‘ଦେଶ ପ୍ରଗତିରେ କଷ୍ଟ୍‌ ଆକାଉଣ୍ଟାଣ୍ଟ୍‌ସଙ୍କ ଭୂମିକା ଅତୁଳନୀୟ’

କଟକ,୩୦।୧: ଭାରତୀୟ କଷ୍ଟ୍‌ ଆକାଉଣ୍ଟାଣ୍ଟ୍‌ସ ପ୍ରତିଷ୍ଠାନର ପୂର୍ବ ଭାରତ ଆଞ୍ଚଳିକ ପରିଷଦ ଏବଂ କଟକ-ଜଗତ୍‌ସିଂହପୁର-କେନ୍ଦ୍ରାପଡ଼ା ଚାପ୍ଟର ଆନୁକୂଲ୍ୟରେ ୪୨ତମ ରିଜିଓନାଲ କଷ୍ଟ୍‌ କନ୍‌ଫରେନ୍ସ-୨୦୨୩ର ଆୟୋଜନ କରାଯାଇଥିଲା। ଏପରିକି ଏକ ୨ଦିନିଆ ଜାତୀୟ କର୍ମଶାଳା ସ୍ଥାନୀୟ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଉଦ୍‌ଘାଟିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ପୂଜ୍ୟ ସ୍ବାମୀ ପରମହଂସ ପ୍ରଜ୍ଞାନାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏମ୍‌ପି ସୁଜିତ୍‌ କୁମାର, ଇରେଡା ଅଧ୍ୟକ୍ଷ ପ୍ରଦୀପ କୁମାର ଦାସ, ପ୍ରତିଷ୍ଠାନର ଜାତୀୟ କାର୍ଯ୍ୟକାରିଣୀ ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ଏବଂ ପୂର୍ବାଞ୍ଚଳ ପରିଷଦର ଅଧ୍ୟକ୍ଷ ବିଭୂତି ଭୂଷଣ ନାୟକ ପ୍ରମୁଖ ଯୋଗଦାନ କରିଥିଲେ।

ଏହି ପରିପ୍ରେକ୍ଷୀରେ ପୂଜ୍ୟ ସ୍ବାମୀ ପ୍ରଜ୍ଞାନାନନ୍ଦ ମାନବ ଜୀବନରେ ନୈତିକତା ମୂଲ୍ୟବୋଧ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ବିଶ୍ୱର ପ୍ରଗତିରେ ଭାରତ ବର୍ଷର କଷ୍ଟ୍‌ ଆକାଉଣ୍ଟାଣ୍ଟମାନଙ୍କର ଅବଦାନକୁ ସେ ଭୂୟସୀ ପ୍ରଶଂସା କରିଥିଲେ। ଭାରତ ବର୍ଷର ମୂଳଭିତ୍ତି ଏବଂ ବୈଶିଷ୍ଟ୍ୟକୁ ପ୍ରତିପାଦିତ କରି ଏକ ବୈପ୍ଳବିକ ପରିବର୍ତ୍ତନ ଉପରେ ସ୍ବାମୀ ବିସ୍ତୃତ ଆଲୋକପାତ କରିଥିଲେ। ସେହିଭଳି ଏମପି ସୁଜିତ୍‌ କୁମାର ଭାରତୀୟ ଅର୍ଥନୀତିର ରୂପରେଖ ଉପରେ ବିସ୍ତୃତ ବର୍ଣ୍ଣନା କରିଥିଲେ। ଚଳିତ ଦଶନ୍ଧିରେ ବିଶ୍ୱରେ ଘଟିଥିବା ଅର୍ଥନୀତିର ପରିବର୍ତ୍ତନ ଉପରେ ସେ ବିସ୍ତୃତ ଆଲୋକପାତ କରିଥିଲେ।

ସେହିପରି ଇରେଡା ଅଧ୍ୟକ୍ଷ ପ୍ରଦୀପ କୁମାର ଦାସ ଅକ୍ଷୟ ଶକ୍ତି କ୍ଷେତ୍ରରେ ଘଟିଥିବା ବୈପ୍ଳବିକ ପଦକ୍ଷେପ ଏବଂ ସର୍ବୋପରି ବିଜୁଳି କ୍ଷେତ୍ରରେ କିପରି ଅକ୍ଷୟ ଶକ୍ତି କ୍ଷେତ୍ର ଆସନ୍ତା ଦିନରେ ଜୈବିକ ଶକ୍ତିକୁ କ୍ରମାନୁବର୍ଦ୍ଧିତ ଭାବେ କମାଯାଇପାରିବ ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଅପରପକ୍ଷରେ ପୂର୍ବାଞ୍ଚଳ ପରିଷଦର ଅଧ୍ୟକ୍ଷ ସିଏମ୍‌ଏ ବିଭୂତି ଭୂଷଣ ନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲାବେଳେ କଟକ-ଜଗତ୍‌ସିଂହପୁର-କେନ୍ଦ୍ରାପଡ଼ା ଚାପ୍ଟରର ଅଧ୍ୟକ୍ଷ ଲଳିତ କୁମାର ମିଶ୍ର, ପ୍ରତିଷ୍ଠାନ ଦ୍ୱାରା ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri