‘ଡିଜିଟାଲ ସାକ୍ଷରତା ମହିଳା ସଶକ୍ତୀକରଣର ମୂଳମନ୍ତ୍ର’

ଭୁବନେଶ୍ୱର,୧୬।୨: ଓଡ଼ିଶା ରାଜ୍ୟ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଅନୁଷ୍ଠାନ (ଓସାଫି) ପକ୍ଷରୁ ବୁଧବାର ସ୍ଥାନୀୟ ଜୟଦେବ ବିହାର ନିକଟସ୍ଥ ଏକ ହୋଟେଲ ପରିସରରେ ୪ର୍ଥ ରାଜ୍ୟସ୍ତରୀୟ ଓଡ଼ିଶା ଆର୍ଥିକ ଅନ୍ତର୍ଭୁକ୍ତୀକରଣ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି ଅବସରରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା, ଏସ୍‌ଏଲ୍‌ବିସିର ଆବାହକ ଗୌତମ ପାତ୍ର, ଭାରତୀୟ ଲଘୁ ଉଦ୍ୟୋଗ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଡ.ଶୁଭ୍ରାଂଶୁ ଶେଖର ଆଚାର୍ଯ୍ୟ, ଇସାଫ୍‌ ସ୍ମଲ ଫାଇନାନ୍ସ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧ ନିର୍ଦ୍ଦେଶକ କେ. ପାଉଲ୍‌ ଥୋମାସ, ସିୱାଇଏସ୍‌ଡିର ପ୍ରତିଷ୍ଠାତା ଜଗଦାନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଓସାଫିର ସଭାପତି ଦିବ୍ୟଜ୍ୟୋତି ପଟ୍ଟନାୟକ ଅଧ୍ୟକ୍ଷତାକରି କହିଥିଲେ, ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଙ୍କ ମାଧ୍ୟମରେ ରାଜ୍ୟର ମହିଳାମାନେ ରୋଜଗାରକ୍ଷମ ହୋଇ ନିଜ ପରିବାରର ସମସ୍ତ ଆର୍ଥିକ ଆବଶ୍ୟକତାକୁ ପୂରଣ କରୁଛନ୍ତି। ଏପରିକି ବ୍ୟକ୍ତିଗତ ସ୍ତରରେ ଆରମ୍ଭ ହୋଇଥିବା ଛୋଟ ଛୋଟ ବ୍ୟବସାୟ ଆଜି କ୍ଷୁଦ୍ର ଉଦ୍ୟୋଗରେ ପରିଣତ ହୋଇଛି। ବିଶେଷକରି ଏସ୍‌ଏଚ୍‌ଜି ମହିଳାମାନେ କ୍ଷୁଦ୍ର ବ୍ୟବସାୟରୁ ରୋଜଗାର କରି ନିଜ ପରିବାରର ସାମଗ୍ରିକ ବିକାଶରେ ଭାଗୀଦାରି ହୋଇପାରିଛନ୍ତି। ସେହିଭଳି ଓଡ଼ିଶାରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଦ୍ୱାରା ପଞ୍ଜୀକୃତ ୭୦ରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଆର୍ଥିକ ଅନୁଷ୍ଠାନ, ଏନ୍‌ବିଏଫ୍‌ସି, ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ, ଏନ୍‌ବିଏଫ୍‌ସି ଏମ୍‌ଏଫ୍‌ଆଇ ଇତ୍ୟାଦି ୩୦ ଗୋଟି ଜିଲାର ୪୩ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ବିଭିନ୍ନ ସମୟରେ ଆର୍ଥିକ ସେବା ଯୋଗାଇ ଆସୁଛନ୍ତି।

ଅପରପକ୍ଷରେ ମହିଳା ସଶକ୍ତୀକରଣର ବିଭିନ୍ନ ଦିଗ, ଉଦ୍ୟୋଗ ବିକାଶ କ୍ଷେତ୍ରରେ ଡିଜିଟାଲ ସାକ୍ଷରତାର ଗୁରୁତ୍ୱ ଏବଂ ମହିଳାମାନଙ୍କ ବ୍ୟବସାୟିକ ବୃଦ୍ଧି ଦିଗରେ ଅତିଥିମାନେ ବିସ୍ତୃତ ଆଲୋକପାତ କରିଥିଲେ। କର୍ମଶାଳାର ୨ୟ ଅଧିବେଶନରେ ୟୁଏନ୍‌ଡିପିର ରାଜ୍ୟ ମୁଖ୍ୟ ଆଭା ମିଶ୍ର, ଡିସିବି ବ୍ୟାଙ୍କ୍‌ର ଆଞ୍ଚଳିକ ମୁଖ୍ୟ ସତ୍ୟ ପ୍ରଧାନ, ଗ୍ରାମ ଉତ୍‌ଥାନର ମୁଖ୍ୟ ଗୋବିନ୍ଦ ଦାସ, ଜାଭିୟର ବିଶ୍ୱବିଦ୍ୟାଳୟର ପ୍ରଫେସର ରମନା, କିଟ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଦେବାଶିଷ ମହାପାତ୍ର ପ୍ରମୁଖ ଯୋଗଦେଇ ମହିଳା ସଶକ୍ତୀକରଣ ଓ ବିଭିନ୍ନ ଆର୍ଥିକ ସେବା ବିଷୟରେ ଆଲୋଚନା କରିଥିଲେ। ସେହିପରି ଓସାଫିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନୁଷ୍ଠାନର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିବା ବେଳେ ସଂସ୍ଥାର ସଦସ୍ୟ ଡ.ଆଲୋକ ପଟ୍ଟନାୟକ ଓ ରାକେଶ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କର୍ମଶାଳାରେ ଓସାଫିର ୨୭ ଗୋଟି ସଦସ୍ୟ ଅନୁଷ୍ଠାନର ୩୦ଗୋଟି ଜିଲାରୁ ୫୦୦ରୁ ଅଧିକ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri