...

ରାଶିଫଳ: ଶୁକ୍ରବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କଲ୍ୟାଣଚନ୍ଦ୍ର ପ୍ରଭାବରୁ ସୁସ୍ଥ ମାନସିକତା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ ରହିବ। ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦ୍‌ବେଗ ରହିବ। ପ୍ରଶାସନ କିମ୍ବା...

ରାଶିଫଳ: ଗୁରୁବାର, ମେ ୧୬ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପୂର୍ବ ଶତ୍ରୁତାଜନିତ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ କିନ୍ତୁ ସାମାଜିକସ୍ତରରେ ନିଜକୁ ଠିକ୍‌ ଭାବେ ଚଳାଇନେଇ ପାରିବେନାହିଁ। ଶନିଦୃଷ୍ଟ...

ରାଶିଫଳ: ବୁଧବାର, ମେ ୧୫ ତାରିଖ – Daily Horoscope

ମେଷ ଆଜି ସବୁ ଭଲ ହେଲେ ମଧ୍ୟ ସ୍ପଷ୍ଟବାଦିତା ଯୋଗୁ ଅନ୍ୟମାନଙ୍କ ଚକ୍ଷୁଶୂଳ ହେବେ। ବାଣିଜ୍ୟ, ଯୋଗାଯୋଗ, ବନ୍ଧୁଙ୍କୁ ପ୍ରତୀକ୍ଷା ଏବଂ କାର୍ଯ୍ୟାରମ୍ଭ କ୍ଷେତ୍ରରେ ବ୍ୟତିକ୍ରମର...

ରାଶିଫଳ: ମଙ୍ଗଳବାର, ମେ ୧୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସାହାଯ୍ୟ, ସହଯୋଗ ଲାଭକରି ହାତକୁ ନେଇଥିବା କାମ ସମ୍ପନ୍ନ କରିପାରିବେ। ବନ୍ଧୁଙ୍କ ପରାମର୍ଶରେ ପରିବାରର ସହମତି ନେଇ କୌଣସି ଦୀର୍ଘମିଆଦୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri