Odisha Elections 2024

ଲକ୍ଷ୍ୟଠାରୁ ଦୂରରେ ୩ ସାମୁଦ୍ରିକ ଥାନା

କେନ୍ଦ୍ରାପଡ଼ା, ୨୩ା୧ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ୪୮ କିଲୋମିଟର ତଟାଞ୍ଚଳରେ ୩ ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଛି। ଅନୁପ୍ରବେଶ ରୋକିବା ସହିତ ସ୍ଥାନୀୟ ଅଞ୍ଚଳର ଆଇନଶୃଙ୍ଗଳା ପରିସ୍ଥିତିର ସମୀକ୍ଷା ସହ କାର୍ଯ୍ୟାନୁଷ୍ଠାନ କରିବା ଏହାର ଲକ୍ଷ୍ୟ ଥିଲା। ତେବେ ଥାନା ପ୍ରତିଷ୍ଠାର ଦୀର୍ଘଦିନ ବିତିବା ସତ୍ତ୍ୱେ ବିଭିନ୍ନ କାରଣରୁ ଏହାର ପରିଚାଳନାରେ ତ୍ରୁଟି ହେଉଛି। ଏହି ଥାନାଗୁଡ଼ିକ ବଙ୍ଗଭାଷୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ଅବାଧ ପ୍ରବେଶ ଜାରିରହିଛି। କର୍ମଚାରୀ ସମେତ ଭିତ୍ତିଭୂମି ଅଭାବ ମଧ୍ୟରେ ଏହି ୩ ସାମୁଦ୍ରିକ ଥାନା ନିଜର ଲକ୍ଷ୍ୟଠାରୁ ଦୂରେଇ ଯାଇଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ କୁମାର ତ୍ରିପାଠୀ କହିଛନ୍ତି, ୨୦୦୮ ନଭେମ୍ବର ୨୬ରେ ଜଳପଥ ମାଧ୍ୟମରେ ଆତଙ୍କବାଦୀମାନେ ଆସି ମୁମ୍ବାଇ ଆକ୍ରମଣ କରିଥିଲେ। ସାମୁଦ୍ରିକ ଜଳପଥକୁ ନଜର ରକ୍ଷା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଦେଶର ବିଭିନ୍ନ ସ୍ଥାନରେ ସାମୁଦ୍ରିକ ଥାନା ପ୍ରତିଷ୍ଠା ହେଲା। ଏହି କାରଣ ପାଇଁ କେନ୍ଦ୍ରାପଡ଼ା ଜିଲାର ଜମ୍ବୁ, ତାଳଚୁଆ ଓ ତନ୍ତିଆପାଳଠାରେ ୩ଟି ସାମୁଦ୍ରିକ ଥାନା ପ୍ରତିଷ୍ଠା ହେଲା। ସାମୁଦ୍ରିକ ଥାନା ପ୍ରତିଷ୍ଠା ସତ୍ତ୍ୱେ ଏହାର ଉଦ୍ଦେଶ୍ୟ ସଫଳ ହୋଇନାହିଁ। ବର୍ଷରେ ଦୁଇ ଥର ମକ୍‌ଡ୍ରିଲରେ ଭାଗ ନେବା ବ୍ୟତୀତ ଭିତ୍ତିଭୂମିର ଅଭାବ ପାଇଁ ସମୁଦ୍ର ଆଡ଼କୁ ନଜରରେ ରଖାଯାଇ ପାରୁନାହିଁ। ଏହି ୩ ସାମୁଦ୍ରିକ ଥାନା ମଧ୍ୟରେ ଜମ୍ବୁ ଥାନା ବୋଟ୍‌ ଜେଟିଠାରୁ ଅନୂ୍ୟନ ୫ କିଲୋମିଟର ଦୂରରେ ଅଛି। ୨୦୦୯ ମସିହାରେ ଖରିନାସୀଠାରେ ଥାନା ଆରମ୍ଭ ହୋଇଥିଲା। ୨୦୧୨ରେ ଜମ୍ବୁଠାରେ ନୂତନ ଥାନା ଗୃହ ପ୍ରତିଷ୍ଠା ହୋଇଥିଲା। ଏହି ଥାନା ନିକଟକୁ ବର୍ଷାଦିନେ ଦୁଇଚକିଆ ଗାଡ଼ି ଯିବା ଅସମ୍ଭବ ହୋଇପଡୁଛି। ସେହିପରି ସମୁଦ୍ର ପଥ ନଜର ପାଇଁ ଆବଶ୍ୟକ ସ୍ପିଡ୍‌ ବୋଟ୍‌ ଓ କର୍ମଚାରୀ ଅଭାବ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶ ସମସ୍ୟା ରହିଛି। ଏଥିସହ ଗହୀରମଥା ସାମୁଦ୍ରିକ ଅଞ୍ଚଳର ସୁରକ୍ଷା ଅତି ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଛି। ପ୍ରତ୍ୟେକ ଥାନାରେ ୮୧ଜଣ କର୍ମଚାରୀ ରହିବାକୁ ନିୟମ ଅଛି। ୩ ଥାନାରେ ନାମକୁମାତ୍ର ପୋଲିସ କର୍ମଚାରୀ ଅଛନ୍ତି। ନାଭାଲ ଅଫିସର, ବୋଟ୍‌ ଚାଳକ ସହିତ ସ୍ପିଡ୍‌ ବୋଟର ଅଭାବ ରହିଛି। ୨୦୨୩ ନଭେମ୍ବରରୁ ୨୦୨୪ ମେ’ ଶେଷ ପର୍ଯ୍ୟନ୍ତ ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ପାଇଁ ସାମୁଦ୍ରିକ ଅଞ୍ଚଳକୁ କଟକଣା ବଳୟରେ ରଖାଯାଇଛି। ମାତ୍ର ଏହି କାର୍ଯ୍ୟକୁ ଏବେ ବନ ବିଭାଗ କରୁଛି। ସାମୁଦ୍ରିକ ଥାନା ପୋଲିସ ଏଥିରେ ସହାୟକ ହୋଇପାରୁନାହିଁି। ଅପରପକ୍ଷରେ ଖୋଲାମେଲା ସମୁଦ୍ରତଟ ଅନୁପ୍ରବେଶକାରୀଙ୍କ ପାଇଁ ସୁଯୋଗ ଦେଇଛି। ରାତି ଅନ୍ଧାରରେ ସମୁଦ୍ର ମଧ୍ୟଦେଇ ବୋଟ୍‌ରେ ଅନୁପ୍ରବେଶକାରୀ ଏଠାକୁ ଆସୁଥିବା ବେଳେ ଦେଶର ସୁରକ୍ଷା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭିତ୍ତିଭୂମି ସଜାଡ଼ି ସାମୁଦ୍ରିକ ଥାନାକୁ କାର୍ଯ୍ୟକ୍ଷମ କରିବାକୁ ସେ ଦାବି କରିଛନ୍ତି। ଏ ଅଞ୍ଚଳର ପ୍ରଭୁପ୍ରସାଦ ମହାପାତ୍ର କହିଛନ୍ତି, ସାମୁଦ୍ରିକ ଥାନା ହୋଇଥିଲେ ମଧ୍ୟ ସ୍ଥାନୀୟ କେତେକ ରାଜସ୍ବ ଗ୍ରାମର ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ଜିଲା ପୋଲିସ ପକ୍ଷରୁ ନିର୍ଦ୍ଦେଶନାମା ଅଛି। ଏହି ନିର୍ଦ୍ଦେଶ ପାଳନ କରିବାରେ ସାମୁଦ୍ରିକ ଥାନା କର୍ମଚାରୀମାନେ ବ୍ୟସ୍ତ ରହୁଛନ୍ତି। ଅଧିକ କର୍ମଚାରୀ ଓ ଭିତ୍ତିଭୂମି ଯୋଗାଇ ଦିଆଗଲେ ଅନୁପ୍ରବେଶ ରୋକିବା ସହ ସାମୁଦ୍ରିକ ଅଞ୍ଚଳର ସୁରକ୍ଷା ହୋଇପାରିବ। ଏ ସମ୍ପର୍କରେ ଏସ୍‌ଡିପିଓ ଦେବେନ୍ଦ୍ର ମଲ୍ଲିକଙ୍କୁ ପଚାରିବାରେ ଚଳିତ ଆର୍ଥିକ ବର୍ଷରେ ସାମୁଦ୍ରିକ ଥାନା କର୍ମଚାରୀଙ୍କ ସଂଖ୍ୟା ବଢ଼ାଯାଇଛି। ଖାଲିଥିବା ପଦବୀ ଓ ଆବଶ୍ୟକ ସ୍ପିଡ୍‌ ବୋଟ୍‌ ପାଇଁ ଯୋଜନା ଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ-ଯବାନ ଗୁଳିବିନିମୟ: ଯବାନ ଗୁରୁତର

ନୂଆପଡ଼ା,୨୦।୫,(ମକାରୁ ବେମାଲ): ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଶିବନାରାୟଣପୁର ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ...

ମା’ଙ୍କ ସହିତ ଯାଇ ଭୋଟ ଦେଲେ ଦେବେଶ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ମତଦାନ କଲେ ମନ୍ତ୍ରୀ ରୀତା ସାହୁ

ବରପାଲି,୨୦ା୫(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ମତଦାତାଙ୍କ ଲମ୍ବା...

ଋଣ ଭାର ସହି ନ ପାରି ଆତ୍ମହତ୍ୟା କଲେ ଶ୍ରମିକ

ପାଟଣା, ୨୦।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ କପୁଣ୍ଡି ପଞ୍ଚାୟତ ଧାନବେଣୀ ଗ୍ରାମର ରାମ ମୁଣ୍ଡା(୫୦)ଋଣ ଭାର ସହି ନ ପାରି କୀଟନାଶକ...

ରାଇକିଆରେ ଚାଲିଛି ମତଦାନ

ରାଇକିଆ,୨୦ା୫(ପ୍ରଦୀପ ବେହେରା): ରାଜ୍ୟରେ ଦିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବା ବେଳେ କନ୍ଧମାଳ ଜିଲା ରାଇକିଆଠାରେ ସୋମବାର ସକାଳୁ ଶାନ୍ତିଶୃଙ୍ଖଳା ସହ ମତଦାନ ଆରମ୍ଭ ହୋଇଛି।...

”ଓଡ଼ିଶା ବରବାଦୀର କାରଣ ବିଜେଡି ସରକାର”: ନରେନ୍ଦ୍ର ମୋଦି

ଭୁବନେଶ୍ୱର,୨୦।୫: ସୋମବାର ସକାଳୁ ସକାଳୁ ପୁରୀରେ ରୋଡ ଶୋ’ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଗୋଳରେ ପହଞ୍ଚିଥିଲେ। ଏଠାରେ ସେ ବକ୍ତବ୍ୟ ଦେଇ ସକାଳ...

ଅବଧିର ୫ ବର୍ଷ ପରେ ବି ସରୁନି ବିଜୁ ସେତୁ କାମ

ବ୍ରହ୍ମବରଦା,୨୦ା୫(ଯଯାତି କେଶରୀ ବେହେରା): ବ୍ରହ୍ମବରଦା-ଝାଲପଡ଼ା ବିଜୁ ସେତୁ କାମ ଅବଧିର ୫ ବର୍ଷ ପରେ ସରି ପାରୁନାହିଁ। ଫଳରେ ଲୋକେ ଯାତାୟାତ ପାଇଁ ନାହିଁ ନ...

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ଦଳର ପ୍ରସ୍ତୁତି

କେନ୍ଦ୍ରାପଡ଼ା,୨୦ା୫(ଜଗନ୍ନାଥ ଧଳ): ରାଜ୍ୟର ଚତୁର୍ଥ ଓ ଦେଶର ସପ୍ତମ ତଥା ଚୂଡାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ଜୁନ ୧ରେ ହେବ। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri