ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ ବୋଝେଇ ଏକ ୭୦୯ ଟ୍ରକ୍‌ ଜବତ କରାଯାଇଛି। ବୁଧବାର ଭୋର୍‌ରୁ ଟିକ୍ରାପଡା ଅଞ୍ଚଳରୁ ସିନଖମନ ବଲାଙ୍ଗୀର ରାସ୍ତା ଦେଇ ଏକ ୭୦୯ ଟ୍ରକ୍‌ ବରଗଡ ଯାଉଥିଲା। ଚୋରା କାଠ ଏକ ଟ୍ରକ ଯୋଗେ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବନବିଭାଗକୁ ଖବର ମିଳିଥିଲା । ବଲାଙ୍ଗୀର ବନଖଣ୍ଡ ବିଭାଗ ଡିଏଫଓ ଅଜିତ୍‌ ବିଶିଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ରେଞ୍ଜର ନବୀନ ପଣ୍ଡାଙ୍କ ତତ୍ତ୍ବାବଧାନରେ ଫରେଷ୍ଟର ବ୍ୟାସଦେବ ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସିନଖମନ ଗାଁ ରାସ୍ତାରେ ଟ୍ରକ୍‌କୁ ଅଟକାଇ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର କଳା କେନ୍ଦୁ କାଠ ଥିବା ଦେଖିବାକୁ ମିଳିଥିଲା । ଆନ୍ତଃରାଜ୍ୟ କାଠ ମାଫିଆମାନେ ମୂଲ୍ୟବାନ କଳା କେନ୍ଦୁ ଗଣ୍ଡୀ କାଠକୁ ବଲାଙ୍ଗୀରରୁ ରାଜ୍ୟ ବାହାରକୁ କାଠ ଚାଲାଣ କରୁଥିବା ଜଣାଯାଇଛି । କାଠ ବୋଝେଇ ଟ୍ରକ୍‌ଟି ବଲାଙ୍ଗୀର ବରଗଡ ଦେଇ ପଶ୍ଚିମବଙ୍ଗକୁ ଯାଇଥାନ୍ତା ବୋଲି ଜଣାପଡ଼ିଛି। କାଠ ବୋଝେଇ ଟ୍ରକ୍‌ରୁ ୫ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ଜବତ କେନ୍ଦୁଗଣ୍ଡୀ କାଠ ଓ ଟ୍ରକକୁ ବଲାଙ୍ଗୀର ରେଞ୍ଜ ଅଫିସ କ୍ୟାମ୍ପସକୁ ନିଆଯାଇଛି। ବନ ବିଭାଗ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। କେନ୍ଦୁ ଗଣ୍ଡୀ କାଠର ଆନୁମାନିକ ମୁଲ୍ୟ ୫ଲକ୍ଷରୁ ୭ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି l ଆନ୍ତଃରାଜ୍ୟ କାଠ ମାଫିଆଙ୍କ ଠାରୁ ଏକ ମାରଣାସ୍ତ୍ର ଖଣ୍ଡା ମଧ୍ୟ ଜବତ କରାଯାଇଛି l ଚଢ଼ାଉବେଳେ ଖଣ୍ଡା ଦେଖାଇ ବନ କର୍ମଚାରୀଙ୍କୁ ଆକ୍ରମଣ କରିବାବେଳେ ସେମାନଙ୍କୁ ବନ ବିଭାଗ ଟିମ କାବୁ କରିନେଇଥିଲେl ଅଭିଯୁକ୍ତ ୫ଜଣଙ୍କ ମଧ୍ୟରୁ ୪ଜଣ ଲୋକନାଥ ସବଲ (୩୫) ସୁରେଶ ଭୋଇ ( ୪୪) ସୁଶିଲ ସେଠ ( ୪୫) ଦେବେନ୍ଦ୍ର ମହାପାତ୍ର (୫୬) ବରଗଡ଼ ଅଞ୍ଚଳର ହୋଇଥିବା ବେଳେ ମାନସ ଖମାରୀ (୩୫) ଟିକ୍ରାପଡା ସତିଘାଟ ହୋଇଥିବା ବନବିଭାଗ ପକ୍ଷରୁ କୁହାଯାଇଛି । କେନ୍ଦୁ କାଠ ଚୋରା ବେପାରକୁ ନେଇ ଆନ୍ତଃରାଜ୍ୟ କାଠ ମାଫିଆଙ୍କ ଚେର ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବି ଥିବା କୁହାଯାଉଛି । ଆସନ୍ତାକାଲି ଏ ନେଇ ଡିଏଫଓ ଏକ ଖବରଦାତା ସମ୍ମିଳନୀ କରି ଜଣାଇବେ ବୋଲି ଏସିଏଫ ମାନସ ରଞ୍ଜନ ବେହେରା କହିଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri