Posted inଫୁରସତ

ବାଦୁଡ଼ି ଓଲଟା ଝୁଲେ କାହିଁକି? ଜାଣନ୍ତୁ ସେ ସମ୍ପର୍କରେ…

ବାଦୁଡି ହେଉଛି ଏକମାତ୍ର ଉଡନ୍ତା ସ୍ତନ୍ୟପାୟୀ ପ୍ରାଣୀ। କୁହାଯାଏ ଏହାର ଅସ୍ତିତ୍ୱ ବହୁ ପୁରୁଣା। ଏମିତିକି ଡାଇନୋସର ଯୁଗରେ ବି ଏହାର ଅସ୍ତିତ୍ୱ ଥିବା କିଛି ତଥ୍ୟ କହେ। କାରଣ ଆଜି ପର୍ଯ୍ୟନ୍ତ ମିଳିଥିବା ବାଦୁଡ଼ିର ସବୁଠାରୁ ପୁରୁଣା ଜୀବାଶ୍ମ ୫୨ ମିଲିୟନ ବର୍ଷ ତଳର ବୋଲି କୁହାଯାଉଛି। ଏହା ଏମିତି ଏକ ପ୍ରାଣୀ ଯେକି ମରୁଭୂମି ପରି ଚରମ ତାପମାତ୍ରା ଥିବା ସ୍ଥାନରେ ଦେଖାଯାଆନ୍ତି, ସବୁଠୁ ଥଣ୍ଡା ଧ୍ରୁବୀୟ ଅଞ୍ଚଳରେ ବି ଦେଖାଯାଆନ୍ତି। ଆଉ ସବୁ ବାଦୁଡି ଓଲଟା ଝୁଲି ରହନ୍ତି। ଆଉ ଏମାନେ ଭୂମିରୁ ଉଡାଣ ଭରି ପାରନ୍ତି ନାହିଁ। କାରଣ ଏମାନଙ୍କ ଆଗଗୋଡ ଯାହାକି ଡେଣାର କାମ କରେ ତା’ର ଗଠନ ଭିନ୍ନ। ଯାହାକି ଭୂମିରୁ ଉଡିବା ଲାଗି ଆବଶ୍ୟକୀୟ ଲିଫ୍ଟ ସୃଷ୍ଟି କରିପାରେ ନାହିଁ। ଏମିତି କ୍ଷେତ୍ରରେ କିଛିଟା ଦୌଡିବାପରେ ସେମାନେ ହୁଏତ ଉଡାଣ ଭରିପାରିଥାନ୍ତେ। ହେଲେ ସେମାନଙ୍କ ପଛ ଗୋଡ ବହୁତ ଛୋଟ ଏବଂ ଅବିକଶୀତ। ତେଣୁ ଏମାନେ ଦୌଡିକି ଗତି ଧରି ପାରନ୍ତି ନାହିଁ। ଫଳରେ ସେମାନଙ୍କ ପାଖରେ ପଛଗୋଡର ପଞ୍ଝା ସାହାଯ୍ୟରେ ଉଚ୍ଚ ସ୍ଥାନକୁ ଚଢି ପରେ ପଞ୍ଝା ଛାଡି ତଳକୁ ପଡ଼ିବା ଭଳି ଅବସ୍ଥାରେ ଉଡିଥାନ୍ତି। ବାଦୁଡିଙ୍କ ଧମନୀର ଓ୍ବାନ ଓ୍ବେ ଭାଲ୍‌ଭ ଥାଏ। ତେଣୁ ଓଲଟା ଝୁଲିବାବେଳେ ରକ୍ତ ଓଲଟା ପ୍ରବାହିତ ହୁଏ ନାହିଁ। ଏମାନେ ସାଧାରଣତଃ ଅନ୍ଧାରିଆ ଗୁମ୍ଫାରେ ଦିନସାରା ଆରାମ କରନ୍ତି। ରାତିରେ ବାହାରନ୍ତି। ଶୋଇବାବେଳେ ବି ଏମାନେ ପଡ଼ନ୍ତି ନାହିଁ। କାରଣ ସେମାନଙ୍କ ଗୋଡର ଶିରା ଏଭଳିଭାବେ ବ୍ୟବସ୍ଥିତ ଯେ, ସେମାନଙ୍କ ଓଜନ ହିଁ ସେମାନଙ୍କ ପଞ୍ଝାକୁ ମଜଭୁତର ସହ ଧରି ରଖିବାରେ ସାହାଯ୍ୟ କରେ। ଉଚ୍ଚ ସ୍ଥାନରେ ଝୁଲି ରହିବାଦ୍ୱାରା ପରଭକ୍ଷୀଙ୍କଠାରୁ ବି ଏମାନେ ସୁରକ୍ଷିତ ରୁହନ୍ତି। ମାସ ମାସ ଏମିତିକି ବର୍ଷ ବର୍ଷ ବି ଏମାନେ ଏଭଳି ଓଲଟା ଝୁଲି ରହିପାରନ୍ତି। କିଛି ବାଦୁଡି ୫-୬ ମାସ ପର୍ଯ୍ୟନ୍ତ ଶୀତସୁପ୍ତୀକୁ ଚାଲିଯାଆନ୍ତି। ଏହି ସମୟରେ ସେମାନେ ଶରୀରରେ ସଞ୍ଚତ୍ତ ରଖିଥିବା ଫ୍ୟାଟ ଦ୍ୱାରା ଜୀବନଧାରଣ କରନ୍ତି। ସାରା ପୃଥିବୀରେ ୧୪୦୦ରୁ ଉର୍ଦ୍ଧ୍ୱ ପ୍ରଜାତିର ବାଦୁଡ଼ି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri