ହାୟରର ନୂତନ କିନୋଚି ୫ଷ୍ଟାର ଏସି

ନୂଆଦିଲ୍ଲୀ,୧୬।୨: ଦେଶର ପ୍ରମୁଖ ହୋମ୍‌ ଆପ୍ଲାଏନ୍ସ ଆଣ୍ଡ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ୍‌ ହାୟରର ନୂତନ ଉତ୍ପାଦ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡର ନ୍ୟୁ କିନୋଚି ୫ ଷ୍ଟାର ହେଭି-ଡ୍ୟୁଟି ପ୍ରୋ ଏୟାର କଣ୍ଡିସନର ସିରିଜ୍‌ର ଶୁଭାରମ୍ଭ କରାଯାଇଛି। ବିଶେଷକରି କିନୋଚି ସିରିଜ୍‌ ସୁପରକୁଲିଂ ଏବଂ ଇଣ୍ଟେଲି ସ୍ମାର୍ଟ ବୈଶିଷ୍ଟ୍ୟ ସହ ହାୟର ସ୍ମାର୍ଟ ଆପ୍‌ ସହିତ ଶକ୍ତିଶାଳୀ କାର୍ଯ୍ୟଦକ୍ଷତା ପ୍ରଦାନ କରିବାକୁ ସଜ୍ଜିତ ରହିଛି। ସେହିଭଳି ହାୟର କିନୋଚି ହେଭି ଡ୍ୟୁଟି ପ୍ରୋ ୫ ଷ୍ଟାର ଏୟାର କଣ୍ଡିସନରର ପ୍ରାରମ୍ଭିକ ମୂଲ୍ୟ ୪୭,୯୯୦ ଟଙ୍କା ରହିଥିବା ଜଣାପଡିଛି। ଏପରିକି ହାୟର୍‌ ଇ-କମର୍ସ ଷ୍ଟୋର ଫ୍ଲିପ୍‌କାର୍ଟ ଏବଂ ଆମାଜନ ଏବଂ ଅନ୍ୟାନ୍ୟ ଖୁଚୁରା ଆଉଟଲେଟରେ ମଧ୍ୟ ଉପଲବ୍ଧ। ଏ ସମ୍ପର୍କରେ ହାୟର ଆପ୍ଲାଏନ୍ସ ଇଣ୍ଡିଆର ସଭାପତି ସତୀଶ ଏନ୍‌ଏସ୍‌ କହିଛନ୍ତି, ଆମେ ଅଭିନବ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଚାଳିତ ଉତ୍ପାଦର ଡିଜାଇନ୍‌ କରିବାରେ ବିଶ୍ୱାସ କରିଥାଉ। ଯାହା ଆମ ଗ୍ରାହକଙ୍କ ଜୀବନକୁ ସରଳ ଏବଂ ସୁବିଧାଜନକ କରିଥାଏ। ବିଶେଷ କରି ଗ୍ରୀଷ୍ମଋତୁରେ ଭାରତର ଅତ୍ୟଧିକ ଗରମ ପରିସ୍ଥିତି ଅନୁଭବ ହୋଇଥାଏ । ଏହାକୁ ଧ୍ୟାନରେ ରଖି ଆମେ କିନୋଚି ୫ ଷ୍ଟାର୍‌ ହେଭି-ଡ୍ୟୁଟି ଏୟାର କଣ୍ଡିସନର ସିରିଜର ନୂତନ ପରିସରକୁ ନିକଟରେ ଉନ୍ମୋଚନ କରିଛୁ। ସେହିଭଳି ହାୟର୍‌ ଆପ୍ଲାଏନ୍ସ ଇଣ୍ଡିଆର ନିର୍ଦ୍ଦେଶକ (ଏୟାର କଣ୍ଡିସନର ବ୍ୟବସାୟ) ଶାଫି ମେହେଟ୍ଟା କହିଛନ୍ତି, କିନୋଚି ୫ ଷ୍ଟାର୍‌ ହେଭି-ଡ୍ୟୁଟି ପ୍ରୋ ଏୟାର କଣ୍ଡିସନର ସିରିଜ୍‌ ହେଉଛି ଗ୍ରାହକଙ୍କ ଫାଇଁ ଉପଯୁକ୍ତ ଏସି। ଫ୍ରଷ୍ଟ ସ୍ବୟଂ ସଫା ଟେକ୍ନୋଲୋଜି- ବାୟୁ ପ୍ରଦୂଷଣର ଆଶଙ୍କାକୁ ଏଡାଇବା ସହିତ ରୋଗର ପ୍ରସାରକୁ ରୋକିଥାଏ ଉଲ୍ଲେଖଯୋଗ୍ୟ, ହୋମ୍‌ ଆପ୍ଲାଏନ୍ସ ଆଣ୍ଡ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ ଭାବେ କମ୍ପାନୀ କ୍ରମାଗତ ୧୪ ବର୍ଷ ଧରି ମେଜର ଆପ୍ଲାଏନ୍ସରେ ନମ୍ବର ୧ ବ୍ରାଣ୍ଡ୍‌ର ସ୍ବୀକୃତି ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri