Posted inଜାତୀୟ

ନାଇଟ୍‌ କଲଚରକୁ ମଞ୍ଜୁରୀ ଦେଲେ ଉପରାଜ୍ୟପାଳ, ୨୪ ଘଣ୍ଟା ଖୋଲା ରହିବ ହୋଟେଲ-ରେଷ୍ଟୁରାଣ୍ଟ ସହିତ ୩୧୪ ପ୍ରତିଷ୍ଠାନ…

ନୂଆଦିଲ୍ଲୀ,୯।୧୦ : ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ରାଜଧାନୀରେ ନାଇଟ୍‌ କଲଚରକୁ ମଞ୍ଜୁରୀ ଦେଇଛନ୍ତି। ଏହା ଅନୁସାରେ ହୋଟେଲ, ରେଷ୍ଟୁରାଣ୍ଟ ସହିତ ୩୧୪ ବ୍ୟବସାୟିକ ପ୍ରତିଷ୍ଠାନକୁ ୨୪ ଘଣ୍ଟା ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ଏହା ଦ୍ୱାରା ଦିଲ୍ଲୀରେ ରାତ୍ରି ଜୀବନ ପୁଣି ଭଲ ହେବାକୁ ଯାଉଛି। ଉପରାଜ୍ୟପାଳଙ୍କ ସଚିବାଳୟ ଅନୁଯାୟୀ, ଏହି ଆବେଦନଗୁଡିକ ମଧ୍ୟରୁ କିଛି ୨୦୧୬ଠାରୁ ବିଚାରାଧୀନ ଥିଲା। ୭ ଦିନ ମଧ୍ୟରେ ଏଥିପାଇଁ ବିଜ୍ଞପ୍ତି ଜାରି କରାଯିବ ବୋଲି ଉପରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ହୋଟେଲ, ରେଷ୍ଟୁରାଣ୍ଟ, ଅନଲାଇନ ଖାଦ୍ୟ ବିତରଣ ଦୋକାନ, ଔଷଧ, ଲଜିଷ୍ଟିକ ଏବଂ ଅନ୍ୟାନ୍ୟ ସାଧାରଣ ଆବଶ୍ୟକତା, ଭ୍ରମଣ ଏବଂ ପରିବହନ ସେବା ଅନ୍ତର୍ଭୁକ୍ତ। ଏହା ସହିତ ଦିଲ୍ଲୀର ଶ୍ରମ ବିଭାଗ କାହିଁକି ଆବେଦନଗୁଡ଼ିକର ସମାଧାନ ପାଇଁ ଏତେ ସମୟ ନେଇଥିଲା ସେଥିପାଇଁ ଉପରାଜ୍ୟପାଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଲେଫ୍ଟନାଣ୍ଟ ରାଜ୍ୟପାଳଙ୍କ ସଚିବାଳୟ ଅନୁଯାୟୀ ମୋଟ ୩୪୬ ଟି ଆବେଦନ ବିଚାରାଧୀନ ଅଛି। ସେଥିମଧ୍ୟରୁ ୨୦୧୬ ପାଇଁ ୧୮ ଟି ଆବେଦନ, ୨୦୧୭ ବର୍ଷ ପାଇଁ ୨୬ ଟି ଆବେଦନ, ୨୦୧୮ ବର୍ଷ ପାଇଁ ୮୩ ଟି ଆବେଦନ, ୨୦୧୯ ବର୍ଷ ପାଇଁ ୨୫ ଟି ଆବେଦନ, ୨୦୨୦ର ୪ ଟି ଆବେଦନ ର୍‌, ୨୦୨୧ବର୍ଷ ପାଇଁ ୭୪ଟି ଆବେଦନ ଶ୍ରମ ବିଭାଗରୁ ଆସିଥିଲା। ଏହି ଆବେଦନକୁ କାହିଁକି ଆଗକୁ ନିଆଯାଇ ନଥିଲା ତାହାର କୌଣସି କାରଣ ନାହିଁ। ଶ୍ରମ ବିଭାଗ ଅନୁମୋଦନ ପାଇଁ କେବଳ ୨ ଟି ଆବେଦନ ପଠାଯାଇଥିଲା ଯେଉଁଥିରେ ୨୦୧୭ରେ ଗୋଟିଏ ଏବଂ ୨୦୨୧ ପାଇଁ ଗୋଟିଏ ଥିଲା। ଉପରାଜ୍ୟପାଳଙ୍କ ସଚିବାଳୟ ଅନୁଯାୟୀ, ଏସବୁ ଦୁର୍ନୀତିଗ୍ରସ୍ତ ପରମ୍ପରାକୁ ସୂଚାଉଛି।

ଉପରାଜ୍ୟପାଳ କଡା ନିର୍ଦ୍ଦେଶ ଦେଇଛନ୍ତି ଯେ ଏହିପରି ଆବେଦନଗୁଡିକ ନିର୍ଦ୍ଦିଷ୍ଟ ସମୟରେ ଶେଷ କରାଯିବା ଉଚିତ। ଯାହା ଦ୍ୱାରା ବ୍ୟବସାୟ ଏବଂ ନିବେଶକଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ। ଉପରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି ଯେ ଶ୍ରମ ବିଭାଗ ନିଶ୍ଚିତ କରିବ ଯେ ଭବିଷ୍ୟତରେ ଏପରି ବିଳମ୍ବ ଯେପରି ପୁନରାବୃତ୍ତି ନହୁଏ ଏବଂ ଏକ ପ୍ରକ୍ରିୟା ପ୍ରସ୍ତୁତ କରାଯିବା ଉଚିତ ଯାହା ଦ୍ୱାରା ସମଗ୍ର ପ୍ରକ୍ରିୟା ସ୍ବଚ୍ଛ ଭାବେ କାର୍ଯ୍ୟକାରୀ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri