ବରୀ ବିଜେଡି: ଆଶାୟୀଙ୍କ ଭିତରେ ଲଢ଼େଇ

ରସୁଲପୁର, ୨୯।୧(ରଞ୍ଜିତ ରାଉତ): ଯାଜପୁର ଜିଲା ବରୀ ନିର୍ବାଚନମଣ୍ଡଳୀରେ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀମାନେ କସରତ ଆରମ୍ଭ କରିଦେଲେଣି। ଶାସକ ବିଜେଡିରେ ଅନେକ ଆଶାୟୀ ବିରୋଧୀଙ୍କୁ ସୁହାଇବା ଭଳି ମନେହେଉଛନ୍ତି। କହିବାକୁ ଗଲେ ଏଠି ବିଜେଡି ନିଜ ସହ ଲଢୁଛି। ଏଠାରେ ବିରୋଧୀମାନେ ସେତେଟା ପ୍ରଭାବୀ ନୁହନ୍ତିି। କିନ୍ତୁ ବିଜେଡିରେ ଏକାଧିକ ଆଶାୟୀ ଦଳୀୟ କନ୍ଦଳ ସୃଷ୍ଟି କରୁଥିବାରୁ ତାହାର ଫାଇଦା ଅନ୍ୟଆଡ଼େ ଚାଲିଯିବାର ଆଶଙ୍କା ଉପୁଜିଲାଣି। କ୍ରମରେ ଦେଖିଲେ ୨୦୧୯ ନିର୍ବାଚନରେ ଭାଜପା ନେତ୍ରୀ ରହିଥିବା ସୁନନ୍ଦା ଦାସଙ୍କୁ ବିଜେଡି ଆମଦାନୀ କରିଆଣି ବିଧାୟକ ଆସନରେ ବସାଇଛି। ସେ ବରୀ ରାଜନୀତିରେ ବେଶ୍‌ ସକ୍ରିୟ ଅଛନ୍ତି। ପ୍ରତିଦିନ ନିଆରା କାର୍ଯ୍ୟକ୍ରମ ଜରିଆରେ ଜନସାଧାରଣଙ୍କୁ ଭେଟି ସମ୍ପର୍କ ଯୋଡ଼ିିବାକୁ ପ୍ରୟାସ ଜାରି ରଖିଛନ୍ତି।

ତାଙ୍କର ଏଭଳି କାର୍ଯ୍ୟକ୍ରମ ପାଇଁ ସେ ଦେଶର ୫୪ଜଣ ଶ୍ରେଷ୍ଠ ବିଧାୟକ ଓ ଓଡ଼ିଶାରୁ ଏକମାତ୍ର ମହିଳା ବିଧାୟିକା ଭାବେ ସ୍ଥାନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେହିପରି ଆଉ ଜଣେ ନେତ୍ରୀ ଶର୍ମିଷ୍ଠା ସେଠୀ ପ୍ରଶାସନିକ ସେବା ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ରାଜନୀତିରେ ପ୍ରବେଶ କରି ଯାଜପୁର ଏମ୍‌ପି ହୋଇଛନ୍ତି। ତାଙ୍କର ଶାଶୁଘର ଏହି ନିର୍ବାଚନମଣ୍ଡଳୀରେ। ବରୀର ଆଉ ଜଣେ ନାରୀ ସୁଲତା ଦେଓ, ଯିଏ କି ରାଜ୍ୟ ସଭା ସଦସ୍ୟ ଅଛନ୍ତି। ସେହିଭଳି ଅନ୍ୟତମ ପ୍ରଭାବଶାଳୀ ନେତ୍ରୀଙ୍କ କଥା କହିବାକୁ ଗଲେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ଏହି ନିର୍ବାଚନମଣ୍ଡଳୀ ସହ ସମ୍ପର୍କ ବେଶ୍‌ ନିବିଡ଼। ଏସବୁ ନେତ୍ରୀଙ୍କ ମଧ୍ୟରୁ କେହି ଜଣେ ବରୀରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଏହାଛଡ଼ା ଗତ ନିର୍ବାଚନରେ ଭାଜପା ପ୍ରାର୍ଥୀ ହୋଇଥିବା ବିଶ୍ୱରଞ୍ଜନ ମଲିକ ବିଜେଡିର ସୁନନ୍ଦାଙ୍କୁ କଡ଼ା ଟକ୍କର ଦେଇ ମାତ୍ର ୪ ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ସେ ଇତିିମଧ୍ୟରେ ବିଜେଡିରେ ସାମିଲ ହୋଇସାରିଛନ୍ତି। ସେ ଏଥର ଦଳୀୟ ଟିକେଟ ପାଇବେ ବୋଲି ତାଙ୍କର ସମର୍ଥକମାନେ କହି ବୁଲୁଛନ୍ତି।

ଏହାଛଡ଼ା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ବିଜେଡିର ଉଚ୍ଚସ୍ତରୀୟ ନେତାଙ୍କ ଗୁଡ୍‌ବୁକ୍‌ରେ ନ ଥିଲେ ମଧ୍ୟ ନିର୍ବାଚନରେ ପ୍ରାର୍ଥୀ ହେବା ନିଶ୍ଚିତ ବୋଲି କହୁଛନ୍ତି। ହେଲେ ଦେବାଶିଷଙ୍କ ଅତ୍ୟନ୍ତ ଘନିଷ୍ଠ ବୋଲି ଜଣାଶୁଣା ବରୀ ବ୍ଲକ ପୂର୍ବତନ ବିଜେଡି ସଭାପତି ସେକ୍‌ ସଫିକ୍‌ ଉଦ୍ଧିନ (ଟାଲି ବାବୁ) ପୃଥକ୍‌ ଭାବେ ବୈଠକମାନ ଆୟୋଜନ କରୁଥିବା ଦେଖାଯାଉଛି। ରସୁଲପୁର ବ୍ଲକରୁ ଏହି ନିର୍ବାଚନମଣ୍ଡଳୀରେ ସାମିଲ ହୋଇଥିବା ୧୦ ପଞ୍ଚାୟତ ମଧ୍ୟରୁ ସାମନ୍ତରାପୁର ପଞ୍ଚାୟତରେ ଏକ ବନ୍ଧୁମିଳନ ଆଳରେ ସେ ପୁରୁଣା ସରପଞ୍ଚ ଓ କର୍ମୀମାନଙ୍କୁ ଏକଜୁଟ୍‌ କରିଥିବା ଚର୍ଚ୍ଚାର ବିଷୟ ରହିଛି। ଏ ସବୁ ପରେ ଯୁବ ନେତା ଅଶୋକ କୁମାର ବେହେରା ଓ ବରୀ ଗ୍ରାମ ପଞ୍ଚାୟତର ସଞ୍ଜୀବ ଜେନା ଦଳପାଇଁ ନୂଆ ଚେହେରା ଭାବେ ବରୀରେ ଉଭା ହୋଇଥିବା ଆଲୋଚନା ହେଉଛି। ସେମାନେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକ ସମ୍ପର୍କ ସୃଷ୍ଟି କରୁଛନ୍ତି। ସେମାନେ ଏଥର ବରୀରୁ ପ୍ରାର୍ଥୀ ହେବେ ବୋଲି ଛକ ବଜାରରେ ଚର୍ଚ୍ଚା ଆରମ୍ଭ ହେଲାଣି। ସେହିପରି ଆଉ ଜଣେ ଯୁବନେତା ତଥା ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକଙ୍କ କଥା ନିର୍ବାଚନ ଆସିଲେ ଚର୍ଚ୍ଚାକୁ ଆସେ। ସେ ବି ଏଥର ଟିକେଟ ଆଶାୟୀ।

ଏହିଭଳି ଭାବେ ଦେଖିବାକୁ ଗଲେ ବରୀ ବିଜେଡିରେ ୮ ରୁ ୧୦ଜଣ ନେତା ଦଳୀୟ ଟିକେଟ ଆଶାରେ ରାଜନୀତି ଆରମ୍ଭ କଲେଣି। ଏଠାରେ ଦଳ ପୁରୁଣାକୁ ଦୋହରାଇବ ନା ନୂଆ ଚେହେରା ଉପରେ ମୋହର ଲଗାଇବ ତା’ସମୟ କ୍ରମେ ସ୍ପଷ୍ଟ ହୋଇଯିବ ବୋଲି ନିର୍ବାଚନ ସମୀକ୍ଷକମାନେ କହୁଛନ୍ତି। ଜଣକୁ ଟିକେଟ ଦେଇ ଅନ୍ୟମାନଙ୍କୁ ଦଳ କେମିତି ସନ୍ତୁଷ୍ଟ କରୁଛି ଦେଖିବାର ଅଛି। ଉପରଲିଖିତ ଆଶାୟୀଙ୍କ ଗତିବିଧି ଉପରେ ଭାଜପାର ଯୁବନେତା ଉମେଶ ଜେନା ଓ କଂଗ୍ରେସ ନେତ୍ରୀ ଆରତୀ ଦେଓଙ୍କର ନଜର ରହିଥିବା ଲକ୍ଷ୍ୟ କରାଯାଉଛି। ବିରୋଧୀମାନେ ବିଜେଡିରେ ଗୋଷ୍ଠୀ କନ୍ଦଳକୁ ଚାହିଁ ବସିଥିବା ଭଳି ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri