୫ବର୍ଷରେ ୨୫,୦୦୦ ଚାର୍ଜିଂ ପଏଣ୍ଟ

ନୂଆଦିଲ୍ଲୀ,୧୪।୧: ଭାରତର ଅଗ୍ରଣୀ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଇଭି ଚାର୍ଜିଂ ସମାଧାନ ପ୍ରଦାନକାରୀ ଟାଟା ପାୱାର ପକ୍ଷରୁ ଇ-ଯାନ ଗ୍ରହଣୀୟତା ବଢ଼ାଇବା ଲାଗି ଆସନ୍ତା ୫ ବର୍ଷରେ ଦେଶରେ ୨୫,୦୦୦ ଇଭି ଚାର୍ଜିଂ ଷ୍ଟେଶନ ସ୍ଥାପନ କରିବା ଲାଗି କମ୍ପାନୀ ରଖିଥିବା ମହତ୍ୱାକାଂକ୍ଷୀ ଯୋଜନାକୁ ମଧ୍ୟ ଏହି ଅବସରରେ ଟାଟା ପାୱାର ପକ୍ଷରୁ ଘୋଷଣା କରାଯାଇଛି। ଟାଟା ପାୱାର ପକ୍ଷରୁ ଘର, କର୍ମକ୍ଷେତ୍ର, ଫ୍ଲିଟ୍‌ ଷ୍ଟେଶନ, ସାର୍ବଜନୀନ ସ୍ଥାନ, ଇ-ବସ୍‌ ଚାର୍ଜିଂ ଷ୍ଟେଶନ ପାଇଁ ଇଭି ଚାର୍ଜିଂ ସମାଧାନ ପ୍ରଦାନ କରାଯାଉଛି। ମଲ୍‌, ହୋଟେଲ, ବିମାନବନ୍ଦର ଏବଂ କାର୍ଯ୍ୟାଳୟ ପରିସର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କମ୍ପାନୀ ଫାଷ୍ଟ ଚାର୍ଜିଂ ପ୍ରଯୁକ୍ତି ମୁତୟନ କରିଛି।
ଏ ସମ୍ପର୍କରେ ଟାଟା ପାୱାରର ବ୍ୟବସାୟ ବିକାଶ ଓ ଇଭି ଚାର୍ଜିଂ ମୁଖ୍ୟ ବୀରେନ୍ଦ୍ର ଗୋୟଲ କହିଛନ୍ତି, ଭାରତରେ ଇଲେକ୍ଟ୍ରିକ୍‌ ଯାନର ଗ୍ରହଣୀୟତା ଦ୍ରୁତଗତିରେ ବୃଦ୍ଧି ପାଉଛି। ତେଣୁ ବର୍ତ୍ତମାନ ସମୟରେ ଏକ ସୁଦୃଢ଼ ସର୍ବଭାରତୀୟ ଚାର୍ଜିଂ ନେଟ୍‌ୱର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଆମର ଉପତ୍ାଦ ଓ ପ୍ରଯୁକ୍ତିକୁ ଉପସ୍ଥାପନକରି ବେଶ୍‌ ଉଲ୍ଲସିତ ମନେକରୁଛୁ, ଯାହା ଟାଟା ପାୱାରକୁ ଭାରତର ଅଗ୍ରଣୀ ଇଭି ଚାର୍ଜିଂ ସମାଧାନ ପ୍ରଦାନକାରୀରେ ପରିଣତ କରିଛି। ଏପରିକି ଭବିଷ୍ୟତରେ ନିରନ୍ତର ଗମନାଗମନ ବିଷୟରେ ଗ୍ରାହକମାନେ ଯେଭଳି ବିଚାର କରିବେ ସେଥିରେ ଗ୍ରାହକଙ୍କୁ ସହାୟତା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବା ଲାଗି ଟାଟା ପାୱାର ପ୍ରତିବଦ୍ଧ ରହିଛି ବୋଲି ସେ ମତପ୍ରକାଶ କରିଛନ୍ତି। ସେହିଭଳି ଭାରତ ସରକାରଙ୍କ ଜାତୀୟ ଇଲେକ୍ଟ୍ରିକ୍‌ ଗମନାଗମନ ମିଶନ ପ୍ଲାନ୍‌ ଅନୁସାରେ ଟାଟା ପାୱାର ପକ୍ଷରୁ ଇଭି ଚାର୍ଜିଂ ଅଭିଯାନକୁ କାର୍ଯ୍ୟକାରୀ କରାଯାଇଛି। ଦେଶର ପ୍ରମୁଖ ସହର ଓ ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ଇଭି ଚାର୍ଜିଂ ବ୍ୟବସ୍ଥା ବିକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri