ନୂଆଦିଲ୍ଲୀ, ୧୫ା୭ (ପି.ଟି.): ଭାରତର ପରବର୍ତ୍ତୀ ଦକ୍ଷିଣ ଆଫ୍ରିକା ଟୁର୍ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ସହ ଡିସେମ୍ବର ୧୦ରୁ ଆରମ୍ଭ ହେବ। ଏହାପରେ ୩ଟି ଅନ୍ତର୍ଜାତୀୟ ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ ଖେଳାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍ଏ) ତରଫରୁ ଶୁକ୍ରବାର ଘୋଷଣା କରାଯାଇଛି। ଓପନିଂ ମ୍ୟାଚ ଡର୍ବାନଠାରେ ଖେଳାଯିବ। ଦ୍ୱିତୀୟ ଓ ତୃତୀୟ ଅନ୍ତର୍ଜାତୀୟ ଟି୨୦ ଡିସେମ୍ବର ୧୨ ଓ ୧୪ରେ ଯଥାକ୍ରମେ ଜିକ୍ୱେବର୍ହା ଓ ଜୋହାନ୍ସବର୍ଗଠାରେ ହେବ। ଜୋହାନ୍ସବର୍ଗରେ ଆହୁରି ମଧ୍ୟ ଡିସେମ୍ବର ୧୭ରୁ ହେବାକୁଥିବା ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ପରେ ଡିସେମ୍ବର ୧୯ ଓ ୨୧ରେ ଜିକ୍ୱେବରହା ଓ ପାର୍ଲରେ ଯଥାକ୍ରମେ ଅନୁଷ୍ଠିତ ହେବ। ଟେଷ୍ଟ ମ୍ୟାଚଗୁଡ଼ିକ ଫ୍ରିଡମ୍ ସିରିଜ ଗାନ୍ଧୀ-ମଣ୍ଡେଲା ଟ୍ରଫି ନାମରେ ପରିଚିତ ହେବ। ଏହା ଯଥାକ୍ରମେ ସେଞ୍ଚୁରିଅନ ଓ କେପ୍ ଟାଉନଠାରେ ଡିସେମ୍ବର ୨୬-୩୦ ଓ ଜାନୁୟାରୀ ୩-୭ରେ ଖେଳାଯିବ। ଗତଥର ଭାରତ ୨୦୨୧-୨୨ରେ ଦକ୍ଷିଣ ଆଫ୍ରିକାରେ ଏକ ଟେଷ୍ଟ ସିରିଜ ୨୦୨୧-୨୨ରେ ଖେଳିଥିଲା। ସେମାନେ ୧-୨ରେ ହାରିଯାଇଥିଲେ। ସେତେବେଳେ ତତକାଳୀନ ଅଧିନାୟକ ବିରାଟ କୋହଲି ଅପ୍ରତ୍ୟାଶିତ ଭାବେ ପଦ ତ୍ୟାଗ କରିଥିଲେ। ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କ ଲାଗି ପଥ ପରିଷ୍କାର ହୋଇଯାଇଥିଲା। ଗତ ଟୁର୍ରେ ଭାରତ ସେଞ୍ଜୁରିଅନ୍ଠାରେ ଓପନିଂ ଟେଷ୍ଟ ୧୧୩ ରନରେ ବିଜୟୀ ହୋଇଥିଲା। ମାତ୍ର ପରବର୍ତ୍ତୀ ଦୁଇ ଟେଷ୍ଟ ହାରିଯାଇଥିଲା। ଏହାଛଡ଼ା ସେତେବେଳେ ଖେଳାଯାଇଥିବା ଦିନିକିଆ ସିରିଜ ୦-୩ରେ ପରାସ୍ତ ହୋଇଥିଲା।
ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...
ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ: ଚାଲିଗଲା ୨୪ ଜୀବନ
କିଭ୍,୧ା୧ରୁଷିଆ ଅଧିକୃତ ଖେର୍ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...
Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ
ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...
ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...
ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ
ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...
ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…
ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...
Archives


