ୱେଷ୍ଟର୍ନ ଲେନ୍‌ ରଚୟିତା

ପ୍ରଥମ ଉପନ୍ୟାସ ଯଦି ଅନ୍ତର୍ଜାତୀୟ ସ୍ତରର ପ୍ରଶଂସା ପାଏ, ତାହାଠାରୁ ବଡ଼ ପୁରସ୍କାର ଆଉ କିଛି ହୋଇ ନ ପାରେ। ତଥାପି ତାଙ୍କ ପାଇଁ ଚୂଡ଼ାନ୍ତ ସମ୍ମାନ ଅପେକ୍ଷା କରିଥିବାରୁ ସେ ଅତ୍ୟନ୍ତ ଖୁସି ଅଛନ୍ତି। ବୁକର ପୁରସ୍କାର ୨୦୨୩ ପାଇଁ ସଂକ୍ଷିପ୍ତ ଚୟନ ପୁରସ୍କାର ତାଲିକାରେ ଯେଉଁ ଲେଖକଙ୍କ ନାମ ସ୍ଥାନ ପାଇଥାଏ, ସେମାନଙ୍କ ପୁସ୍ତକ ‘ନିଶ୍ଚିତ ସୁଖପାଠ୍ୟ’ ସ୍ତରରେ ପହଞ୍ଚତ୍ଥାଏ ବୋଲି ବିଚାର କରାଯାଏ। କେନିଆ ଜନ୍ମିତ ଭରତୀୟ ମୂଳବାସିନ୍ଦା ଚେତନା ମାରୋ ବ୍ରିଟିଶରେ ବାସ କରୁଛନ୍ତି। ପ୍ରଥମ ଉପନ୍ୟାସ ‘ୱେଷ୍ଟର୍ନ ଲେନ୍‌’ ବୁକର ପୁରସ୍କାର ସଂକ୍ଷିପ୍ତ ଚୟନ ତାଲିକାରେ ରହିବା ପରେ ତାଙ୍କ ପରିଚୟ ଓ ପୁସ୍ତକ ବିଷୟରେ ଜାଣିବା ଲାଗି ସାହିତ୍ୟପ୍ରେମୀଙ୍କ ମଧ୍ୟରେ ଆଗ୍ରହ ରହିବା ସ୍ବାଭାବିକ।
ବୃତ୍ତିରେ ଚେତନା ଥିଲେ ଆକାଉଣ୍ଟାଣ୍ଟ। ବିଭିନ୍ନ ପତ୍ରପତ୍ରିକାରେ କାଳ୍ପନିକ ଗଳ୍ପ ଲେଖି ନିଜର ଏକ ପାଠକୀୟ ବଳୟ ସୃଷ୍ଟି କରିଥିଲେ। ପ୍ରଶଂସା ମିଳିବାରୁ ଭାବିଲେ ଚାକିରି ଜୀବନ ଲେଖାରେ ବାଧା ସୃଷ୍ଟି କରୁଛି। ଛାଡ଼ିଲେ ଚାକିରି, ମନୋନିବେଶ କଲେ ପୂର୍ଣ୍ଣକାଳୀନ ଲେଖାରେ। ସେହି ଜିଦି ତାଙ୍କୁ ‘ୱେଷ୍ଟର୍ନ ଲେନ୍‌’ ସୃଷ୍ଟି କରିବା ଲାଗି ବଳ ଦେଇଥିଲା। କେଉଁଭଳି ଉପନ୍ୟାସ ଲେଖିଲେ ସେ ଅନ୍ୟମାନଙ୍କଠାରୁ ଭିନ୍ନ ହୋଇ ସାହିତ୍ୟ ପରିମଣ୍ଡଳରେ ଦୃଶ୍ୟମାନ ହେବେ, ଭାବୁ ଭାବୁ ଆଖିକୁ ଆସିଲା ‘ସ୍କ୍ବାଶ୍‌’। ଏହି କ୍ରୀଡ଼ାକୁ ନେଇ ଉପନ୍ୟାସ ଲେଖିବା ସମ୍ଭବତଃ କେହି ଭାବିପାରୁ ନ ଥିବା ବେଳେ ଚେତନା କିନ୍ତୁ ପାଇଥିଲେ ପ୍ଲଟ। ତିନି ବର୍ଷ ଲେଖିବା ପରେ ୨୦୨୩ ଫେବୃୟାରୀରେ ‘ଓ୍ବେଷ୍ଟର୍ନ ଲେନ୍‌’ ପ୍ରକାଶ ପାଇଲା ଓ ବୁକର ଜୁରିଙ୍କ ମନକୁ ପାଇଗଲା। କାହାଣୀ ୧୧ ବର୍ଷୀୟା ଝିଅ ‘ଗୋପୀ’ ଉପରେ ଆଧାରିତ। ରାକେଟ ଧରିବା ବୟସ ହେବା ପରେ ଗୋପୀ ସ୍କ୍ବାଶ ଖେଳିଥିଲା। ଯେତେବେଳେ ତା’ ମା’ର ମୃତ୍ୟୁ ଘଟିଲା ପିତା କଠୋର ପ୍ରଶିକ୍ଷଣ ମିଳୁଥିବା ଏକ କେନ୍ଦ୍ରରେ ନାମ ପଞ୍ଜୀକରଣ କରିଦେଲେ। ତା’ର ଅନ୍ୟ ଦୁଇ ଭଉଣୀ ହେଲେ ‘ଖୁଶ୍‌’ ଓ ‘ମୋନା’। ମୋନା ୧୫ ବର୍ଷର ହୋଇଥିବା ବେଳେ ଖୁଶ୍‌ ୧୩ ବର୍ଷର। ମା’ଙ୍କ ପରଲୋକରେ ପରିବାର ମ୍ରିୟମାଣ ଥିବା ବେଳେ ଗୋପୀ ଦୁଃଖ ଭୁଲିବାକୁ ଯାଇ ‘ସ୍କ୍ବାଶ’କୁ ତା’ ଜୀବନର ପୃଥିବୀ ବୋଲି ଧରି ନେଇଛି। କୋର୍ଟରେ ସେ ବାପାଙ୍କ ସହିତ ଥିବା ବେଳେ ୧୩ ବର୍ଷର ବାଳକ ଜେଡ୍‌କୁ ଦେଖିବାକୁ ପାଉଛି। ଜେଡ୍‌ ସେହି ଖେଳରେ ଜଣେ ଦୁର୍ଜୟ। ହେଲେ ସେଠାରେ ଯୋଗଦେବା ପୂର୍ବରୁ ଯେତେ କିଶୋରୀ କିଶୋର ଖେଳୁଥିଲେ ସେମାନଙ୍କ ଭିତରେ ଗୋପୀ ନିଜକୁ ବିସ୍ମୟ ସ୍ତରରେ ନେଇ ପହଞ୍ଚାଇ ଦେଉଛି। ଘର କଥା ଭାବିଲା ବେଳେ ମଝିଆ ଭଉଣୀ ଖୁଶ୍‌ କିଭଳି ମା’ଙ୍କ ବିୟୋଗ ପରେ ତାଙ୍କୁ ଝୁରି ହେଉଛି ତାହା ଗୋପୀ ଅନୁଭବ କରୁଥିଲା। ସନ୍ଧ୍ୟା ଆସିଲେ ଖୁଶ୍‌ ତାକୁ ଗୁଜରାଟୀ ଭାଷାରେ ଗପ କହୁଛି। ବଡ଼ ଭଉଣୀ ପରିବାର କିଭଳି ଚଳିବ ଓ ଆଗକୁ ବଢ଼ିପାରିବ, ସେଥିଲାଗି କାମରେ ବ୍ୟସ୍ତ। ପିତା ‘ପା’ ଜଣେ ଶାନ୍ତ ମଣିଷ। ସ୍ତ୍ରୀ ଚାଲିଯିବା ପରେ ସେ ବିରହିତ ଅବସ୍ଥାରେ ରହୁଛନ୍ତି। ତେବେ ସବୁ ଦୁଃଖକୁ ଭୁଲି ପିଲାଙ୍କ ସହ ସମୟ କାଟୁଛନ୍ତି। ପିଲାଟିବେଳୁ ପିତା ତାଙ୍କ ସବୁ ପିଲାଙ୍କୁ ସ୍କ୍ବାଶ ଖେଳାଇ ଆସିଛନ୍ତି। ହେଲେ ସାନ ଝିଅ ଖେଳ ଭିତରେ ଏଭଳି ମଜି ରହିବା ସହ ଅନ୍ୟମାନଙ୍କୁ ସ୍କ୍ବାଶ ଭିତରେ ବୁଡ଼ାଇ ରଖିଛନ୍ତି ଯେ ପରିବାର ମ୍ରିୟମାଣ ଅବସ୍ଥାରୁ ଉପରକୁ ଉଠି ଆସୁଛନ୍ତି।
ଗୋଟେ ଖେଳକୁ ଉପନ୍ୟାସର ଚରିତ୍ରରେ କେନ୍ଦ୍ରୀଭୂତ କରି ୧୧ ବର୍ଷ ଝିଅକୁ ସେଥିରେ ନିମଜ୍ଜିତ କରି କାହାଣୀକୁ ଚେତନା ଯେଉଁଭଳି ଆଗକୁ ନେଇପାରିଛନ୍ତି, ତାହା ବିଚାରକମଣ୍ଡଳୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। କ୍ରୀଡ଼ା ଦୁଃଖ ଯନ୍ତ୍ରଣାରେ ଥିବା ଏକ ପରିବାର ପାଇଁ ବଞ୍ଚତ୍ବାର ମଲମ ପାଲଟିଯାଇଛି। ତାହା ଔପନ୍ୟାସିକା ‘ଓ୍ବେଷ୍ଟର୍ନ ଲେନ୍‌’ରେ ଦେଖାଇବାକୁ ଚାହିଁଛନ୍ତି। ପିଲାମାନଙ୍କ ଦୁଃଖ ଓ ଅଭାବବୋଧକୁ ହ୍ରାସ କରିବା ଲାଗି ସେମାନଙ୍କ ମାଈଁ ଓ ମାମୁ ଆସିଯାଉଛନ୍ତି। ଝିଅମାନଙ୍କୁ ବଢ଼ାଇବାର ଦାୟିତ୍ୱ ନେଉଥିବା ଦେଖାଯାଉଛି। ଜୀବନରେ ସଂଘର୍ଷକୁ ସାମ୍ନା କରିବା ଲାଗି ଧୈର୍ଯ୍ୟର ଆବଶ୍ୟକତା ରହିଥାଏ ବୋଲି ଗୋପୀ ଜଣାଇଦେଇଛି। ସେଥିପାଇଁ ଖେଳରେ ମଗ୍ନ ହୋଇ ସଫଳତା ପାଉଛି। ଅର୍ଥାତ୍‌ ବିଷାଦକୁ ଚିପୁଡ଼ି(ସ୍କ୍ବାଶ-ସାହିତି୍ୟକ ଅଭିବ୍ୟକ୍ତି ଅର୍ଥରେ ବ୍ୟବହାର) ପିଇଦେବା ପରେ ଜୀବନ ଜିଇବାର ରାହା ପାଉଥିବା ପରିବାରକୁ ଚେତନା ଉପନ୍ୟାସରେ ଏଭଳି ସନ୍ତୁଳିତ ଭାବେ ବ୍ୟାଖ୍ୟାନ କରିଛନ୍ତି ଯେ, ପ୍ରତ୍ୟେକ ପାଠକଙ୍କୁ ଜାବୁଡ଼ି ଧରିବା ଲାଗି ଜବରଦସ୍ତ ପ୍ଲଟ ସେଥିରେ ଭରି ରହିଛି।
ସାହିତି୍ୟକ ସ୍ବୀକୃତି ଭାବେ ଚେତନା କାଳ୍ପନିକ ଗଳ୍ପ ଲେଖି ୨୦୨୨ରେ ପ୍ଲିମ୍ପଟନ ପୁରସ୍କାର ପାଇଥିଲେ। ହେଲେ ବୁକର ପୁରସ୍କାର ସଂକ୍ଷିପ୍ତ ତାଲିକାରୁ ଉନ୍ନୀତ ହୋଇ ଆସନ୍ତା ନଭେମ୍ବରରେ ଘୋଷଣା ହେବାକୁ ଥିବା ଚୂଡ଼ାନ୍ତ ପୁରସ୍କାରରେ ଯଦି ତାଙ୍କ ନାମ ସ୍ଥାନ ପାଏ, ସେ ଇତିହାସ ରଚିବେ।

  • ଜିତେନ୍ଦ୍ର କୁମାର ନାୟକ

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri