୧୪୮୦ କେନ୍ଦ୍ରରେ ତାଲା ଝୁଲୁଛି

ସୋନପୁର,୧୪।୧୨(ନି.ପ୍ର.): ଭାରତୀୟ ମଜଦୁର ସଂଘ ଦ୍ୱାରା ଅନୁବନ୍ଧିତ ଅଲ୍‌ ଓଡିଶା ଲେଡିଜ୍‌ ଓ୍ବାର୍କର୍ସ ଆସୋସିଏଶନ ଡାକରାରେ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାମାନେ ରାଜ୍ୟବ୍ୟାପୀ ହରତାଳ ଜାରି ରଖିଛନ୍ତି। ଏହିକ୍ରମରେ ସୁବର୍ଣ୍ଣପୁର ଜିଲାର ଅଧିକାଂଶ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ଗତ ନଭେମ୍ବର ୨୧ ତାରିଖରୁ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏଥିଯୋଗୁଁ ଜିଲାରେ ୧୪୮୦ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ଝୁଲୁଛି। କୁନିକୁନି ପିଲାମାନଙ୍କର ପ୍ରାକ୍‌ ଶିକ୍ଷା କାର୍ଯ୍ୟକ୍ରମ ବନ୍ଦ ରହିଛି। ସେହିପରି ସରକାରଙ୍କ ରନ୍ଧାଖାଦ୍ୟ ବନ୍ଦ ଥିବାରୁ ଅଣ୍ଡା ଭଳି ପୁଷ୍ଟିକର ଖାଦ୍ୟରୁ ଶିଶୁମାନେ ବଞ୍ଚତ୍ତ ଥିବା ଅଭିଯୋଗ ହୋଇଛି।
ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ସୁବର୍ଣ୍ଣପୁର ଜିଲାରେ ୧୫୫୬ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ଜିଲାର ସୋନପୁର, ତରଭା, ବିନିକା, ଡୁଙ୍ଗୁରିପାଲି, ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକର ଅଧିକାଂଶ ଅଙ୍ଗନଓ୍ବାଡି କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସମ୍ପୃକ୍ତ ସିଡିପିଓ ଅଫିସ ସମ୍ମୁଖରେ ଧାରଣା ଦେଉଛନ୍ତି। ଜିଲାରେ କେବଳ ୭୬ଜଣ ଅଙ୍ଗନଓ୍ବାଡି କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇନାହାନ୍ତି। ସେହି ସବୁ ଅଙ୍ଗନଓ୍ବାଡି କେନ୍ଦ୍ର ଓ ସେମାନଙ୍କୁ ଦିଆଯାଇଥିବା କାର୍ଯ୍ୟ ସୂଚାରୁରୂପେ ଚାଲିଛି। ସୂଚନା ଅନୁଯାୟୀ ବିନିକା ବ୍ଲକରେ କେବଳ ଗୋଟିଏ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲା ଥିବା ବେଳେ ବାକି ସବୁ କେନ୍ଦ୍ରରେ ତାଲା ଝୁଲୁଛି। ରାଜ୍ୟ ସରକାର ଅଙ୍ଗନଓ୍ବାଡି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା, ବହିଷ୍କୃତ ଅଙ୍ଗନଓ୍ବାଡି କର୍ମୀଙ୍କୁ ପୁନଃ ନିଯୁକ୍ତି, ମିନି ଅଙ୍ଗନଓ୍ବାଡି ଉଚ୍ଛେଦ କରି ମିନି ଅଙ୍ଗନଓ୍ବାଡି କର୍ମୀଙ୍କୁ ମୁଖ୍ୟ ଅଙ୍ଗନଓ୍ବାଡି କର୍ମୀର ମାନ୍ୟତା ପ୍ରଦାନ, ଅବସରକାଳୀନ ସହାୟତା ରାଶି ୫ଲକ୍ଷ ଟଙ୍କା, ପେନସନ ମାସିକ ୫ ହଜାର ଟଙ୍କା ଓ ୨୦୧୮ରେ ଘୋଷଣା କରାଯାଇଥିବା ଗ୍ରୀଷ୍ମ ଅବକାଶକୁ ଲାଗୁ କରିବା ଦାବିରେ ଅଙ୍ଗନଓ୍ବାଡି କର୍ମୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ତେବେ ସରକାରଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ସମ୍ମନ୍ବିତ ଶିଶୁ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ସୁପରଭାଇଜର, ସିଆରପି ଓ ଏମ୍‌ବିକେ ଘରକୁ ଘର ବୁଲି ହିତାଧିକାରୀ, ଶିଶୁଙ୍କୁ ଛତୁଆ ଓ ଅଣ୍ଡା ବଣ୍ଟନ କରୁଥିବା ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଅନିତା ଗୁରୁ କହିଛନ୍ତି। ଜିଲାର ୬ଟି ବ୍ଲକରେ ଶିଶୁ ବିକାଶ ଅଧିନରେ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ୪୮ ହଜାର ୧୨୮ ଶିଶୁ ରହିଛନ୍ତି। ସେଥିରୁ ୩ରୁ ୬ ବର୍ଷ ପର୍ଯ୍ୟନ୍ତ ୨୫ ହଜାର ୭୩ ଜଣ ଶିଶୁ ଅଛନ୍ତି। ମୋଟ ୨୨ ହଜାର ୨୯୯ ଶିଶୁ ପ୍ରାକ୍‌ ଶିକ୍ଷା ଗ୍ରହଣ କରୁଛନ୍ତି । ଯାହା କର୍ମୀଙ୍କ ଆନ୍ଦୋଳନ ପାଇଁ ଏବେ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛି। ୨୨ ଦିନ ହେଲା କର୍ମୀମାନେ ସିଡିପିଓ ଅଫିସ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି। ଫଳରେ ମା ଓ ଶିଶୁଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ସଚେତନତା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିଛି। ଅଙ୍ଗନଓ୍ବଡି କର୍ମୀଙ୍କ ଦ୍ୱାରା କରା ଯାଉଥିବା ମମତା ଯୋଜନା, ଭତ୍ତା ଯୋଜନା, ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ, ଭୋଟର ତାଲିକାରେ ନାମ ପଞ୍ଜୀକରଣ ଓ ସଂଶୋଧନ, ଆଧାର ଲିଙ୍କ୍‌ ଆଦି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ବନ୍ଦ ପଡିଛି। ଏବେ ଗ୍ରାମାଞ୍ଚଳରେ ଏହି ସମସ୍ୟା ସାଧାରଣ ଜନତାଙ୍କୁ ବହୁଳ ଭାବରେ ପ୍ରଭାବିତ କରିଥିବା ବେଳେ ତୁରନ୍ତ ସରକାର ତଥା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri