ଭୁବନେଶ୍ୱର,୪।୭: ସୋନି ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିିତ ବ୍ରାଭିଆ ୪କେ ଏଚ୍ଡିଆର୍ ଡିସ୍ପ୍ଲେର ନୂଆ ବିଜେଡ୍୫୦ଏଲ୍ ସିରିଜିର ଶୁଭାରମ୍ଭ ସହ ବଜାର ପ୍ରବେଶ ହୋଇଯାଇଛି। ଏ ସମ୍ପର୍କରେ ସୋନି ଇଣ୍ଡିଆର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ନାକାସିମା ଟୋମୋହିରୋ କହିଛନ୍ତି, ଆମେ ଆମ ପ୍ରଫେସନାଲ୍ ବ୍ରାଭିଆ ଡିସ୍ପ୍ଲେରେ ଉନ୍ନତି ଆଣିବା ବେଳେ ଗ୍ରାହକମାନଙ୍କ ସଦ୍ୟତମ ଅଭିଳାଷ ଓ ଆବଶ୍ୟକତାକୁ ପୂରଣ କରିବା ଉପରେ ଧ୍ୟାନ ଦେବା ସହ ଦୀର୍ଘସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲୁ। ନୂଆ ମଡେଲ୍ ସମ୍ପ୍ରସାରଣ କରିବା ଏବଂ ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ନୂଆ ପ୍ରଯୁକ୍ତି ବ୍ୟବହାର କରିବା ଜରିଆରେ ଆମେ ତାହା ହାସଲ କରିଛୁ। ଏହାର ଛବିର ମାନ, ନମନୀୟତା, ବିଭିନ୍ନ ଆକାର ଓ ସହଜରେ ବ୍ୟବହାର କରି ହେବା ଭଳି ସୁବିଧା ସହିତ ପ୍ରୋ ଏଭି ବ୍ୟବହାରକାରୀମାନେ ସୋନିର ପ୍ରଫେସନାଲ୍ ଡିସ୍ପ୍ଲେକୁ ବିଶ୍ୱାସ କରିପାରିବେ ଏବଂ ଆଜିର ବାଣିଜି୍ୟକ ଦୃଶ୍ୟପଟ୍ଟ ହେଉଥିବା ପରିବର୍ତ୍ତନକୁ ପୂରଣ କରିବା ଲାଗି ରହିଥିବା ସୁବିଧା ଅନୁସାରେ ନୂଆ ସିରିଜ୍କୁ ପସନ୍ଦ କରିବେ। ଅପରପକ୍ଷରେ ୯୮ଇଞ୍ଚ୍ ବିଜେଡ୍୫୦ଏଲ୍ର ଅନ୍ୟତମ ଆକର୍ଷଣ ହେଉଛି, ସୋନିର ପ୍ରଫେସନାଲ୍ ବ୍ରାଭିଆ ବିଜେଡ୍୪୦ଜେ ସିରିଜ୍ ତୁଳନାରେ ଏଥିରେ ୨୨% ହାଲୁକା ଏବଂ ୨୮% ପତଳା ବେଜେଲ୍ ବ୍ୟବହାର କରାଯାଇଛି। ଯାହା ଭରସାଯୋଗ୍ୟତା, ଛବିର ଗୁଣାତ୍ମକ ମାନ ଓ ବ୍ୟାପକ ଭାବେ କମ୍ପାଟିବିଲିଟି ଦରକାର କରୁଥିବା ବାଣିଜ୍ୟିକ ପରିବେଶରେ ଉନ୍ନତି ଆଣିବ। ଏହାର ଚମତ୍କାର ଡିସ୍ପ୍ଲେ ପ୍ରାୟ ସବୁ ପ୍ରକାର ଆବଶ୍ୟକତା ପୂରଣ କରିବ।
Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ
ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...
ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!
ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...
ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି
ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...
ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ
ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...
ଏଇ ଭାରତରେ
ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍ ନ ନେଇ ପଲିଥିନରେ ପରିବା...
ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ
ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...
ଗାନ୍ଧୀ ନୂଅଁାଖାଇ
ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...
ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ
ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...
Archives


