ସମ୍ବଳ ଅଭାବକୁ ଆଳ

ଢେଙ୍କାନାଳ ଅଫିସ, ୩।୧୨: ‘ଆମର ଯାହା ସମ୍ବଳ ଅଛି, ଆମେ ସେତିକି କରିପାରିବୁ। ଧିରେ ଧିରେ ସବୁ ଅଞ୍ଚଳରେ ତେଲ ପଡ଼ିବ, ଧୂଆଁ ଛଡ଼ାଯିବ। ତରବରିଆ ହେଲେ କିଛି କାମ ହୋଇପାରିବ ନାହିଁ’। ମଶା ଦୌରାତ୍ମ୍ୟରେ କଲବଲ ହେଉଥିବା ଢେଙ୍କାନାଳ ସହରବାସୀଙ୍କ ପାଇଁ କ’ଣ ପଦକ୍ଷେପ ନିଆଯାଇଛି ବୋଲି କରାଯାଇଥିବା ପ୍ରଶ୍ନରେ ଏଭଳି ଉପରଠାଉରିଆ ଉତ୍ତର ଦେଇଛନ୍ତି ପୌର ନିର୍ବାହୀ ଅଧିକାରୀ। ପୌରାଞ୍ଚଳରେ ଭୁଶୁଡ଼ି ପଡ଼ିଥିବା ପରିମଳ ଓ ଡ୍ରେନେଜ୍‌ ବ୍ୟବସ୍ଥା ମଶାବଂଶ ବୃଦ୍ଧିର ପ୍ରମୁଖ କାରଣ ପାଲଟିଥିବାବେଳେ ସମସ୍ତ ୨୩ ଓ୍ବାର୍ଡରେ ମଶାତେଲ ସିଞ୍ଚନ ପାଇଁ ମାତ୍ର ୨ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସମ୍ବଳ ଅଭାବକୁ ଆଳ ଦେଖାଇ ପୌର ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ନିଜ ଦାୟିତ୍ୱରୁ ଓହରି ଯାଉଥିବାବେଳେ ମଶା ଉପଦ୍ରବରେ ସହରବାସୀ ନୟାନ୍ତ ହୋଇପଡ଼ିଥିବା ଅଭିଯୋଗ ହେଉଛି।
ଆଦର୍ଶ ସହର ମାନ୍ୟତା ପାଇଛି ଢେଙ୍କାନାଳ। ଜନସଂଖ୍ୟା ୮୦ ହଜାର ଟପିଲାଣି। ହେଲେ ବିପର୍ଯ୍ୟସ୍ତ ପରିମଳ ଓ ଅବ୍ୟବସ୍ଥିତ ଡ୍ରେନେଜ୍‌ ଅପବାଦରୁ ମୁକୁଳିପାରୁନି ପୌର ପ୍ରଶାସନ। ଏଥିରେ ସୁଧାର ଲାଗି ଯେତେ ଯୋଜନା କରାଯାଉ ନ ଥିଲେ ମଧ୍ୟ ଦୂରଦୃଷ୍ଟି ଅଭାବରୁ ସବୁ ଫସର ଫାଟୁଛି। ବର୍ଷା ପରେ ଜଳାଶୟଠାରୁ ଆରମ୍ଭ କରି ଡ୍ରେନ୍‌ ଗଛଲତାରେ ପରିପୂର୍ଣ୍ଣ ହୋଇଛି। ଅଧିକାଂଶ ସ୍ଥାନରେ ପୁରୁଣା ଡ୍ରେନ୍‌ ଭାଙ୍ଗିରୁଜି ଯାଇଛି। ମଇଳା ନିଷ୍କାସିତ ହୋଇପାରୁନାହିଁ। ଅନ୍ୟ କେତେକ ଓ୍ବାର୍ଡରେ ଡ୍ରେନ୍‌ ନ ଥିବାରୁ ଆବର୍ଜନା ପାଣି ଜମିରହୁଛି। ଏସବୁ ମଶାବଂଶ ବଢ଼ିବା ପାଇଁ ପରିବେଶ ସୃଷ୍ଟି କରୁଛି। ସମସ୍ୟା ଅଣାୟତ୍ତ ହୋଇପଡ଼ିଥିବାବେଳେ ବିଭିନ୍ନ ମହଲରୁ ତୀବ୍ର ଅଭିଯୋଗ ହେବା ପରେ ୪ଦିନ ହେଲା ୨ ଫଗିଂ ମେଶିନ ସହରରେ ଧୂଅଁା ଛାଡୁଛି। ତେବେ ଏହା କେବଳ ସହରର ପ୍ରମୁଖ ରାସ୍ତା, ସାହିରେ ସୀମିତ ରହୁଛି। ଗଳିକନ୍ଦି ଭିତରକୁ ଗାଡ଼ି ପଶୁ ନ ଥିବା ଅଭିଯୋଗ ହେଉଛି। ଅପରପକ୍ଷେ ୨ କର୍ମଚାରୀଙ୍କୁ ସମସ୍ତ ୨୩ ଓ୍ବାର୍ଡରେ ମଶାତେଲ ସିଞ୍ଚନ କରିବାକୁ କେତେଦିନ ଲାଗିବ ତାହା ଏବେ ଆଲୋଚନା ବିଷୟ ହୋଇଛି। ଅସଜଡ଼ା ପରିମଳ ବ୍ୟବସ୍ଥାକୁ ନେଇ ପୌର କର୍ତ୍ତୃପକ୍ଷ ଅସହାୟ ହୋଇପଡ଼ିଥିବାବେଳେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ଜନସ୍ବାସ୍ଥ୍ୟ) ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର କୁହନ୍ତି, ବିଭାଗ ପାଖରେ ଯଥେଷ୍ଟ ପରିମାଣର ମଶାତେଲ ଅଛି। ପୌରସଂସ୍ଥା ପକ୍ଷରୁ ଯେଉଁମାନେ ମଶାତେଲ ପକାଉଛନ୍ତି, ଆମେ ସେମାନଙ୍କୁ ମଶାତେଲ ଯୋଗାଇ ଦେଉଛୁ। ପୌର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର କୁହନ୍ତି, ମଶା ଉପଦ୍ରବ ରୋକିବା ପାଇଁ ୪ଦିନ ହେଲା ସହରରେ ଧୂଅଁା ଛଡ଼ାଯାଉଛି। ଦୁଇଜଣ କର୍ମଚାରୀ ନାଳନର୍ଦ୍ଦମାରେ ମଶାତେଲ ପକାଉଛନ୍ତି ା ଆମର ସମ୍ବଳ ଅନୁଯାୟୀ ଆମେ ଲୋକଙ୍କୁ ନିୟୋଜିତ କରିଛୁ ା ଦୁଇଟି ଫଗିଂ ମେଶିନରେ ଧୂଅଁା ଛଡ଼ାଯାଉଥିବା ନିର୍ବାହୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri