ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି। ଇରାନ ଯୁଦ୍ଧ ଯୋଗୁ ମୁଦ୍ରାସ୍ଫୀତି ବଢ଼ିଥିବାବେଳେ କମ୍‌ ବୃଷ୍ଟିପାତ ହେଲେ କୃଷି ଉତ୍ପାଦନ କମିବା ସହ ଏସିଆର ତୃତୀୟ ବୃହତ୍‌ ଅର୍ଥନୀତିର ଅଭିବୃଦ୍ଧି ହାରକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ପ୍ରାୟ ୪ ଟ୍ରିଲିୟନ ଡଲାର ଅର୍ଥନୀତି ଭାରତର ଜବନରେଖା ହେଉଛି ମୌସୁମୀ। କୃଷିକ୍ଷେତ୍ର, ଭୂତଳ ଜଳସ୍ତରକୁ ପୁନଃ ପୂର୍ଣ୍ଣ କରିବା ଏବଂ ଜଳଭଣ୍ଡାରଗୁଡ଼ିକ ପାଇଁ ଆବଶ୍ୟକ ଜଳର ପ୍ରାୟ ୭୦ ପ୍ରତିଶତ ମୌସୁମୀ ବୃଷ୍ଟିପାତରୁ ମିଳିଥାଏ।
ମୌସୁମୀ ପ୍ରତିବର୍ଷ ପ୍ରାୟତଃ ଜୁନ୍‌ ୧ରେ ଦକ୍ଷିଣ ଭାରତୀୟ ରାଜ୍ୟ କେରଳରେ ପହଞ୍ଚତ୍ ସେପ୍ଟେମ୍ବର ମଧ୍ୟଭାଗ ବେଳକୁ ପ୍ରତ୍ୟାବର୍ତ୍ତନ କରିଥାଏ। ଚଳିତ ବର୍ଷ ଦୀର୍ଘମିଆଦୀ ହାରାହାରିର ୯୨ ପ୍ରତିଶତ ବୃଷ୍ଟିପାତ ହେବ ବୋଲି ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ୍‌. ରବିଚନ୍ଦ୍ରନ୍‌ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଚତୁର୍ମାସ ବର୍ଷାଋତୁର ୫୦ ବର୍ଷର ହାରାହାରି ବୃଷ୍ଟିପାତ ୮୭ ସେମି (୩୫ ଇଞ୍ଚ)ର ୯୬%ରୁ ୧୦୪% ମଧ୍ୟରେ ହେଉଥିବା ବର୍ଷାକୁ ସ୍ବାଭାବିକ ଧରାଯାଇଥାଏ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି।
ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁଯାୟୀ ସମ୍ପ୍ରତି ଦୁର୍ବଳ ଲା-ନିନା ସ୍ଥିତି ବଦଳି ସାଧାରଣ ସ୍ଥିତିକୁ ଆସୁଛି। ତେବେ ଜୁନ୍‌ ପରେ ଏଲ୍‌-ନିନୋ ବିକଶିତ ହୋଇପାରେ। କେନ୍ଦ୍ରୀୟ ଏବଂ ପୂର୍ବ ପ୍ରଶାନ୍ତ ମହାସାଗରର ତାପମାତ୍ରା ସ୍ବାଭାବିକଠାରୁ ବୃଦ୍ଧି ପାଇଲେ ଏଲ୍‌-ନିନୋ ସ୍ଥିତି ଉପୁଜିଥାଏ। ଫଳରେ ଦକ୍ଷିଣପୂର୍ବ ଏସିଆ ଏବଂ ବିଶ୍ୱର ଅନ୍ୟାନ୍ୟ ଭାଗରେ ଉତ୍ତପ୍ତ ଓ ଶୁଷ୍କ ପାଗ ଦେଖାଦିଏ। ଅଧିକାଂଶ ଏଲ୍‌-ନିନୋ ବର୍ଷରେ ଭାରତରେ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇଛି ଏବଂ ବେଳେବେଳେ ଉତ୍କଟ ମରୁଡ଼ି ଦେଖାଦେବା ଫଳରେ ଫସଲ ନଷ୍ଟ ହୋଇଛି। କୃଷି ଉତ୍ପାଦନ ହ୍ରାସ ପାଇଲେ ଶସ୍ୟ ରପ୍ତାନି କମିଯିବ। ତେବେ ମୌସୁମୀ ଋତୁର ପରବର୍ତ୍ତୀ ଭାଗରେ ଭାରତ ମହାସାଗରରେ ସକାରାତ୍ମକ ଦ୍ୱିଧ୍ରୁବୀୟ ସ୍ଥିତି ବିକଶିତ ହେବାକୁ ଥିବାରୁ ମୌସୁମୀ ପାଇଁ ସହାୟକ ହେବ ବୋଲି ମହାପାତ୍ର କହିଛନ୍ତି। ଭାରତ ମହାସାଗରରେ ଦ୍ୱିଧ୍ରୁବୀୟ (ଆଇଓଡି) ସ୍ଥିତି ହେଉଛି ପଶ୍ଚିମ ଏବଂ ପୂର୍ବ ଭାରତ ମହାସାଗରର ତାପମାତ୍ରାରେ ପାର୍ଥକ୍ୟ ଦେଖାଦେବା। ସକାରାତ୍ମକ ଆଇଓଡି ଅର୍ଥ ପଶ୍ଚିମ ଭାରତ ମହାସାଗରର ଜଳ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବା। ଏହା ଭାରତରେ ମୌସୁମୀ ବର୍ଷାକୁ ସକ୍ରିୟ କରିବାରେ ସହାୟକ ହୋଇଥାଏ। ଗତ ୨ ବର୍ଷରେ ବୃଷ୍ଟିପାତ ସ୍ବାଭାବିକଠାରୁ ଅଧିକ ଥିବାବେଳେ ଚଳିତ ବର୍ଷ କମ୍‌ ବର୍ଷା ହେବାକୁ ଥିବାରୁ ଫସଲ ଉତ୍ପାଦନ, ମୁଦ୍ରାସ୍ଫୀତି ଏବଂ ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଏହାର ପ୍ରଭାବକୁ ନେଇ ନୀତି ନିର୍ଦ୍ଧାରକ ଏବଂ ବଜାର ଏହି ପୂର୍ବାନୁମାନକୁ ନିବିଡ଼ ଭାବରେ ଅନୁସରଣ କରିବେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା

ଭୁବନେଶ୍ୱର,୩୦ା୮(ବନ୍ଦନା ସେଠୀ): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସେସ୍‌ (ଡେଣ୍ଟାଲ) କ୍ୟାଡରରେ କାର୍ଯ୍ୟରତ ଦନ୍ତ ଚିକିତ୍ସକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା…

ସ୍ମାର୍ଟ ପୋଲିସିଂ’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦ସୂତ୍ରୀ ବ୍ଲୁ-ପ୍ରିଣ୍ଟ: ଜାଣନ୍ତୁ କ’ଣ…

ଭୁବନେଶ୍ୱର, ୩୦।୮ (ସୁନିତ୍‌ ମିଶ୍ର): ଭୁବନେଶ୍ୱରସ୍ଥିତ ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri