ଚିଲିକାରେ ପକ୍ଷୀ ଗଣନା ଆଜି, ସାମିଲ୍‌ ହେବେ ୨୧ ଟିମ୍‌

ବାଲୁଗାଁ, ୪ା୧(ସଂଗ୍ରାମ ପାଇକରାୟ): ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଆନୁକୂଲ୍ୟରେ ଗୁରୁବାର ଚିଲିକାରେ ପକ୍ଷୀଗଣନା କାର୍ଯ୍ୟ ହେବ। ଏଥିପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଏହି ପରିପ୍ରେକ୍ଷୀରେ ବୁଧବାର ବାଲୁଗାଁ ନିକଟ ଚନ୍ଦ୍ରାପୁଟସ୍ଥିତ ସିଡିିଏ ଗବେଷଣା କେନ୍ଦ୍ର ଗୃହରେ ଗଣନାକାରୀଙ୍କୁ ସବିଶେଷ ତାଲିମ୍‌ ଦିଆଯାଇଛି।

ଡିିଏଫ୍‌ଓ ଅମ୍ଳାନ କୁମାର ନାୟକ ପ୍ରାରମ୍ଭିକ ଭାବେ ପକ୍ଷୀଗଣନା କାର୍ଯ୍ୟର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଆରସିସିଏଫ୍‌ ଡ. ସଞ୍ଜିତ କୁମାର, ପିସିସିଏଫ୍‌ ବିକାଶ ରଞ୍ଜନ ଦାଶ, ଅବସରପ୍ରାପ୍ତ ଆଇଏଫ୍‌ଏସ୍‌ ପି.କେ. ମିଶ୍ର, ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ୍‌ ସୋସାଇଟିର ନିର୍ଦ୍ଦେଶକ ପି. ସାଥିଆ ସେଲଭମ୍‌ ଏବଂ ପ୍ରଫେସର ଡ. ଶ୍ୱେତାଶ୍ରୀ ପୁରୋହିତ ପ୍ରମୁଖ ପକ୍ଷୀଗଣନା ସମ୍ପର୍କରେ ଗଣନାକାରୀଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ। ସମଗ୍ର ଚିଲିକା ଅଧୀନ ଅଞ୍ଚଳରେ ୨୧ଟି ଟିମ୍‌ ଗଣନା କାର୍ଯ୍ୟରେ ସାମିଲ୍‌ ହୋଇଥିବାବେଳେ ମୋଟ ୧୨୦ ଜଣ ଏହି ତାଲିମ୍‌ ଶିବିରରେ ପ୍ରଶିକ୍ଷଣ ନେଇଛନ୍ତି। ଏଥିରେ ୱାଇଲ୍ଡ ଓଡ଼ିଶା, ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ୍‌ ସୋସାଇଟି, ଓୟୁଏଟି, ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରଫେସର, ଛାତ୍ରୀଛାତ୍ର ଏବଂ ବହୁ ଅଭିଜ୍ଞ ପକ୍ଷୀ ବିଶାରଦ ସାମିଲ୍‌ ଥିବା ଜଣାଯାଇଛି। ପ୍ରତ୍ୟେକ ଗଣନାକାରୀ ଦଳକୁ ଗୋଟିଏ ଲେଖାଏ ଡଙ୍ଗା ଯୋଗାଇ ଦିଆଯାଇଥିବା ବେଳେ ପ୍ରତି ଟିମ୍‌ରେ ଅଭିଜ୍ଞ ପକ୍ଷୀ ବିଶାରଦଙ୍କ ସମେତ ୪ଜଣ ସହଯୋଗୀ ନିୟୋଜିତ ହୋଇଛନ୍ତି। ଗଣନା ପାଇଁ ପ୍ରତ୍ୟେକ ଦଳକୁ ୱାକିଟକି, ବାଇନାକୁଲାର, ଜିପିଏସ୍‌ ଏବଂ ଭିଏଚ୍‌ଏଫ୍‌ ଆଦି ଯନ୍ତ୍ର ଯୋଗାଇ ଦିଆଯାଇଛି। ବାଲୁଗାଁ ରେଞ୍ଜରେ ୬ଟି ଟିମ୍‌ ନିୟୋଜିତ ହୋଇଥିବା ବେଳେ ସାତପଡ଼ା ୪, ରମ୍ଭା ୨, ଚିଲିକା ୧ ଓ ଟାଙ୍ଗୀ ରେଞ୍ଜରେ ସର୍ବାଧିକ ୮ ଟିମ୍‌ ପକ୍ଷୀ ଗଣନା କରିବେ ବୋଲି ସ୍ଥିର ହୋଇଛି। ତାଲିମ୍‌ ପରେ ପ୍ରତ୍ୟେକ ଗଣନାକାରୀ ଟିମ୍‌ ବୁଧବାର ଅପରାହ୍ନରେ ନିର୍ଦ୍ଧାରିତ ନିଜ ନିଜ କ୍ୟାମ୍ପରେ ଯାଇ ଅବସ୍ଥାନ କରିଛନ୍ତି। ଗୁରୁବାର ସକାଳ ୬ଟାରୁ ମଧ୍ୟାହ୍ନ ୧୨ଘଟିକା ପର୍ଯ୍ୟନ୍ତ ପକ୍ଷୀଗଣନା କାର୍ଯ୍ୟ ଜାରି ରହିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି।

ଗତବର୍ଷ ୧୮୪ ପ୍ରଜାତିର ମୋଟ ୧୧ଲକ୍ଷ ୩୧ହଜାର ୯୨୯ ପକ୍ଷୀଙ୍କ ସମାଗମ ହୋଇଥିବା ଗଣନାରୁ ଜଣାପଡ଼ିଥିଲା। ତେବେ ଚଳିତବର୍ଷ ପାଗ ଅନୁକୂଳ ରହିଥିବା ସହ ଜଳସ୍ତର କମ୍‌ ହେତୁ ପକ୍ଷୀ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବ ବୋଲି ଡିିଏଫ୍‌ଓ ନାୟକ ଆଶା ପ୍ରକାଶ କରିଛନ୍ତି। ମୁଖ୍ୟତଃ ୩ଟି ପଦ୍ଧତିରେ ପକ୍ଷୀ ଗଣନା ହୁଏ। ପ୍ରଥମଟି ହେଲା ଏକକ ପଦ୍ଧତି । ଏଥିରେ ଚିଲିକା ମଧ୍ୟରେ ଯେଉଁଠି ସ୍ବସଂଖ୍ୟକ ପକ୍ଷୀ ଦୃଷ୍ଟିଗୋଚର ହୋଇଥାଆନ୍ତି, ସେଠାରେ ୧, ୨, ୩ ଆଦି କ୍ରମ ଅନୁଯାୟୀ ପକ୍ଷୀ ସଂଖ୍ୟା ଏବଂ ପ୍ରଜାତି ଗଣନା ହୁଏ। ଦ୍ୱିତୀୟଟି ହେଲା ବ୍ଲକ୍‌ ପଦ୍ଧତି । ଏଥିରେ ଛୋଟ ଛୋଟ ଗ୍ରୁପ୍‌ ତଥା ସ୍ବଳ୍ପସଂଖ୍ୟକ ପକ୍ଷୀ ଥାଆନ୍ତି। ଟେଲିସ୍କୋପ୍‌ ମାଧ୍ୟମରେ ଏହାର ସମଷ୍ଟିକରଣ କରାଯାଇ ସଂଖ୍ୟା ନିର୍ଦ୍ଧାରଣ କରାଯାଏ। ତୃତୀୟଟି ହେଲା ସର୍କଲ ପଦ୍ଧତି। ଯେଉଁଠି ପକ୍ଷୀଙ୍କୁ ଗଣି ହୁଏନାହିଁ ଏବଂ ଅସଂଖ୍ୟ ସଂଖ୍ୟାରେ ସମାଗମ ଥାଆନ୍ତି, ସେଠାରେ ବାଇନାକୁଲାର ପରିଧି ମଧ୍ୟରେ ଦୃଷ୍ଟିଗୋଚର ହେଉଥିବା ପକ୍ଷୀଙ୍କୁ ନେଇ ଗୋଟିଏ ଗୋଟିଏ ସର୍କଲ ତିଆରି କରାଯାଏ । ଏହିପରି ଏକାଧିକ ସର୍କଲ କରି ଜିପିଏସ୍‌ ମାଧ୍ୟମରେ ପକ୍ଷୀଙ୍କ ପ୍ରଜାତି ଓ ସଂଖ୍ୟା ସମଷ୍ଟୀକରଣ ହୋଇଥାଏ । ତେବେ ଗଣନା ସମୟରେ ଯଦି ଗୋଟିଏ ବ୍ଲକ୍‌ କିମ୍ବା ସର୍କଲରେ ଦୃଷ୍ଟିଗୋଚର ଥିବା ପକ୍ଷୀ ଉଡ଼ିଯାଇ ଅନ୍ୟତ୍ର ଅବସ୍ଥାନ କରନ୍ତି, ତା’ ହେଲେ ସେଠାରୁ ଉଡ଼ିଯାଇଥିବା ପକ୍ଷୀ ସଂଖ୍ୟାକୁ ବିଭକ୍ତ କରାଯାଇ ଅବସ୍ଥାନ କରିଥିବା ବ୍ଲକ୍‌ କିମ୍ବା ସର୍କଲରେ ସମଷ୍ଟୀକରଣ ହୁଏ। ସମଗ୍ର ଚିଲିକାରେ ଚଳିତ ବର୍ଷ ସମାଗମ ହୋଇଥିବା ବିଭିନ୍ନ ପ୍ରଜାତି ଓ ପକ୍ଷୀ ସଂଖ୍ୟା ରିପୋର୍ଟ ଗୁରୁବାର ସନ୍ଧ୍ୟାରେ ବିଭାଗ ପକ୍ଷରୁ ପ୍ରକାଶ ପାଇବ ବୋଲି ଡିଏଫ୍‌ଓ ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାପ କାମୁଡ଼ାରେ ତିନି ବର୍ଷର ପୁଅ ମୃତ, ବିଷ କାଢ଼ିବାକୁ ଚେଷ୍ଟା କରି ବାପା ଆହତ

ସୁବର୍ଣ୍ଣପୁର, ୯।୫:: ବିରାମହାରାଜପୁର ଅଞ୍ଚଳର ହିଲୁଙ୍ଗା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ବିଷାକ୍ତ ସାପ କାମୁଡ଼ିରେ ତିନି ବର୍ଷର ବାଳକ ପ୍ରାଣ ହରାଇଛି। ସାଗର...

ବଦଳିଲେ କଂଗ୍ରେସ ଜିଲା ସାଧାରଣ ସମ୍ପାଦକ, ବ୍ଲକ ସଭାପତି

ପାଟଣା,୯ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ନୂତନ କଂଗ୍ରେସ ସଭାପତି ଭାବେ ଭାବେ କୈଳାଶ ଚନ୍ଦ୍ର ବାରିକଙ୍କୁ ଜିଲା କଂଗ୍ରେସ ସଭାପତି ମୋହନ ପରିଡ଼ା...

ପୁରୀରେ ପହଞ୍ଚିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ

ପୁରୀ,୯।୫: ପୁରୀରେ ପହଞ୍ଚିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ବରରୁ ବାହାରି ପୁରୀରେ ପହଞ୍ଚିଛନ୍ତି। ସେଠାରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବେ।...

ପ୍ରାର୍ଥିପତ୍ର ଦାଖଲ କଲେ ଅରିନ୍ଦମ

ସାଲେପୁର,୯ା୫: ସାଲେପୁରର ଭାଜପା ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଗୁରୁବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଆସି ଅରିନ୍ଦମ ଆଜି ତାଙ୍କର...

ସ୍ତ୍ରୀ, ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କଲେ ବ୍ୟକ୍ତି

ଝାରସୁଗୁଡ଼ା,୯ା୫: ସ୍ତ୍ରୀ ଓ ଝିଅକୁ ଗୁଳି ହତ୍ୟା କରିବା ପରେ ନିଜକୁ ଗୁଳି କରିଛନ୍ତି ଜଣେ ବ୍ୟକ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଜିଲାର...

ଚୋର ପ୍ରାର୍ଥୀଙ୍କୁ ଭୋଟ୍‌ ଦିଅନ୍ତୁନି: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର,୯ା୫: ଗଞ୍ଜାମ ଜିଲା କନିଷିଠାରେ ଗୁରୁବାର ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିଛନ୍ତି। ଏଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, ଆପଣମାନେ ଏତେ...

ଦବିଲା ରାସ୍ତା, ଫସିଲା ସାର ବୋଝେଇ ଟ୍ରକ୍‌

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଆତ୍ମା କାର୍ଯ୍ୟାଳୟ ପରିସରରେ ନବ ନିର୍ମିତ କଂକ୍ରିଟ ରାସ୍ତାରେ ଗୁରୁବାର ଏକ ସାର ବୋଝେଇ...

ଭାଜପାର ପ୍ରଚାର ଜୋରଦାର: ଘରେ ଘରେ ପହଞ୍ଚିଲେ ମାନଗୋବିନ୍ଦ

ଦାରିଙ୍ଗବାଡି, ୯/୫ (ଅରୁଣ ସାହୁ):କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଭାଜପାର ବିଧାନସଭା ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ ନିଜ ପ୍ରଚାର ଜୋରଦାର କରିଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri