PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ ଓ ସରଳ କରିଦେଇଛି। ଯଦି ଆପଣ ଜଣେ ଚାକିରିଆ ଏବଂ ଆପଣଙ୍କର ପିଏଫ କଟୁଛି, ତେବେ ଆପଣ ଆବଶ୍ୟକ ସମୟରେ ଘରେ ବସି ଅନଲାଇନରେ କିମ୍ବା ଅଫଲାଇନ ମାଧ୍ୟମରେ ଟଙ୍କା ଉଠାଇ ପାରିବେ।

ଅନଲାଇନ:

ଅନଲାଇନ କ୍ଲେମ୍‌ କରିବା ପାଇଁ ଆପଣଙ୍କର UAN ସକ୍ରିୟ ଥିବା ଜରୁରୀ ଏବଂ ଏହା ସହିତ ଆଧାର ଓ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ହୋଇଥିବା ଆବଶ୍ୟକ। ପ୍ରଥମେ UAN Member Portal କୁ ଯାଇ ନିଜର UAN ଏବଂ ପାସୱାର୍ଡ ଦେଇ ଲଗ୍‌-ଇନ କରନ୍ତୁ। ‘Manage KYC’ ସେକ୍ସନକୁ ଯାଇ ଆଧାର ଓ ବ୍ୟାଙ୍କ ବିବରଣୀ ସଠିକ ଅଛି କି ନାହିଁ ଯାଞ୍ଚ କରନ୍ତୁ। ‘Online Services’ ଟ୍ୟାବ୍‌କୁ ଯାଇ ‘Claim (Form-୩୧, ୧୯, ୧୦C & ୧୦D)’ ଉପରେ କ୍ଲିକ କରନ୍ତୁ। ନିଜର ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଇ ‘Verify’ କରନ୍ତୁ। ଯଦି ଆପଣ ଚାକିରିରେ ଅଛନ୍ତି, ତେବେ ‘PF Advance (Form ୩୧)’ ବାଛନ୍ତୁ। ଯଦି ଚାକିରି ଛାଡ଼ି ସାରିଛନ୍ତି, ତେବେ ’PF Withdrawal (Form ୧୯)’ କିମ୍ବା ‘Pension Withdrawal (Form ୧୦C)’ ବାଛନ୍ତୁ। ଆଧାର ସହ ଲିଙ୍କ ଥିବା ମୋବାଇଲ ନମ୍ବରକୁ ଆସିଥିବା OTP ଦେଇ ସବମିଟ କରନ୍ତୁ। ତେବେ ଆବେଦନ କରିବାର ୭ ରୁ ୨୦ ଦିନ ମଧ୍ୟରେ ଟଙ୍କା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବ।

ଅଫଲାଇନ:

ଯଦି ଆପଣ ଅଫଲାଇନରେ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ’କମ୍ପୋଜିଟ କ୍ଲେମ ଫର୍ମ’ ବ୍ୟବହାର କରିବାକୁ ପଡ଼ିବ। ଯଦି UAN ସହ ଆଧାର ଲିଙ୍କ ଅଛି, ତେବେ ନିଯୁକ୍ତିଦାତାଙ୍କ ବିନା ସ୍ବାକ୍ଷରରେ ସିଧାସଳଖ EPFO ଅଫିସରେ ଫର୍ମ ଜମା କରିପାରିବେ। ଯଦି ଆଧାର ଲିଙ୍କ ନାହିଁ, ତେବେ ଫର୍ମରେ ନିଯୁକ୍ତିଦାତା ବା କମ୍ପାନୀର ଅନୁମୋଦନ/ସ୍ବାକ୍ଷର ଆବଶ୍ୟକ।

ସେହିଭଳି ପେନସନ ଉଠାଣ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ରହିଛି। ୬ ମାସରୁ କମ ଚାକିରି କ୍ଷେତ୍ରରେ ଆପଣ ପେନସନ ଟଙ୍କା ଉଠାଇ ପାରିବେ ନାହିଁ। ୬ ମାସରୁ ୯.୫ ବଷ ବର୍ଷ ଯାଏ କରିଥିଲେ ଆପଣ Form ୧୦C ଜରିଆରେ ପେନସନର ପୂରା ଟଙ୍କା ଉଠାଇ ପାରିବେ ୯.୫ ବର୍ଷରୁ ଅଧିକ ଚାକିରି କ୍ଷେତ୍ରରେ ଆପଣଙ୍କୁ ଏକକାଳୀନ ଟଙ୍କା ବଦଳରେ ଅବସର ପରେ ମାସିକ ପେନସନ ମିଳିବ।

ଅବସର ପରେ କିମ୍ବା ଦୁଇ ମାସରୁ ଅଧିକ ସମୟ ବେକାର ରହିଲେ ଆପଣ ପିଏଫର ସମ୍ପୂର୍ଣ୍ଣ ଟଙ୍କା ଉଠାଇ ପାରିବେ। ବର୍ତ୍ତମାନର ନିୟମ ଅନୁଯାୟୀ, ଚାକିରି ଛାଡ଼ିବାର ଏକ ମାସ ପରେ ୭୫% ଟଙ୍କା ଏବଂ ବାକି ୨୫% ଟଙ୍କା ଦୁଇ ମାସ ପରେ ଉଠାଯାଇପାରିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?