Odisha Elections 2024

ରାମ-କାଳୀ ଲଢ଼େଇ

ଡ. କୁଳାଙ୍ଗାର
ତା’ର ଠାକୁର-ଠାକୁରାଣୀ ଓ ମାଙ୍କଡ଼ଙ୍କୁ ଭାରି ଭୟ। ଭୟର କାରଣ କାଳେ କ’ଣ ସବୁ ଛଡ଼େଇ ନେବେ। ଏ ଡରଟା ତା’ ଭିତରେ ପିଲାବେଳୁ ଅଛି। କାରଣ ସିଏ କାନ ଉଠିଲା ଦିନୁ ଶୁଣି ଆସିଛି କି ଠାକୁର-ଠାକୁରାଣୀଏ ମହାରାଗୀ। ଟିକେ ଏପଟ ସେପଟ ହେଲେ କୋପ କରି ତମଠୁ ଧନସମ୍ପତ୍ତି, ସୁଖଶାନ୍ତି, ବୁଦ୍ଧିବୃତ୍ତି ଓ ପ୍ରିୟଜନ ଆଦିଙ୍କୁ ଛଡେଇନେବେ! ଯେତେ ପାଠପଢ଼ି ପରୀକ୍ଷାରେ ଲେଖିଥିଲେ ମଧ୍ୟ ତୁମର ମାର୍କ ଛଡ଼େଇ ନେଇପାରନ୍ତି!! ତେଣୁ ଠାକୁରଙ୍କୁ ଟିକେ ସମ୍ଭାଳିକି। ତାଙ୍କୁ ଖୁସି କରିବା ପାଇଁ ଭୋଗରାଗ, ଦକ୍ଷିଣା ପ୍ରଦାନ ସହ ମାନସିକ ଓ ଉପାସବ୍ରତ ଆଦି କରୁଥିବ। ସେଇ ଡରରେ ସିଏ ପିଲାବେଳୁ ଜଣେ ବାଧ୍ୟ ଭକ୍ତ।
ପିଲାବେଳେ ସିଏ ଦିନେ ସକାଳୁ ଉଠି ଠାକୁରଙ୍କୁ ମୁଣ୍ଡିଆ ମାରିବାକୁ ଭୁଲିଯାଇଥିଲା। ଯୋଗ ଦେଖନ୍ତୁ, ସେଇଦିନ କ୍ରିକେଟ ଖେଳିଲା ବେଳେ ତା’ ବଲ୍‌ଟି ବ୍ୟାଟ୍‌ ମାଡ଼ରେ ଦୂରକୁ ଯାଇ ଆଉ ଫେରିଲା ନାହିଁ। ସିଏ ଦୃଢ଼ନିଶ୍ଚିତ ହେଲା କି ସକାଳୁ ମୁଣ୍ଡିଆ ମାରି ନ ଥିବାରୁ ଠାକୁର ରାଗିି ତା’ ବଲ୍‌ଟାକୁ ନେଇଗଲେ। ଆଉ ଜମା ଫେରେଇଲେ ନାହିଁ। ସିଏ ସେଦିନଠାରୁ ଭୁଲ୍‌ରେ ବି ଠାକୁରଙ୍କୁ ମୁଣ୍ଡିଆ ମାରିବାକୁ ଭୁଲେନାହିଁ।
ଠାକୁର-ଠାକୁରାଣୀଙ୍କୁ ତ କୌଣସି ପ୍ରକାରେ ଚଳେଇ ନେଇ ହୁଏ, ତେବେ ଏ ମାଙ୍କଡ଼ଗୁଡ଼ାକ ମହା ବଦମାସ୍‌। ପିଲାବେଳେ ଖାଉଥିବା କଦଳୀଟିକୁ ତା’ହାତରୁ ଗୋଟେ କାଳିଆମୁହଁା ହନୁ ଛଡ଼େଇ ନେଲା। ସିଏ ଦେବାକୁ ଅମଙ୍ଗ ହୁଅନ୍ତେ ତା’ ଗାଲରେ ଶକ୍ତ ଚାପୁଡାଟିଏ ବସେଇ ଦେଲା। ସେଇଦିନୁ ସିଏ ମାଙ୍କଡ଼ ଦେଖିଲେ ଭୟରେ ଥରିଉଠେ। ଆଉ ଠାକୁର ଓ ମାଙ୍କଡ଼ର ମିଶ୍ର ଅବତାର ହନୁମାନଙ୍କୁ ଦେଖିଲେ ଆହୁରି ଭୟ ଲାଗେ।
ସାମାନ୍ୟ ଜ୍ଞାନ ହେଲା ପରେ ସିଏ ଜାଣିଲା କି- ହନୁମାନ ଜଣେ ଦିବ୍ୟ ମାଙ୍କଡ଼, ଯିଏ ହନୁ-ମାନଙ୍କର ନେତୃସ୍ଥାନୀୟ ଓ ଶ୍ରୀରାମଙ୍କ ପାଖଲୋକ। ସିଏ ମନେମନେ ଭାବିଲା- ବଢ଼ିଆ ଉପାୟ ତ! ଏଥର ହନୁମାଙ୍କଡ଼ ଦେଖିଲେ ପ୍ରଭୁ ଶ୍ରୀରାମଙ୍କୁ ଡାକିଦେବି। ସିଏ ତାଙ୍କ ଭକ୍ତକୁ ସମ୍ଭାଳନ୍ତୁ!
ତେଣୁ ସିଏ ଠାକୁର ଓ ମାଙ୍କଡ଼ ଭିତରେ ଲଢ଼େଇ ପରିସ୍ଥିତି ସୃଷ୍ଟି କରିଦିଏ। ନିଅନ୍ତୁ ଦୁହେଁ ବଳ କଷାକଷି ହୁଅନ୍ତୁ! ଏଇ ମଉକାରେ ସିଏ ଭୟରୁ ମୁକ୍ତି ପାଇଯାଏ।
କିଛିଦିନ ତଳେ ସିଏ କଲିକତା ଯାଇଥିଲା। କାହିଁକି ଯାଇଥିଲା?
କଥା କ’ଣ କି ତା’ର ଟିକେ ଉଡ଼ାଜାହାଜରେ ବସିବାକୁ ମନ ହେଲା। ହେଲେ ପାଖରେ ଟଙ୍କା କମ୍‌। ସିଏ ବୁଝାବୁଝି କରି ଜାଣିଲା ଯେ କଲିକତାକୁ ଉଡ଼ାଜାହାଜ ଟିକେଟ କମ୍‌ ଟଙ୍କାରେ ମିଳିବ। ତେଣୁ ସିଏ ଖାସ୍‌ ଉଡ଼ାଜାହାଜରେ ବସିବ ବୋଲି ଟିକେଟ କାଟି କଲିକତା ଯାଇଥିଲା। ହେଲେ ଫେରସ୍ତ ରେଳଗାଡିରେ। ବିମାନ ବନ୍ଦରରୁ ରେଳ ଷ୍ଟେଶନ ଦୂର। କିଛିବାଟ ସିଟି ବସ୍‌ରେ ଯାଇ ଆଉ କିଛିବାଟ ଚାଲିଚାଲି ଗଲା।
ଚାଲିଚାଲି ଚାରିଆଡକୁ ଚାହିଁିଚାହିଁ ରାସ୍ତାରେ ଯାଉଥିଲା। ବାଟରେ ଯାଉଯାଉ ତା’ ସାମ୍‌ନାରେ ଗୋଟେ ମାଙ୍କଡ଼ ଡେଇଁ ପଡିଲା। ସିଏ ଅତର୍ଚ୍ଛା ପଛମୁହଁା ହୋଇ ରାସ୍ତା ମଝିରେ ବଡ଼ପାଟିରେ ଜୟ ଶ୍ରୀରାମ ଜୟ ଶ୍ରୀରାମ କହି କହି ଦୌଡ଼ିଲା। ତା’ କଥା ଶୁଣି ଭକ୍ତିରସର କିଛି କାର୍ଯ୍ୟ ହେଉଛି ଭାବି ଲୋକମାନେ ତା’ର ଅନୁଧାବନ କଲେ। ରାସ୍ତା ଜାମ୍‌ ହୋଇଗଲା। ଗାଡିମୋଟର ଅଟକି ରହିଲା। ଏବେ ପୋଲିସ ଆସି ତାକୁ ଗିରଫ କରିନେଲା।
ପୋଲିସ ବଙ୍ଗଳା ଭାଷାରେ ତାକୁ ଗୁଡ଼ାଏ ମନ୍ତ୍ର ଶୁଣେଇଲା ଓ ପିଟିଲା। ସିଏ ପୋଲିସର ଭାଷା ଓ ମାଡ଼ର କାରଣ ବୁଝିପାରିଲା ନାହିଁ। ମାଡ଼ରୁ ତ୍ରାହି ପାଇବା ଉଦ୍ଦେଶ୍ୟରେ ରାମନାମ ଜପି ଚାଲିଲା। ପୋଲିସ ଜଣକ ପିଟିପିଟି ହାଲିଆ ହେବା ପରେ ତାକୁ ଛାଡି ଚାଲିଗଲା।
ସିଏ ନିଜକୁ ବୁଝେଇଲା- ଶେଷରେ ରାମ ତା’ ହେଲେ ଶୁଣିଲେ!
କିନ୍ତୁ ଅଳ୍ପ ସମୟ ପରେ ଜଣେ ମାଡାମ୍‌ ପହଞ୍ଚତ୍ଲେ। ଦେହରେ ଛୋଟ ଓ ଚିପା ପୋଷାକ, ମୁଣ୍ଡରେ ଖୋଲା ଚୁଟି। ମଥାରେ ବଡ଼ ଟୋପା। ଓଠରେ ରକ୍ତ ପରି ଟହଟହ ଲିପ୍‌ଷ୍ଟିକ୍‌। ପାଟିରେ ଲହଲହ ଲମ୍ବାଜିଭ। ହାତରେ ମୋଟା ବାଡ଼ି।
ବଡ଼ବଡ଼ ଆଖିକରି ମାଡାମ୍‌ ଯେବେ ତା’ ଉପରକୁ ବାଡି ଉଠେଇଲେ, ଭୟରେ ତା’ର ହାତ ଯୋଡି ହୋଇଗଲା। ବିକଳରେ ତା’ ପାଟିରୁ ବାହାରିପଡିଲା- ଜୟ ମା’ କାଳୀ!
ବାସ୍‌ ଏଇ ପଦକ କଥାରେ ମାଡାମ୍‌ ଥଣ୍ଡା ପଡ଼ିଗଲେ। ତାକୁ ଛାଡ଼ିଦେଲେ। କହିଲେ ଯାଆ। ସିଏ ମୁକ୍ତ ହୋଇ ଫେରୁଫେରୁ ଭାବିଲା- ରାମ ଓ କାଳୀଙ୍କର କ’ଣ ଯୁଦ୍ଧ ହୁଏ କି? ଜୟ ଶ୍ରୀରାମ କହିଲାରୁ ଏତେ ପିଟିଲେ, ହେଲେ ଜୟ ମା’ କାଳୀ କହୁକହୁ ଛାଡିଦେଲେ କାହିଁକି? କିଛି ବୁଝି ହେଲାନି!
ପାଠକେ! ସିଏ ତ ବୁଝି ପାରିଲା ନାହିଁ, ଆଶା ଆପଣ ନିଶ୍ଚୟ ବୁଝି ପାରୁଥିବେ!
ମୋ- ୯୩୩୮୫୮୧୩୦୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନାଗହଣା ପ୍ରତି ସମସ୍ତଙ୍କର ରହିଥାଏ ଭିନ୍ନ ଏକ ଆକର୍ଷଣ। ବର୍ତ୍ତମାନ ପରିସ୍ଥିତିରେ ସୁନାର ମୂଲ୍ୟ ଯେଉଁଭଳି ବୃଦ୍ଧି ପାଉଛି ସେତେବେଳେ ସୁନା ଟିକିଏ ପାଇଁ ଲୋକଙ୍କ...

ଆଦିବାସୀ ମହିଳା ସଶକ୍ତୀକରଣ ଓ ଏଆଇ

ଡ. ଅନ୍ତର୍ଜିତା ନାୟକ   ଆମେ ସମସ୍ତେ ଜାଣୁ ଯେ ଆଦିବାସୀ ସମ୍ପ୍ରଦାୟ ନିଜର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ଲାଗି ସଦାସର୍ବଦା ଆଗରେ ଓ...

ଭୋଟଦେବା ଓ ନିର୍ବାଚନ ଅଲଗା କଥା

ସହଦେବ ସାହୁ   ଆମ ଦେଶର ରାଜନୈତିକ ଦଳଗୁଡ଼ିକ ଭୋଟରମାନଙ୍କୁ ବୋକା ବନେଇ ଦେଲେଣି, ଗୋଡ଼ତଳେ ଚୋରାବାଲି ଆମକୁ ପାଣିରେ ବୁଡ଼େଇଦେଲାଣି, ତଥାପି ଆମେ (ଭୋଟରମାନେ)...

ସଙ୍କୁଚିତ ସ୍ୱାଧୀନତା

ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ବଳରେ ଦିଲ୍ଲୀ ପୋଲିସ ୭ ମାସ ତଳେ ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କୁ ଗିରଫ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ସଫଳତାର ମୂଳମନ୍ତ୍ର, ଯାହା ପ୍ରମାଣ କରି ଦେଖାଇଛନ୍ତି ବେଙ୍ଗାଲୁରୁର ଡ. କେ.ଏସ୍‌. ରଜାନ୍ନା। ପୋଲିଓ ଆକ୍ରାନ୍ତ ହୋଇ ମାତ୍ର ୧୧ ବର୍ଷ ବୟସରେ...

ଯୋଗ୍ୟ ପ୍ରାର୍ଥୀ

ରବିନାରାୟଣ ସାମଲ ସାଧାରଣ ନିର୍ବାଚନରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବା ଏକ ଜଟିଳ କାର୍ଯ୍ୟ। କାରଣ ଅଧିକାଂଶ ଭୋଟର ପ୍ରାର୍ଥୀଙ୍କ ବିଷୟରେ ସବିଶେଷ ଜାଣନ୍ତି ନାହିଁ।...

ରାସ୍ତାକଡ଼ର ଜୀବନ

ଅଧ୍ୟାପକ ନିରଞ୍ଜନ ପାଢ଼ୀ ସମୟ: ଏଇ ବୈଶାଖ ମାସର ମଧ୍ୟାହ୍ନ। ସ୍ଥାନ: ରାଜଧାନୀର ଏକ କଲୋନି ଅଞ୍ଚଳର ରାସ୍ତାକଡ଼। ଦୃଶ୍ୟ: ମୁଣ୍ଡ ଉପରେ ଦାଉ ଦାଉ...

ବ୍ୟର୍ଥ ଏନ୍‌ଏଚ୍‌ଆର୍‌ସି

ଚଳିତ ବର୍ଷ ମେ ୧୩ରେ ‘ଜାତିସଂଘ ସହ ଜଡ଼ିତ ସଂସ୍ଥା ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭାରତର ଏନ୍‌ଏଚ୍‌ଆର୍‌ସି ମାନ୍ୟତାକୁ ସ୍ଥଗିତ ରଖିଛି’ ଶୀର୍ଷକ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri