Odisha Elections 2024

ଗୁରୁତ୍ୱ କେଉଁଠ

ଝାଡ଼ଖଣ୍ଡ ଗୁମ୍‌ଲା ଜିଲାର ଏକ ଗ୍ରାମରେ ୨୧ ଜୁଲାଇରେ ଗୁଣିଗାରେଡ଼ିି ସନ୍ଦେହରେ ୪ ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏହାର ୩ ଦିନ ପୂର୍ବରୁ ବିହାରର ସରନ୍‌ ଜିଲାରେ ଗୋରୁ ଚୋରି ସନ୍ଦେହରେ ଉତ୍ତ୍ୟକ୍ତ ଲୋକେ ୩ ଜଣଙ୍କୁ ବାଡ଼େଇ ବାଡ଼େଇ ମାରି ଦେଇଥିଲେ। ଭିଡ଼ହିଂସାର ଏହି ସଦ୍ୟତମ ନିର୍ଦ୍ଦୟ ଘଟଣା ଅତ୍ୟନ୍ତ ହୃଦୟବିଦାରକ ହୋଇଥିଲେ ମଧ୍ୟ ଏହା ଉପରେ ବିଶେଷ ଆଲୋଚନା ହେଉ ନ ଥିବା ଦେଖିବାକୁ ମିଳୁଛି। କାରଣ ୨୦୧୫ରେ ଉତ୍ତରପ୍ରଦେଶର ଦାଦ୍ରୀନିବାସୀ ମହମ୍ମଦ ଅଖଲାକ୍‌ଙ୍କ ହତ୍ୟାଠାରୁ ରାଜସ୍ଥାନ ଅଲ୍‌ଓ୍ବାରର ପେହେଲୁ ଖାନ୍‌ ସମେତ ଅସଂଖ୍ୟ ଘଟଣାକୁ ମନେପକାଇଲେ ଭିଡ଼ହିଂସାରେ ଲୋକଙ୍କୁ ମାରିପକାଇବା ସେଭଳି ଗୁରୁତ୍ୱ ରଖୁନାହିଁ। ସୁପ୍ରିମକୋର୍ଟ ଏଭଳି ଅପରାଧ ବଢ଼ୁଥିବା ଦେଖି ଏ ସଂକ୍ରାନ୍ତ ତୁରନ୍ତ ଆଇନ ଆଣିବାକୁ ୧୭ ଜୁଲାଇ ୨୦୧୮ରେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବର୍ଷେ ବିତିଗଲା ପରେ ମଧ୍ୟ ସରକାରଙ୍କ ନିଦ ଭାଙ୍ଗି ନାହିଁ। ବିହାରର ୩ ଜଣଙ୍କୁ ପିଟି ମାରିଦିଆଯିବା ପରେ ୧୯ ଜୁଲାଇରେ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଆସାଦୁଦ୍ଦିନ୍‌ ଓଓ୍ବାଇଇସି ପାର୍ଲାମେଣ୍ଟରେ ଏହି ପ୍ରସଙ୍ଗ ଉଠାଇ କାହିଁକି ଏ ଦିଗରେ ଆଇନ ଆସିବାରେ ବିଳମ୍ବ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ। ଏହା କେବଳ ଆସାଦୁଦ୍ଦିନ୍‌ଙ୍କ ପ୍ରଶ୍ନ ଭାବେ ପରିଗଣିତ ହେବା ଉଚିତ ନୁହେଁ। ପୃଥିବୀର ଇତିହାସକୁ ଦେଖିଲେ ବିଭିନ୍ନ ସମୟରେ ଓ ଭିନ୍ନଭିନ୍ନ ଦେଶରେ ଆରମ୍ଭ ହୋଇଥିବା ସଂଖ୍ୟାଲଘୁ ବିରୋଧୀ ଚିନ୍ତାଧାରା ଅଧିକାଂଶ ସମୟରେ ଅଲଗା ମୋଡ଼ ନେଇ ଅନ୍ୟ ଗୋଷ୍ଠୀଗୁଡ଼ିକୁ ଶିକାର କରିଥାଏ। ଆଜି ଭାରତବର୍ଷରେ ଗୁଣିଗାରେଡ଼ି ନାମରେ ହେଉ କିମ୍ବା ଗୋରୁ ଚୋରି ଅଭିଯୋଗ ମାଧ୍ୟମରେ ବ୍ୟବସାୟିକ ସୁବିଧା ପାଇଁ ଲୋକଙ୍କୁ ମାରିଦେବାର ଉଦାହରଣ ଦେଖିବାକୁ ମିଳୁଛି। ଏଭଳି ହିଂସା ବ୍ୟାପୁଥିବାରୁ ତାହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହେବା କଥା। ଯେଉଁମାନେ ଭାବୁଛନ୍ତି ଯେ, ମୁସଲମାନଙ୍କ ଭଳି ସଂଖ୍ୟାଲଘୁମାନେ ଦେଶର କ୍ଷତି କରୁଛନ୍ତି, ସେମାନେ ନିଜ ଜୀବନକୁ ସମୀକ୍ଷା କରି ଏହି ଦୋଷାରୋପ ସମ୍ପର୍କରେ ଚିନ୍ତା କରିବା ଉଚିତ ହେବ। ସାଧାରଣ ହିନ୍ଦୁର ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି କିମ୍ବା ଅନ୍ୟ କୌଣସି ଅର୍ଥନୈତିକ ପ୍ରଗତିରେ ମୁସଲମାନମାନଙ୍କ କୌଣସି ଭୂମିକା ରହୁଥିବାର କ୍ୱଚିତ ଉଦାହରଣ ମିଳିଥାଏ। ଅର୍ଥାତ୍‌ ରାଜନୈତିକ ସୁବିଧା ପାଇଁ ହିଂସାତ୍ମକ ମନୋଭାବ ସୃଷ୍ଟି କରାଗଲେ ତାହା କେବଳ ମୁସଲମାନ ବିରୋଧୀ ହୋଇ ରହିବ ନାହିଁ। ଆଜି ଗୋଟିଏ ସମ୍ପ୍ରଦାୟକୁ ବିରୋଧ କରୁଥିବା ଲୋକେ ଆସନ୍ତାକାଲି ସେହି ମନୋଭାବ ପୋଷଣ କରି ଅନ୍ୟ ଏକ ଶତ୍ରୁ ଖୋଜିବସିବ। ସେଭଳି ବିରୋଧ ସୃଷ୍ଟି ହେଲେ ତାହା କେବଳ ଧର୍ମ ନୁହେଁ, ଜାତି, ବର୍ଣ୍ଣ, ଭାଷା, ଅଞ୍ଚଳ ଭଳି ବିଭିନ୍ନ ଆଳ ଖୋଜିଥାଏ। ଅର୍ଥାତ୍‌ ନକାରାତ୍ମକ ଚିନ୍ତାଧାରାରୁ ଜନ୍ମ ହେଉଥିବା ହିଂସା କୌଣସି ଗୋଟିଏ କଥାରେ ସୀମିତ ରହେ ନାହିଁ।
ଓଡ଼ିଶାର କେତୋଟି ଜିଲାରେ ଗୁଣିଗାରେଡ଼ି ଆଳରେ ଅସହାୟ ବ୍ୟକ୍ତିମାନଙ୍କଠାରୁ ସେମାନଙ୍କ ସମ୍ପତ୍ତି ଛଡ଼ାଇ ନେବାର ଲୁକ୍କାୟିତ ଉଦ୍ଦେଶ୍ୟ ରହିଥାଏ। ଯେହେତୁ କୌଣସି ଉଚ୍ଚପଦସ୍ଥ କର୍ମକର୍ତ୍ତାଙ୍କଠାରୁ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ମିଳେ ନାହିଁ, ସେହେତୁ ପୋଲିସ ବ୍ୟବସ୍ଥା ନୀରବଦ୍ରଷ୍ଟା ପାଲଟି ଯାଉଥିବାର ଅନେକ ଦୃଷ୍ଟାନ୍ତ ରହିଛି। ଗ୍ରାମାଞ୍ଚଳରେ ଯେକୌଣସି ମହିଳା କିମ୍ବା ପୁରୁଷକୁ ଅତି ସହଜରେ ଗୁଣିଗାରେଡ଼ିର ଆଖ୍ୟା ଦିଆଯାଇ ନିର୍ଯାତନା ଦେଇହୁଏ।
ତୁଳନାତ୍ମକ ଭାବେ ଭିଡ଼ହିଂସାଠାରୁ ନଗଣ୍ୟ ଘଟଣାରେ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଦିଆଯାଇ ଯଦି ତୁରନ୍ତ ଆଇନ ପ୍ରଣୟନ କରାଯାଇପାରୁଛି, ସେହି ଅନୁଯାୟୀ ଏଭଳି ଗମ୍ଭୀର ପ୍ରସଙ୍ଗକୁ ଅତ୍ୟଧିକ ପ୍ରାଧାନ୍ୟ ଦିଆଯିବା କଥା। ହେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି, ଏ ସମ୍ବନ୍ଧରେ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ପାର୍ଲାମେଣ୍ଟର ଚଳିତ ଅଧିବେଶନରେ ଏହା ଉପସ୍ଥାପିତ ହେବ। ଏଭଳି ଆଶ୍ୱାସନାମୂଳକ ପ୍ରତିଶ୍ରୁତି ଭିଡ଼ହିଂସା ଯୋଗୁ ସୃଷ୍ଟି ହେଉଥିବା ଅରାଜକତା ଓ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ କୌଣସି ମୂଲ୍ୟ ରଖୁ ନାହିଁ। ସାଧାରଣତଃ ଦେଖାଯାଉଛି, ସରକାର ଯେଉଁ ପ୍ରସଙ୍ଗକୁ ଗୁରୁତ୍ୱ ମନେକରୁଛନ୍ତି, ସେଥିଲାଗି ତତ୍‌କ୍ଷଣାତ୍‌ ଆଇନ ଆଣିବା ସମ୍ଭବ ହେଉ ନ ଥିଲେ ଅଧ୍ୟାଦେଶ ଜରିଆରେ ଲକ୍ଷ୍ୟ ପୂରଣ କରୁଛନ୍ତି। ଆଧାରଠାରୁ ଆରମ୍ଭ କରି ତିନି ତଲାକ୍‌ ଯାଏ ଅଧ୍ୟାଦେଶ ଅଣାଯାଇଛି। କିନ୍ତୁ ଘୋର ସାମାଜିକ ସମସ୍ୟାର ସମାଧାନ ଦିଗରେ ସେଭଳି ତତ୍ପରତା ଦେଖିବାକୁ ମିଳେନାହିଁ। ଫଳସ୍ବରୂପ ନିର୍ଦ୍ଦୋଷ ନିର୍ଯାତନାର ସମ୍ମୁଖୀନ ହୁଏ, ଦୋଷୀ ରାସ୍ତାରେ ଛାତି ଫୁଲାଇ ବୁଲିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ସଫଳତାର ମୂଳମନ୍ତ୍ର, ଯାହା ପ୍ରମାଣ କରି ଦେଖାଇଛନ୍ତି ବେଙ୍ଗାଲୁରୁର ଡ. କେ.ଏସ୍‌. ରଜାନ୍ନା। ପୋଲିଓ ଆକ୍ରାନ୍ତ ହୋଇ ମାତ୍ର ୧୧ ବର୍ଷ ବୟସରେ...

ଯୋଗ୍ୟ ପ୍ରାର୍ଥୀ

ରବିନାରାୟଣ ସାମଲ ସାଧାରଣ ନିର୍ବାଚନରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବା ଏକ ଜଟିଳ କାର୍ଯ୍ୟ। କାରଣ ଅଧିକାଂଶ ଭୋଟର ପ୍ରାର୍ଥୀଙ୍କ ବିଷୟରେ ସବିଶେଷ ଜାଣନ୍ତି ନାହିଁ।...

ରାସ୍ତାକଡ଼ର ଜୀବନ

ଅଧ୍ୟାପକ ନିରଞ୍ଜନ ପାଢ଼ୀ ସମୟ: ଏଇ ବୈଶାଖ ମାସର ମଧ୍ୟାହ୍ନ। ସ୍ଥାନ: ରାଜଧାନୀର ଏକ କଲୋନି ଅଞ୍ଚଳର ରାସ୍ତାକଡ଼। ଦୃଶ୍ୟ: ମୁଣ୍ଡ ଉପରେ ଦାଉ ଦାଉ...

ବ୍ୟର୍ଥ ଏନ୍‌ଏଚ୍‌ଆର୍‌ସି

ଚଳିତ ବର୍ଷ ମେ ୧୩ରେ ‘ଜାତିସଂଘ ସହ ଜଡ଼ିତ ସଂସ୍ଥା ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭାରତର ଏନ୍‌ଏଚ୍‌ଆର୍‌ସି ମାନ୍ୟତାକୁ ସ୍ଥଗିତ ରଖିଛି’ ଶୀର୍ଷକ ଖବର...

ଏଇ ଭାରତରେ

ଇଞ୍ଜିନିୟରିଂ ପରେ ବିହାରର ପ୍ରଭାତ କୁମାର ପାଖାପାଖି ୫୦୦ ଗ୍ରାମର ୨୫,୦୦୦ କୃଷକଙ୍କୁ ସଶକ୍ତ କରିପାରିଛନ୍ତି। କୃଷକମାନେ ପିଆଜ, ଛତୁ ଓ ମକା ଚାଷ କରି...

ପରିଶୁଦ୍ଧ କୃଷିର ଆବଶ୍ୟକତା

ଡି. ଶୁଭମ୍‌ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବା ପାଇଁ ମାନବ ବିଭିନ୍ନ ନୂତନ ପଦ୍ଧତି ଆପଣାଉଛି। ତେବେ ଏହାରି ମଧ୍ୟରେ ଏହି ପଦ୍ଧତିଗୁଡ଼ିକ ପରିବେଶ ଉପରେ...

ଚବାହାର ଚୁକ୍ତିନାମା-କୂଟନୈତିକ ବିଜୟ

ପ୍ରକାଶ ତ୍ରିପାଠୀ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସହ ଇରାନର ପାରସ୍ପରିକ ସମ୍ପର୍କ ନିରନ୍ତର ଖରାପ ଥିବାବେଳେ ଭାରତ ସହ ସମ୍ପର୍କ ସର୍ବଦା ଭଲ ରହିଆସିଛି। ବିଭିନ୍ନ ସମୟରେ...

Dillip Cherian

ପୁରୁଣା ଆଇନର ନବୀକରଣ

ସ୍ବାଧୀନତା ପୂର୍ବର ଅନେକ ଆଇନର ନବୀକରଣ ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ) ଏସବୁ ଆଇନର ଆଧୁନିକୀକରଣ ଓ ବ୍ୟବସ୍ଥିତ କରିବାର ପ୍ରସ୍ତାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri