ରାଉରକେଲାରୁ ନିଖୋଜ, କୋରାପୁଟରୁ ମିଳିଲା ମୃତଦେହ

ରାଉରକେଲା,୨ା୧୧(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) କର୍ମଚାରୀ ଗୌତମ ଘଡେଇଙ୍କ ଏକ ମାତ୍ର ପୁଅ ଶମ୍ଭୁନାଥ ଘଡେଇ(୨୭)ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ରାଉରକେଲାରୁ ନିଖୋଜ ହୋଇଥିବାବେଳେ ୩୦ ତାରିଖରେ କୋରାପୁଟରୁ ମୃତଦେହ ଜବତ କରାଯାଇଛି। ବୁଲିବାକୁ ଡାକି ନେଇ ହତ୍ୟା କରାଯାଇଛି ବୋଲି ପରିବାର ପକ୍ଷରୁ ବୁଧବାର ଅଭିଯୋଗ ହୋଇଛି। ମୃତ୍ୟୁ ପଛରେ ସାଙ୍ଗମାନଙ୍କ ହାତ ଥିବା ଅଭିଯୋଗ କରି ପ୍ଲାଣ୍ଟସାଇଟ୍‌ ଥାନାରେ ପରିବାର ଲୋକେ ଏତଲା ଦେଇଥିଲେ। ହେଲେ ପୋଲିସ ଏତଲା ଗ୍ରହଣ କରି ନ ଥିଲା।

ରାଉରକେଲା ଟିମ୍ବର କଲୋନିରେ ଶମ୍ଭୁନାଥଙ୍କ ଘର। ସେପ୍ଟେମ୍ବର ୨୫ରେ ତାଙ୍କ ଜନ୍ମ ଦିନ ଥିଲା। ତାଙ୍କର କେତେଜଣ ସାଙ୍ଗ ଘରକୁ ଆସି ଜନ୍ମ ଦିନ ପାଳନ କରିିଥିଲେ। ୨୬ ତାରିଖ ଭୋର ୩ ଜଣ ସାଙ୍ଗ ଶମ୍ଭୁଙ୍କୁ କାରରେ ବୁଲିବାକୁ ଜୋରଜବରଦସ୍ତି ନେଇ ଯାଇଥିଲେ। ୨୭ ତାରିଖରୁ ତାଙ୍କ ମୋବାଇଲ୍‌ ଫୋନ୍‌ ସୁଇଚ୍‌ ଅଫ୍‌ ଥିଲା। ସାଙ୍ଗମାନଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ଅନ୍ୟ ଉପାୟ ନ ପାଇ ପରିବାରବର୍ଗ ପ୍ଲାଣ୍ଟସାଇଟ୍‌ ଥାନାରେ ନିଖୋଜ ଏତଲା ଦେବାକୁ ଆସିଥିଲେ। ହେଲେ ପୋଲିସ ଏହାକୁ ଗ୍ରହଣ ନ କରି ୨ ଦିନ ଅପେକ୍ଷା କରିବାକୁ କହିଥିଲା। ୩୦ ତାରିଖ ଶମ୍ଭୁଙ୍କ ମୃତଦେହ କୋରାପୁଟ୍‌ ପଟ୍ଟାଙ୍ଗିରୁ ଜବତ ହୋଇଥିବା ପରିବାରବର୍ଗ ପୋଲିସଠାରୁ ସୂଚନା ପାଇଥିଲେ। ସାଙ୍ଗ ହତ୍ୟା କରିଥିବା ସନ୍ଦେହ କରି ପରିବାରବର୍ଗ ଏତଲା ଦେଇଥିଲେ ମଧ୍ୟ ତାହାକୁ ପୋଲିସ ନେଇ ନ ଥିଲା। ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ କରିଥିଲା। କୋରାପୁଟ୍‌ ପଟାଙ୍ଗିରୁ ମୃତଦେହ ଜବତ ହୋଇଥିବାରୁ ସେଠାରେ ହତ୍ୟା ମାମଲା ରୁଜୁ ହେବ ବୋଲି ପୋଲିସ କହି ପରିବାର ଲୋକଙ୍କୁ ଫେରାଇ ଦେଇଥିଲା। ଶମ୍ଭୁଙ୍କ ଜେଜେମା’ ସତ୍ୟ ଘଡେଇ କହିଛନ୍ତି, ଶମ୍ଭୁଙ୍କ ସହ ଯାଇଥିବା ସାଙ୍ଗ ସହ କିଛି ବର୍ଷ ପୂର୍ବେ ଗଣ୍ଡଗୋଳ ହୋଇଥିଲା। ପରେ ବନ୍ଧୁତା ହୋଇଥିଲା। ସାଙ୍ଗକୁ ପଚାରା ଯିବାରୁ ସେ ଠିକ୍‌ ଉତ୍ତର ଦେଇ ପାରି ନ ଥିଲେ। ଶମ୍ଭୁଙ୍କ ମୃତଦେହରେ ଅନେକ ସ୍ଥାନରେ କ୍ଷତଚିହ୍ନ ରହିଛି। ତେଣୁ ତାଙ୍କୁ ହତ୍ୟା କରାଯାଇଛି।

ଅପରପକ୍ଷରେ, ଥାନାଧିକାରୀ ଜ୍ୟୋତି ପତି କହିଲେ, ୩ଜଣ ସାଙ୍ଗଙ୍କ ସହ ଶମ୍ଭୁ କାରରେ ଯାଇଥିଲେ। ଅତ୍ୟଧିକ ମଦ୍ୟପାନ ଯୋଗୁ ଶମ୍ଭୁ ଅଧାରାସ୍ତାରେ ଅଚେତ ହୋଇ ପଡ଼ିଥିଲେ। ଅନ୍ୟ ଉପାୟ ନ ପାଇ ସାଙ୍ଗମାନେ ତାଙ୍କୁ ଏକ ପଡ଼ିଆରେ ଓହ୍ଲାଇ ଚାଲି ଆସିଥିଲେ। ଥାନାରେ ଜଣେ ସାଙ୍ଗ ଆତ୍ମସମର୍ପଣ କରିଛି। ପୋଲିସ ପଚରାଉଚୁରା ଜାରି ରଖିଛି। ପରିବାରବର୍ଗ ଥାନାରେ ନିଖୋଜ କହିଥିବାରୁ ଆମେ ତଦନ୍ତ କରି କୋରାପୁଟରେ ଏକ ଅଜଣା ମୃତଦେହ ମିଳିଥିବା ଜାଣି ଚିହ୍ନଟ କରାଇଥିଲୁ। ତେବେ ହତ୍ୟା ଅଭିଯୋଗ କୋରାପୁଟ ପଟାଙ୍ଗିରେ କରାଯିବା ନିୟମ ରହିଛି ବୋଲି ପତି କହିଥିଲେ। କୋରାପୁଟରେ ସ୍ଥାନୀୟ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି। ବୁଧବାର ଅପରାହ୍ନରେ ଶମ୍ଭୁଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri