Odisha Elections 2024

ଅବିବାହିତ ବ୍ୟକ୍ତି ସ୍ବପ୍ନରେ ଏହି ୪ ଜିନିଷ ଦେଖିଲେ ଶୁଭ, ବୁଝିଯାଆନ୍ତୁ ଶୀଘ୍ର ହେବ ବିବାହ …

ମାନବ ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ହିନ୍ଦୁ ଧର୍ମରେ ବିବାହ ବିନା ଜୀବନ ଅସମ୍ପୂର୍ଣ୍ଣ ବୋଲି ଧରାଯାଏ। ବିଶ୍ୱାସ କରାଯାଏ ଯେ ଯଦି ଜଣେ ଭଲ ଜୀବନ ସାଥୀ ମିଳେ, ତେବେ ଜୀବନରେ ବହୁତ ଉନ୍ନତି ହୁଏ। ଏହି କାରଣରୁ ଅନେକ ଯୁବକ-ଯୁବତୀ ଏବଂ ସେମାନଙ୍କ ପରିବାର ଠିକ ସମୟରେ ବିବାହ ନ ହେବା ଯୋଗୁ ଚିନ୍ତାରେ ରହିଥାନ୍ତି। ବିବାହରେ ବିଳମ୍ବ ହେବା ପଛରେ ଜାତକରେ ଗ୍ରହ ଏବଂ ନକ୍ଷତ୍ରର ଚଳନ ଥିବା କୁହାଯାଏ। ତେବେ ଏହି ବିଷୟରେ ସ୍ବପ୍ନ ଶାସ୍ତ୍ରରେ ଅନେକ କିଛି ଲେଖା ହୋଇଛି। ତଦନୁଯାୟୀ, ଏପରି କିଛି ଶୁଭ ସ୍ବପ୍ନ ଅଛି, ଯାହାକୁ ଦେଖିବା ଅର୍ଥ ଶୀଘ୍ର ବିବାହକୁ ସୂଚିତ କରେ। ଯଦି ଅବିବାହିତ ବ୍ୟକ୍ତି ଏହି ସ୍ବପ୍ନଗୁଡ଼ିକୁ ଦେଖନ୍ତି ତେବେ ବହୁତ ଶୁଭ ସୂଚନା ଆଣିଥାଏ।

ସ୍ବପ୍ନରେ ମହୁ:
ସ୍ବପ୍ନ ଶାସ୍ତ୍ର ଅନୁଯାୟୀ, ଯଦି ଜଣେ ଅବିବାହିତ ଯୁବକ କିମ୍ବା ଯୁବତୀ ତାଙ୍କ ସ୍ବପ୍ନରେ ମହୁ ଦେଖନ୍ତି, ତେବେ ସେ ଖୁସି ହେବା ଉଚିତ। କାରଣ ନିଜକୁ ମହୁ ଖାଉଥିବା ଦେଖିବା ଅର୍ଥ ଶୀଘ୍ର ବିବାହ ହେବାର ସଙ୍କେତ ଅଟେ।

ନିଜକୁ ନାଚୁଥିବାର ଦେଖିଲେ:
ଯଦି କେହି ନିଜକୁ ସ୍ବପ୍ନରେ ନାଚୁଥିବାର ଦେଖନ୍ତି, ତେବେ ଏହା ଶୀଘ୍ର ବିବାହ ହେବାର ଏକ ସଙ୍କେତ ଅଟେ। ଅନ୍ୟ ପଟେ, ଯଦି କେହି ନିଜ ପ୍ରେମିକ ଏବଂ ଗର୍ଲଫ୍ରେଣ୍ଡ ସହିତ ନାଚୁଥିବାର ଦେଖନ୍ତି, ତେବେ ଦୁହେଁ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ବୁଝିଯିବା ଉଚିତ। ଯଦି ଏହି ସ୍ବପ୍ନ ବିବାହିତ ଲୋକଙ୍କୁ ଆସେ, ତେବେ ବି ଏହା ସେମାନଙ୍କ ଦାମ୍ପତ୍ୟ ଜୀବନରେ ସୁଖର ସଙ୍କେତ ଅଟେ।

ମେଳାରେ ବୁଲିବା ସ୍ବପ୍ନ ଦେଖିବା:
ସ୍ବପ୍ନରେ ନିଜକୁ ମେଳାରେ ବୁଲୁଥିବାର ଦେଖିବା ମଧ୍ୟ ବହୁତ ଶୁଭ ଅଟେ। ସ୍ବପ୍ନ ଶାସ୍ତ୍ର ଅନୁଯାୟୀ, ଏହି ସ୍ବପ୍ନକୁ ଦେଖିବାର ଅର୍ଥ ଶୀଘ୍ର ପ୍ରିୟ ସାଥୀ ସହିତ ବିବାହ ଯୋଗ ବୋଲି ଭାବିପାରିବା।

ସ୍ବପ୍ନରେ ମୟୂର ଦେଖିବା:
ଯଦି କେହି ନିଜର ସ୍ବପ୍ନରେ ଡେଣା ବିସ୍ତାର କରି ଏକ ମୟୂର ନାଚୁଥିବାର ଦେଖନ୍ତି, ତେବେ ଏହା ମଧ୍ୟ ଖୁସିର କାରଣ ହୋଇପାରେ। ସ୍ବପ୍ନ ଶାସ୍ତ୍ରରେ ଏହାକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ। ଏହାର ଅର୍ଥ ହେଉଛନ୍ତି ଯେ ବିବାହରେ ଆସୁଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଯିବ ଏବଂ ଶୀଘ୍ର ବିବାହ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କେମିତି କମାଇବେ ଘର ଖର୍ଚ୍ଚ: ଆପଣାନ୍ତୁ ଏହି ଟିପ୍ସ

ବେଳେବେଳେ ସ୍ବାମୀଙ୍କର ଖର୍ଚ୍ଚୀ ସ୍ବଭାବ ଘରର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଥାଏ। ଏଥିପାଇଁ ଅନେକ ସମୟରେ ସୁରୁଖୁରୁରେ ଘର ଚଳାଇବା ସମସ୍ୟା ହୋଇପଡେ ଗୃହିଣୀଙ୍କ ପାଇଁ।...

ଯନ୍ତ୍ରଣାର ଉତ୍ସ ଭାରିକୋଜ୍‌ ଭେନ୍‌

ଯନ୍ତ୍ରଣା ଭରା ଅବସ୍ଥାରେ ଭାରିକୋଜ୍‌ ଭେନ୍‌କୁ ଠାବ କରାଯାଇଥାଏ। ଏହି ଭେନ୍‌ ପ୍ରାୟତଃ ସମସ୍ତଙ୍କ ପାଖେ ଦେଖାଯାଇ ନ ଥାଏ। ଏପରି ଭେନ୍‌ ସାଧାରଣ ଭେନ୍‌...

ବିଲୁପ୍ତି ପଥେ କାଳବୈଶାଖୀ

ଖରାଦିନର ଏକ ଉତ୍ତପ୍ତ ଅପରାହ୍ନ। ଧୁ ଧୁ ମୁଣ୍ଡଫଟା ଖରା, ପ୍ରବଳ ଗରମ, ଗୁଳୁଗୁଳି ଓ ଝାଞ୍ଜି ପବନରେ ଅତିଷ୍ଠ ସାଧାରଣ ଜନଜୀବନ। ପିଲାମାନେ ଯାଇଥାନ୍ତି...

ଏସବୁ ଖାଦ୍ୟ ଖାଇବା ପରେ ପାଣି ପିଇବା ଆଦୌ ଠିକ୍‌ ନୁହେଁ, ଜାଣନ୍ତୁ…

ଶରୀରକୁ ସୁସ୍ଥ ରଖିବାରେ ପାଣିର ଭୂମିକା ଯଥେଷ୍ଟ ରହିଥାଏ। କୁହାଯାଏ, ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ପ୍ରତିଦିନ ୬ରୁ ୧୦ ଗ୍ଲାସ ପାଣି ପିଇବା ନିହାତି ଆବଶ୍ୟକ।...

କେଉଁ ଦିଗକୁ ମୁହଁ କରି ଭୋଜନ କରିବା ଶୁଭ? ଜାଣନ୍ତୁ ମିଳିବ କି ଫଳ…

ହିନ୍ଦୁ ଧର୍ମରେ ପ୍ରତ୍ୟେକ କଥା ପାଇଁ କିଛି ନା କିଛି ନିୟମ ରହିଛି। ଏପରିକି ଭୋଜନ କରିବା ସମୟରେ ମଧ୍ୟ ଆମକୁ କିଛିଟା ନିୟମ ମାନିବାକୁ...

କାରରେ ବସିଲେ ହେଉଛି କ୍ୟାନସର? ଖରାରେ ଥିବା କାର ବିପଜ୍ଜନକ!

ଏହି ଗ୍ରୀଷ୍ମ ଋତୁରେ ଆପଣ କାରରେ ବସି ଏସି ଟର୍ନ କରିବା ମାତ୍ରେ ଆପଣଙ୍କ ନାକକୁ ଏକ ଅଦ୍ଭୁତ ଗନ୍ଧ ଆସେ। ଆପଣ ଜାଣନ୍ତି କି...

ଆପଣଙ୍କ ସାଥୀ କନ୍ୟା ରାଶିର କି? କିଭଳି ତାଙ୍କର ବ୍ୟକ୍ତିତ୍ୱ, ସ୍ବଭାବ; ଜାଣନ୍ତୁ …

ରାଶିଚକ୍ରର ଷଷ୍ଠ ରାଶି ହେଉଛି କନ୍ୟା। ଏହାକୁ ସବୁ ରାଶିରୁ ସୁନ୍ଦର ରାଶି ବୋଲି କୁହାଯାଏ। କାରଣ ଏହି ରାଶିର ପ୍ରତିନିଧିତ୍ୱ କରନ୍ତି ଜଣେ କନ୍ୟା।...

ଆପଣଙ୍କର ଅଛି କି ଏହି ୬ ଅଭ୍ୟାସ? ହୋଇଯିବେ ଦରିଦ୍ର; ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri