କବଚ ସିଷ୍ଟମ କ’ଣ? ବାଲେଶ୍ୱର ଦୁର୍ଘଟଣାରେ ଏହାକୁ ନେଇ ହେଉଛି ଆଲୋଚନା…

ନୂଆଦିଲ୍ଲୀ,୩।୬:ଓଡିଶା ବାଲେଶ୍ୱର ବାହାନଗାରେ ହୋଇଥିବା ଛାତିଥରା ଟ୍ରେନ ଦୁର୍ଘଟଣା ନେଇ ଅନେକ ପ୍ରଶ୍ନ ଉଠିଛି। ଦୁର୍ଘଟଣା କିପରି ଏବଂ କେମିତି ହେଲା ଏନେଇ ଆଲୋଚନା ଏବଂ ସମାଲୋଚନା ମଧ୍ୟ ଲାଗିରହିଛି। ତେବେ ବିରୋଧୀ ଏହାକୁ ସରକାରଙ୍କ ସାଧାରଣ ଲୋକଙ୍କୁ ଅବହେଳା ଏବଂ ବିଳାସପୂର୍ଣ୍ଣ ଟ୍ରେନ୍‌ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି କହି ଟାର୍ଗେଯ କରିଛନ୍ତି।ଏହି ଦୁର୍ଘଟଣାର ତଦନ୍ତ ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚ ସ୍ତରୀୟ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ମଧ୍ୟରେ ‘କବଚ ସିଷ୍ଟମ’ ନେଇ ପ୍ରଶ୍ନ ସାମ୍ନାକୁ ଆସିଛି। ରେଳ ମୁଖପାତ୍ର ଅମିତାଭ ଶର୍ମା ଏନେଇ ସୂଚନା ଦେଇଛନ୍ତି, ଟ୍ରେନ୍‌ ଦୁର୍ଘଟଣା ଘଟିଥିବା ରୁଟ୍‌ରେ ‘କବଚ ସିଷ୍ଟମ’ ଉପଲବ୍ଧ ନ ଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ‘କବଚ ସିଷ୍ଟମ’ ନେଇ ପ୍ରଶ୍ନ କରିଛନ୍ତି। ତେବେ ଏହି କବଚ ସିଷ୍ଟମ କ’ଣ ଆସନ୍ତୁ ଜାଣିବା

ଟ୍ରେନ୍‌ କଲୋସିଅନ ଆଭୋଏଡାନ୍ସ ସିଷ୍ଟମ (ଟିସିଏସି) ନାମରେ ଏକ ସ୍ବୟଂଚାଳିତ ସୁରକ୍ଷା ବ୍ୟବସ୍ଥା ଦେଶରେ ବିକଶିତ କରାଯାଇଛି। ଯାହାକୁ କବଚ ନାମିତ କରାଯାଇଛି। ସରଳ ଭାଷାରେ କହିଲେ, ଟ୍ରେନ୍‌ର ଇଞ୍ଜିନରେ ଏକ ଇଲୋକ୍ଟ୍ରୋନିକ ଉପକରଣ ଏବଂ ରେଡିଓ ଫ୍ରିକ୍ୱେନ୍ସି ଚିହ୍ନଟ ପାଇଁ ଏକ ଡିଭାଇସ୍‌ (ଟିସିଏସି) ଲଗାଯାଇଛି ଯାହା ସିଗନାଲ ଏବଂ ଟ୍ରାକ୍‌ରେ ଟ୍ରେନର ଗତି ନିୟନ୍ତ୍ରଣ କରିଥାଏ।

ଭାରତୀୟ ରେଳବାଇ ଚଳନ୍ତା ଟ୍ରେନ୍‌ର ସୁରକ୍ଷା ପାଇଁ କବଚ ନାମକ ଏକ ସ୍ବୟଂଚାଳିତ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରିଛି। ଏହା ସିଷ୍ଟମକୁ ଟ୍ରେନ୍‌ ଡ୍ରାଇଭରଙ୍କର ବିଶ୍ୱସ୍ତ ସାଥୀ ବୋଲି କୁହାଯାଏ। ଯଦିଓ କୌଣସି ପରିସ୍ଥିତିରେ ଟ୍ରେନ୍‌ ଡ୍ରାଇଭର ସ୍ପିଡ୍‌ କଣ୍ଟୋଲ୍‌  କିମ୍ବା ବ୍ରେକ ଲଗାଇବାକୁ ଭୁଲିଯାଆନ୍ତି, ତେବେ ଏହି କବଚ ସିଷ୍ଟମ ବ୍ରେକ ଇଣ୍ଟରଫେସ ୟୁନିଟ ମାଧ୍ୟମରେ ଟ୍ରେନ୍‌କୁ ନିୟନ୍ତ୍ରଣ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ୍‌ର ସମନ

ନୂଆଦିଲ୍ଲୀ,୨୯ା୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ଭାଇରାଲ ହେଉଛି ଶାହାଙ୍କ ଫେକ୍‌ ଭିଡ଼ିଓ, ରେଭନ୍ଥ ରେଡ୍ଡୀଙ୍କୁ ସମନ ପଠାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୯ା୪ : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri