PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ ଓ ସରଳ କରିଦେଇଛି। ଯଦି ଆପଣ ଜଣେ ଚାକିରିଆ ଏବଂ ଆପଣଙ୍କର ପିଏଫ କଟୁଛି, ତେବେ ଆପଣ ଆବଶ୍ୟକ ସମୟରେ ଘରେ ବସି ଅନଲାଇନରେ କିମ୍ବା ଅଫଲାଇନ ମାଧ୍ୟମରେ ଟଙ୍କା ଉଠାଇ ପାରିବେ।

ଅନଲାଇନ:

ଅନଲାଇନ କ୍ଲେମ୍‌ କରିବା ପାଇଁ ଆପଣଙ୍କର UAN ସକ୍ରିୟ ଥିବା ଜରୁରୀ ଏବଂ ଏହା ସହିତ ଆଧାର ଓ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ହୋଇଥିବା ଆବଶ୍ୟକ। ପ୍ରଥମେ UAN Member Portal କୁ ଯାଇ ନିଜର UAN ଏବଂ ପାସୱାର୍ଡ ଦେଇ ଲଗ୍‌-ଇନ କରନ୍ତୁ। ‘Manage KYC’ ସେକ୍ସନକୁ ଯାଇ ଆଧାର ଓ ବ୍ୟାଙ୍କ ବିବରଣୀ ସଠିକ ଅଛି କି ନାହିଁ ଯାଞ୍ଚ କରନ୍ତୁ। ‘Online Services’ ଟ୍ୟାବ୍‌କୁ ଯାଇ ‘Claim (Form-୩୧, ୧୯, ୧୦C & ୧୦D)’ ଉପରେ କ୍ଲିକ କରନ୍ତୁ। ନିଜର ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଇ ‘Verify’ କରନ୍ତୁ। ଯଦି ଆପଣ ଚାକିରିରେ ଅଛନ୍ତି, ତେବେ ‘PF Advance (Form ୩୧)’ ବାଛନ୍ତୁ। ଯଦି ଚାକିରି ଛାଡ଼ି ସାରିଛନ୍ତି, ତେବେ ’PF Withdrawal (Form ୧୯)’ କିମ୍ବା ‘Pension Withdrawal (Form ୧୦C)’ ବାଛନ୍ତୁ। ଆଧାର ସହ ଲିଙ୍କ ଥିବା ମୋବାଇଲ ନମ୍ବରକୁ ଆସିଥିବା OTP ଦେଇ ସବମିଟ କରନ୍ତୁ। ତେବେ ଆବେଦନ କରିବାର ୭ ରୁ ୨୦ ଦିନ ମଧ୍ୟରେ ଟଙ୍କା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବ।

ଅଫଲାଇନ:

ଯଦି ଆପଣ ଅଫଲାଇନରେ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ’କମ୍ପୋଜିଟ କ୍ଲେମ ଫର୍ମ’ ବ୍ୟବହାର କରିବାକୁ ପଡ଼ିବ। ଯଦି UAN ସହ ଆଧାର ଲିଙ୍କ ଅଛି, ତେବେ ନିଯୁକ୍ତିଦାତାଙ୍କ ବିନା ସ୍ବାକ୍ଷରରେ ସିଧାସଳଖ EPFO ଅଫିସରେ ଫର୍ମ ଜମା କରିପାରିବେ। ଯଦି ଆଧାର ଲିଙ୍କ ନାହିଁ, ତେବେ ଫର୍ମରେ ନିଯୁକ୍ତିଦାତା ବା କମ୍ପାନୀର ଅନୁମୋଦନ/ସ୍ବାକ୍ଷର ଆବଶ୍ୟକ।

ସେହିଭଳି ପେନସନ ଉଠାଣ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ରହିଛି। ୬ ମାସରୁ କମ ଚାକିରି କ୍ଷେତ୍ରରେ ଆପଣ ପେନସନ ଟଙ୍କା ଉଠାଇ ପାରିବେ ନାହିଁ। ୬ ମାସରୁ ୯.୫ ବଷ ବର୍ଷ ଯାଏ କରିଥିଲେ ଆପଣ Form ୧୦C ଜରିଆରେ ପେନସନର ପୂରା ଟଙ୍କା ଉଠାଇ ପାରିବେ ୯.୫ ବର୍ଷରୁ ଅଧିକ ଚାକିରି କ୍ଷେତ୍ରରେ ଆପଣଙ୍କୁ ଏକକାଳୀନ ଟଙ୍କା ବଦଳରେ ଅବସର ପରେ ମାସିକ ପେନସନ ମିଳିବ।

ଅବସର ପରେ କିମ୍ବା ଦୁଇ ମାସରୁ ଅଧିକ ସମୟ ବେକାର ରହିଲେ ଆପଣ ପିଏଫର ସମ୍ପୂର୍ଣ୍ଣ ଟଙ୍କା ଉଠାଇ ପାରିବେ। ବର୍ତ୍ତମାନର ନିୟମ ଅନୁଯାୟୀ, ଚାକିରି ଛାଡ଼ିବାର ଏକ ମାସ ପରେ ୭୫% ଟଙ୍କା ଏବଂ ବାକି ୨୫% ଟଙ୍କା ଦୁଇ ମାସ ପରେ ଉଠାଯାଇପାରିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri