୨୨ରୁ କଳାବ୍ୟାଜ଼ ପିନ୍ଧିବେ ଅଗ୍ନିଶମ କର୍ମଚାରୀ

ବ୍ରହ୍ମପୁର,୧୭ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଦକ୍ଷିଣାଞ୍ଚଳ ଅଗ୍ନିଶମ ସେବା ସଂସ୍ଥାରେ କାର୍ଯ୍ୟରତ ପ୍ରାୟ ୨୫୦୦ କର୍ମଚାରୀ ୨ ଦଫା ଦାବି ପୂରଣ ପାଇଁ ଆସନ୍ତା ୨୨ ତାରିଖରୁ କଳାବ୍ୟାଜ଼ ପରିଧାନ କରିବେ। ଦୀର୍ଘବର୍ଷ ହେଲା ଆଗ୍ନିକ, ମୁଖ୍ୟ ଆଗ୍ନିକ ଓ ଆଗ୍ନିକ ଗାଡ଼ି ଚାଳକ ନିରବଚ୍ଛିନ୍ନ ଭାବେ ବିଭିନ୍ନ ଉଦ୍ଧାର କାର୍ଯ୍ୟରେ ନିୟୋଜନ ହେଉଛନ୍ତି। ବନ୍ୟା ବାତ୍ୟା, ସଡ଼କ ଓ ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ କରି ଆସୁଛନ୍ତି।

ଓଡ଼ିଶା ପୋଲିସ କର୍ମଚାରୀଙ୍କ ସହିତ ସମାନ ପାହ୍ୟା, ସମାନ ଦରମା, ସମାନ ଭତ୍ତା ପ୍ରଦାନ ସହ କର୍ମଚାରୀ ସଂଘର ସରକାରୀ ପଞ୍ଜୀକରଣ ଦାବି ନେଇ କଳାବ୍ୟାଜ ପରିଧାନ କରି ସରକାରୀ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଦାବି ପୂରଣ ପାଇଁ ଅଗ୍ନିଶମ କର୍ମଚାରୀମାନେ ସାମୁହିକ ଭାବେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅଗ୍ନିଶମ ମହାନିର୍ଦ୍ଦେଶକ, ଅର୍ଥ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। କୌଣସି ସୁଫଳ ନ ମିଳିବା ପ୍ରତିବାଦରେ କଳାବ୍ୟାଜ୍‌ ପରିଧାନ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ-ଇଟାଲୀକୁ ଆମ୍ବ ରପ୍ତାନି କଲା ଓଡ଼ିଶା

ଢେଙ୍କାନାଳ,୧୫ା୫: ଜିଲାରେ ଜଳବାୟୁ ଏବଂ ଜୈବିକ ପଦ୍ଧତି ଆମ୍ବ ଚାଷ ନିମନ୍ତେ ଅତ୍ୟନ୍ତ ଉପାଦେୟ ହେଉଥିବାରୁ ଏହାର ନିଆରା ସ୍ୱାଦ ପାଇଁ ଦେଶ, ରାଜ୍ୟ ଓ...

ଭୋଟରଙ୍କୁ ମନାଇବା ପାଇଁ ଚାଲିଛି ଜୋର୍‌ଦାର ପ୍ରୟାସ

ଦାରିଙ୍ଗବାଡ଼ି,୧୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦଳ ପକ୍ଷରୁ ଜୋରଦାର ନିର୍ବାଚନ ପ୍ରଚାର ଚାଲିଛି। ଆସନ୍ତା ୨୦ରେ ସାଧାରଣ ନିର୍ବାଚନ...

ନବୀନଙ୍କ ଉପରେ ଖୁବ୍‌ ବର୍ଷିଲେ ଶାହା

ଭଞ୍ଜନଗର,୧୫ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାରେ ବୁଧବାର ଭାଜପା ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ହୋଇଥଲା। ଏଥିରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମୁଖ୍ୟ...

କଟକରେ ଶାହାଙ୍କ ରୋଡ୍‌ ଶୋ’

କଟକ,୧୫ା୫: ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା...

ଆସନ୍ତା ଦୁଇ ଦିନ ପରେ ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା, ପାଣିପାଗ କେନ୍ଦ୍ରର ସୂଚନା

ଭୁବନେଶ୍ୱର,୧୫ା୫: ରାଜ୍ୟରେ ଆସନ୍ତା ଦୁଇଦିନପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।...

ଭାଜପା ସରକାର ଆସିଲେ ପ୍ରଥମେ ସାବାଡ୍‌ ହେବେ ଚିଟ୍‌ଫଣ୍ଡକାରୀ

ସୋରଡ଼ା,୧୫ା୫: ବୁଧବାର ଓଡ଼ିଶା ଗସ୍ତରେ ଆସି ଗଞ୍ଜାମ ଜିଲାର ସୋରଡ଼ାଠାରେ ଆୟୋଜିତ ଏକ ସମାବେଶରେ ଯୋଗ ଦେଇଥିଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପାର ବରିଷ୍ଠ...

ନବୀନ ବାବୁଙ୍କ ଜିଲାକୁ ଆମେ ୧ ନଂ କରିଦେବୁ: ଶାହା

ସୋରଡ଼ା,୧୫ା୫: ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା...

”ନବୀନ ବାବୁ ଆଉ ଆସିବାର ନାହିଁ”: ଅମିତ ଶାହା

ସୋରଡ଼ା,୧୫ା୫: ବୁଧବାର ଓଡିଶା ଗସ୍ତରେ ଆସି ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri