Posted inଖେଳ

‘ନିଜ ପ୍ରତିଭାକୁ ଚିହ୍ନିବା ଅତ୍ୟନ୍ତ ଜରୁରୀ’

ଭୁବନେଶ୍ୱର, ୨୮।୧୨(ତପନ ସ୍ବାଇଁ): ”କେବଳ ଅଭ୍ୟାସ ଦ୍ୱାରା ପରିପୂର୍ଣ୍ଣତା ଆସି ନ ଥାଏ। ଉପଯୁକ୍ତ ଅଭ୍ୟାସ ହିଁ ଜଣକୁ ପରିପୂର୍ଣ୍ଣ ଖେଳାଳି ଭାବେ ଗଢ଼ି ତୋଳିଥାଏ। ପ୍ରତି ଖେଳାଳି ଚାମ୍ପିୟନ ମନୋବୃତ୍ତି ନେଇ ସବୁବେଳେ ଚିନ୍ତା କରିବା ଆବଶ୍ୟକ। ଏହାଦ୍ୱାରା ଚିନ୍ତାଧାରାରେ ଭିନ୍ନତା ଆସିଥାଏ ଏବଂ ସଫଳତା ପାଇବାର ଆକାଂକ୍ଷା ଦୃଢ଼ ହୋଇଥାଏ। ଚାମ୍ପିୟନ ଖେଳାଳି ସବୁବେଳେ ନିଜ ଭାଗ୍ୟ ନିଜେ ଗଢ଼ିବାକୁ ଚେଷ୍ଟା କରିଥାଏ। କାରଣ ଚାମ୍ପିୟନ ହେବାର ଭୋକ ତା’ ମନରେ ରହିଥାଏ। ଫଳାଫଳ ସମ୍ପର୍କରେ ବହୁତ ଚିନ୍ତା କରିବା ଅପେକ୍ଷା ନିଜ ପ୍ରସ୍ତୁତିର ପ୍ରକ୍ରିୟା ଉପରେ ଅଧିକ ଫୋକସ ରହିବା ଆବଶ୍ୟକ। ଥରେ ତାହା ଠିକ୍‌ ହୋଇଗଲେ ସବୁ କାମ ଉପଯୁକ୍ତ ସମୟରେ ଆପେଆପେ ହୋଇଯାଇଥାଏ। କ୍ରୀଡ଼ାବିତ୍‌ ପାଇଁ ଜଣେ ଭଲ କୋଚ୍‌ ଓ ମେଣ୍ଟର ଆବଶ୍ୟକ ହୋଇଥାଏ। ମୁଁ ଯେତେବେଳେ ଛୋଟ ଥିଲି ସବୁବେଳେ ଖେଳିବାକୁ ଇଚ୍ଛା କରୁଥିଲି। ସେତେବେଳେ ମୁଁ ଜଣେ କ୍ରିକେଟର ଭାବେ ଜିଲା, ରାଜ୍ୟ ଓ ଦେଶ ପାଇଁ ଖେଳିବାକୁ ଚିନ୍ତା କରୁଥିଲି। ଶେଷରେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ ପାରିଥିଲି। ମୁଁ କେବେହେଲେ ଚୟନକର୍ତ୍ତା, କୋଚ୍‌ କିମ୍ବା ଅନ୍ୟ କାହାକୁ ଦୋଷ ଦେଉ ନ ଥିଲି। ସବୁବେଳେ ନିଜର ଦୋଷ ଦେଖୁଥିଲି। ମୁଁ ସବୁବେଳେ ନିଜକୁ ବିଶ୍ଳେଷଣ କରୁଥିଲି। ମୁଁ ନିଜେ ନିଜ କାର୍ଯ୍ୟ ସହ ପ୍ରଦର୍ଶନ ଠିକ୍‌ କରୁଛି କି ନାହିଁ ତାହାକୁ ପରଖୁଥିଲି। ଭଲ ପ୍ରଦର୍ଶନ ବ୍ୟତୀତ ସେତେବେଳେ ମୋ ମନରେ ଆଉ କିଛି ନ ଥିଲା। ପ୍ରତ୍ୟେକ କ୍ରୀଡ଼ାବିତ୍‌ ନିଜ ପ୍ରତିଭାକୁ ଚିହ୍ନବା ଅତ୍ୟନ୍ତ ଜରୁରୀ। ଅନ୍ୟ କିଏ କ’ଣ କରୁଛି ସେ ସମ୍ପର୍କରେ ଚିନ୍ତା କରିବା ଅପେକ୍ଷା ନିଜକୁ ଚିହ୍ନି ସେଥିରେ ଉନ୍ନତି ଆଣିବାକୁ ଉଦ୍ୟମ କରାଯିବା ଆବଶ୍ୟକ। ମୋ ସମୟରେ କପିଳ ଦେବ, ସୁନୀଲ ଗାଭାସ୍କର, ଦିଲୀପ ଭେଙ୍କସରକାର ଆଦି ଅନେକ ପ୍ରତିଷ୍ଠିତ ଖେଳାଳି ଥିଲେ, ମାତ୍ର ସେମାନଙ୍କ ପ୍ରଦର୍ଶନ ଉପରେ ଧ୍ୟାନ ନ ଦେଇ ମୁଁ ନିଜ ଉପରେ ଫୋକସ କରି ସଫଳ ହୋଇଥିଲି“ ବୋଲି ଭାରତର ପ୍ରମୁଖ ଫେରୋ ଆଲଏଜ୍‌ ଉତ୍ପାଦନକାରୀ କମ୍ପାନୀ ଇମ୍ଫା ଦ୍ୱାରା ପରିଚାଳିତ ‘ଇଣ୍ଡିଆନ ମେଟାଲ୍ସ ପବ୍ଲିକ୍‌ ଚାରିଟେବଲ୍‌ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦତ୍ତ ଏକଲବ୍ୟ ପୁରସ୍କାର ପ୍ରଦାନ ଉତ୍ସବରେ ଅତିଥିଭାବେ ଯୋଗଦେଇ ୧୯୮୩ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ମଦନ ଲାଲ ପ୍ରକାଶ କରିଛନ୍ତି।
ମଦନ ଲାଲ ଆହୁରି କହିଲେ ଯେ ଏବେ କ୍ରୀଡ଼ା ପ୍ରତି ଆଭିମୁଖ୍ୟ ବଦଳିଛି। ପରିବାରବର୍ଗ ନିଜ ପିଲାମାନଙ୍କୁ ଖେଳିବା ପାଇଁ ପ୍ରବର୍ତ୍ତାଉଛନ୍ତି। ମାତ୍ର ସେତେବେଳେ ମୁଁ ୧୦ ବର୍ଷ କ୍ରିକେଟ ଖେଳିବା ପରେ ଯାଇ ମୋ ବାପା ଜାଣିବାକୁ ପାଇଥିଲେ। କ୍ରୀଡ଼ା କେବେହେଲେ କାହାକୁ କ୍ଷତି ପହଞ୍ଚାଏ ନାହିଁ, ସବୁବେଳେ ଫାଇଦା ଦେଇଥାଏ। କ୍ରୀଡ଼ାକୁ କ୍ୟାରିୟର କଲେ ସୁସ୍ଥ ରହିବା ସହ ଜଣେ ପ୍ରତିଷ୍ଠିତ ହୋଇଥାଏ ଏବଂ ଆର୍ଥିକ ଦୃଷ୍ଟିରୁ ଦୃଢ଼ ହୋଇଥାଏ। ତେବେ ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ୧୯୮୩ ବିଶ୍ୱକପ୍‌ ବିଜୟ ଆମ ପାଇଁ ସବୁଠାରୁ ଖୁସିର ମୁହୂର୍ତ୍ତ ଥିଲା। କାରଣ ଲୋକମାନେ ଆମକୁ ଚାମ୍ପିୟନଭାବେ ସ୍ବୀକୃତି ଦେଇଥିଲେ। ତା’ ଠାରୁ ଆଉ ବଡ଼ ଖୁସି କିଛି ନ ଥିଲା। ଏବେ ସରକାରଙ୍କଠାରୁ ଆରମ୍ଭ କରି ବେସରକାରୀ ସଂସ୍ଥା ଏବଂ ବିଭିନ୍ନ ଦିଗରୁ ଖେଳାଳିଙ୍କୁ ଉତ୍ସାହିତ କରାଯାଉଛି। ତେବେ ତୁମେ ଠିକ୍‌ ପଥରେ ଅଛ କି ନାହିଁ ତାହା ନିଶ୍ଚିତ କରିବା ଉଚିତ। ସମୟର ସଦୁପଯୋଗ ବହୁ ଜରୁରୀ। ସମୟ ହାତଛଡ଼ା କରୁଥିବା ବ୍ୟକ୍ତି କେବେହେଲେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ ପାରେନାହିଁ। କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ମଧ୍ୟ ଅତି ଜରୁରୀ। ଏବେ ଯେ କୌଣସି ଖେଳରେ ସଫଳତା ପାଇଲେ କ୍ରୀଡ଼ାବିତ୍‌ଙ୍କୁ ପୁରସ୍କୃତ କରାଯାଉଛି। ଏହା ବହୁତ ଭଲ କଥା। କେନ୍ଦ୍ର ସରକାରଙ୍କ ଖେଲୋ ଇଣ୍ଡିଆ ମଧ୍ୟ ଏକ ଉତ୍ତମ ପଦକ୍ଷେପ। ଏଥିରୁ ଗ୍ରାମାଞ୍ଚଳରୁ ପ୍ରତିଭା ଚିହ୍ନଟ ହୋଇ ଲୋକଲୋଚନକୁ ଆସିପାରୁଛନ୍ତି ବୋଲି ମଦନ ଲାଲ କହିଛନ୍ତି।

 

ଦେବାଶିଷଙ୍କ ପାଇଁ ଲଢ଼େଇ କରିଥିଲି

ଭାରତୀୟ କ୍ରିକେଟକୁ ଓଡ଼ିଶାର ଦେବାଶିଷ ମହାନ୍ତି ଓ ଶିବସୁନ୍ଦର ଦାସଙ୍କ ଅବଦାନ ଅତୁଳନୀୟ। ମୁଁ ଯେତେବେଳେ ଜାତୀୟ ଚୟନକର୍ତ୍ତା ଥିଲି ଦେବାଶିଷ ଓ ଶିବସୁନ୍ଦରଙ୍କୁ ଚୟନ କରିଥିଲି। ଦେବାଶିଷ ଜଣେ ଚମତ୍କାର ଆଉଟ ସୁଇଙ୍ଗର। ଶିବସୁନ୍ଦର ଟେକ୍ନିକ୍‌ ଦୃଷ୍ଟିରୁ ଜଣେ ଉତ୍ତମ ବ୍ୟାଟ୍ସମ୍ୟାନ। ୧୯୯୯ ବିଶ୍ୱକପ୍‌ ଦଳରେ ଦେବାଶିଷଙ୍କୁ ଚୟନ ପାଇଁ ମୁଁ ଚୟନ କମିଟି ବୈଠକରେ ପାଖାପାଖି ୧ ଘଣ୍ଟା ଲଢ଼େଇ କରିଥିଲି। ମୋ କଥା ରହିଥିଲା ଏବଂ ତାଙ୍କୁ ଚୟନ କରାଯାଇଥିଲା। ଦେବାଶିଷ ମୋ ବନ୍ଧୁ କିମ୍ବା ସମ୍ପର୍କୀୟ ନ ଥିଲେ, ମାତ୍ର ଇଂଲିଶ କଣ୍ଡିଶନରେ ତାଙ୍କ ବୋଲିଂ ଉପାଦେୟ ହେବ ବୋଲି ମୋର ଅନୁଭବ ହୋଇଥିଲା। ପ୍ରତିଭାଙ୍କ କ୍ଷେତ୍ରରେ କେବେହେଲେ ସାଲିସ କରାଯିବା ଉଚିତ ନୁହେଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ରୋକିବାକୁ ପ୍ରଶାସନର ଅଭିନବ ପ୍ରୟାସ, ଭୋର୍‌ ସମୟରେ ରାସ୍ତାରେ ଚା’ ବାଣ୍ଟୁଛନ୍ତି…

ଭଞ୍ଜନଗର,୫।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଗତ ନଭେମ୍ବର ଏବଂ ଡିସେମ୍ବର ମାସରେ ଦୁର୍ଘଟଣା ହାର ବଢ଼ିଯାଇଛି। ଏଥିରେ ଏକାଧିକ ଲୋକ ମୃତ୍ୟୁବରଣ କରିବା...

୬,୬,୬,୬,୬,୬,୬,୬… ଏକାଥରେ ୮ ଛକା ମାରି ଦକ୍ଷିଣ ଆଫ୍ରିକାକୁ ଧୋଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୫।୧: ଭାରତ ୧୯ ବର୍ଷରୁ କମ ଏବଂ ଦକ୍ଷିଣ ଆଫ୍ରିକା ୧୯ ବର୍ଷରୁ କମ ମଧ୍ୟରେ ଦ୍ୱିତୀୟ ଯୁବ ଦିନିକିଆ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ଏକ...

ଅନ୍ତିମ ଆଶେସ ଆଶେସ: ଇଂଲଣ୍ଡ ୩୮୪, ଅଷ୍ଟ୍ରେଲିଆ ୧୬୬/୨

ସିଡ୍‌ନୀ,୫ା୧: ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ପଞ୍ଚମ ତଥା ଅନ୍ତିମ ଆଶେସ ଟେଷ୍ଟରେ ଇଂଲଣ୍ଡ ତା’ର ପ୍ରଥମ ଇନିଂସରେ ଜୋ ରୁଟ୍‌ଙ୍କ ଶତକ ବଳରେ ୩୮୪ ରନରେ...

ଭାଜପା ପ୍ରତିନିଧି ଦଳର ମହୋତ୍ସବ ପଡିଆ ପରିଦର୍ଶନ:  ବିଡିଓଙ୍କ ସହ ଆଲୋଚନା

ଦାରିଙ୍ଗବାଡି,୫।୧(ଅରୁଣ ସାହୁ): ଶୀତ ମହୋତ୍ସବ ଯେତେ ପାଖେଇ ଆସୁଛି ସେତିକି ଦାରିଙ୍ଗବାଡ଼ି ଅଞ୍ଚଳରେ ଉତ୍କଣ୍ଠା ଦେଖାଯାଇଛି। ସେପଟେ ଶୀତ ମହୋତ୍ସବକୁ ସଫଳ କରିବା ପାଇଁ ସ୍ଥାନୀୟ...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ: ଗଜପତିର ଗୁମ୍ମା ଟିମ ଚାମ୍ପିୟନ, ଟ୍ରଫି ସହ ମିଳିଲା ଏତେ ଟଙ୍କା

ଦିଗପହଣ୍ଡି, ୫।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୭ମ ଦିବସ ରବିବାର ଫାଇନାଲ...

ଡାକ୍ତରଙ୍କ ଆନ୍ଦୋଳନ ଜାରି: ଓପିଡି ଦୁଇ ଘଣ୍ଟା ବନ୍ଦ, ରୋଗୀ ହନ୍ତସନ୍ତ

ଛତ୍ରପୁର,୫।୧(ଦିଲ୍ଲୀପ ସାମଲ): ଓମସାର ଡକରା କ୍ରମେ ଗଞ୍ଜାମ ଶାଖା ପକ୍ଷରୁ ଏହାକୁ ସମର୍ଥନ ଜଣାଇଛନ୍ତି ଡାକ୍ତର। ୧୮ ଦଫା ଦାବି ନେଇ ସରକାରଙ୍କ ନିକଟରେ ଦାବି...

ଲୋକେ ନଥିବା ଗାଁ ପୋଡ଼ମପେଟା: ସମୁଦ୍ର ଗର୍ଭରେ ଲୀନ ହେଲାଣି ଶହେରୁ ଊର୍ଦ୍ଧ୍ୱ ଘର

ଗଞ୍ଜାମ,୫।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ସ୍ଥିତ ସମୁଦ୍ରକୂଳ ନିକଟବର୍ତ୍ତୀ ପୁରୁଣା ପୋଡ଼ମପେଟା ଗ୍ରାମ। ଏହି ଗାଁ ଏବେ ଜନଶୂନ୍ୟ। ପୂର୍ବେ ଏହି...

ହଠାତ୍‌ ବିଦ୍ୟାଳୟ ପରିସରରେ ଲାଗିଲା ନିଆଁ: ୪ ଛାତ୍ର ଗୁରୁତର

ବିଷମକଟକ,୫।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକରୁ ଏକ ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରାୟଗଡ଼ା ଜିଲା ବିଷମକଟକ ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri