ପଲିଥିନ୍‌ ତଳେ ବିତୁଛି ବୃଦ୍ଧଙ୍କ ଜୀବନ

ମହାକାଳପଡ଼ା,୨୬ା୮(ଡି.ଏନ୍‌.ଏ.): ବିଦ୍ୟାଳୟରେ ଶିକ୍ଷକ ପାଠ ପଢ଼ାଇବା ବେଳେ ପିଲାମାନଙ୍କୁ ୩ ଚୁଲି ଝିଙ୍କାର ଉଦାହରଣ ଦେଇ କୁହନ୍ତି, ପିଲେ ସଂସାରକୁ ତୁମକୁ ଆଣିଥିବା ମା’ ହେଉଛନ୍ତି ପ୍ରଥମ ଗୁରୁ। ଦ୍ୱିତୀୟରେ ବାପା, ୩ୟରେ ପାଠ ପଢ଼ାଉଥିବା ଗୁରୁ। ତେଣୁ ତୁମକୁ ସଂସାରକୁ ଆଣିଥିବା ଓ ନିଜେ ନ ଖାଇ ତୁମ ମୁହଁରେ ଦାନା ଦେଉଥିବା ମା’ବାପାଙ୍କୁ ବୃଦ୍ଧା ଅବସ୍ଥାରେ କେବେ ବି ହଇରାଣ କରିବ ନାହିଁ। କାହିଁକି ନା ସମାଜରେ କେହି ଯଦି ତୁମ ଶୁଭ ଚିନ୍ତକ ଥାଆନ୍ତି, ସେ ହେଉଛନ୍ତି ମା’ବାପା। ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପେଟଛେଲା ପଞ୍ଚାୟତର ବି.ବି. କଲୋନୀ ଗ୍ରାମରେ ଏହାର ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ପତ୍ନୀଙ୍କ ମୃତ୍ୟୁ ପରେ ପିଲାମାନେ ପର କରି ଦେବାରୁ ସୁକୁଲାଲ ଦେବନାଥ (୭୨) ଦୀର୍ଘ ୪୦ ବର୍ଷ ହେଲା ଛିଣ୍ଡା ପଲିଥିନ୍‌ ତଳେ ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ପରିବାର କହିଲେ, ପତ୍ନୀ ଆରପାରିକୁ ଯିବା ପରେ ୩ ଭେଣ୍ଡିଆ ପୁଅ ରହିଛନ୍ତି। ସେମାନେ ସୁକୁଲାଲଙ୍କୁ ନ ପଚାରିବାରୁ ବାଧ୍ୟ ହୋଇ ଏବେ ବୃଦ୍ଧ ଅବସ୍ଥାରେ ଗାଁ ଶ୍ମଶାନ ନିକଟରେ ଏକ ଖଣ୍ଡିଆ ନୂଆଣିଆଁ  ଘରେ ପଲିଥିନ୍‌ ପକାଇ ରହୁଛନ୍ତି। ନିକଟସ୍ଥ ଗାଁ ଗଣ୍ଡା, ବଜାର ଆଦି ଅଞ୍ଚଳରୁ ମାଗିଯାଚି ପେଟକୁ ମୁଠେ ଖାଇ ଦିନ କାଟି ଥାଆନ୍ତି। ଖରା, ବର୍ଷା, ଝଡ଼ବାତ୍ୟା ସମୟରେ ନୂଆଣିଆଁ  ପଲିଥିନ୍‌ ତଳେ ରହିବାକୁ ପଡୁଛି। ୧୯୯୯ ମହାବାତ୍ୟା ସମୟରେ ମଧ୍ୟ ଜୀବନ ବିକଳରେ ପଡ଼ି ରହିଥିଲି।
ଅପରପକ୍ଷରେ ସୁକୁଲାଲଙ୍କୁ ବାର୍ଦ୍ଧକ୍ୟ ଭତ୍ତା କି ରାଶନ ସାମଗ୍ରୀ କିଛି ମଳୁନାହିଁ। କେତେବେଳେ ଗଣ୍ଡେ ମିଳିଲେ ଖାଇଥାଆନ୍ତି ନ ହେଲେ ପାଣି ମୁନ୍ଦିଏ ପିଇ ଶୋଇ ପଡ଼ିଥାଆନ୍ତି। ପଲିଥିନ୍‌ ତଳେ ସୁକୁଲାଲ କେତେକ ଠାକୁରଙ୍କ ଫଟୋ ରଖି ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। ବିପଦଆପଦ ସମୟରେ ଭଗବାନ୍‌ଙ୍କୁ ସ୍ମରଣ କରି ତାଙ୍କ ନିକଟରେ ନିଜକୁ ସମର୍ପଣ କରିଦିଏ ବୋଲି ସୁକୁଲାଲ କହିଛନ୍ତି। ବହୁ ଲୋକ ଆସି ପଚାରନ୍ତି, କାହିଁକି ଏହି ଖଣ୍ଡିଆ ପଲିଥିନ୍‌ ତଳେ ରହିଛ। ଘର ଲୋକ ପର କଲେ। କାହା ଭରସାରେ ଜୀବନ ବଞ୍ଚାଇବି। ପତ୍ନୀ ମୃତ୍ୟୁ ପରେ ନିଃସଙ୍ଗ ଜୀବନ ଅତିବାହିତ କରୁଥିବା ସେ କହିଛନ୍ତି। ତେଣୁ ଜୀବିତ ଅବସ୍ଥାରେ ଥିବା ବାପାଙ୍କୁ ପୁଅମାନେ ନିଜ ପାଖରେ ନେଇ ରଖି ସେବା ଯତ୍ନ କରିବା ଦରକାର ବୋଲି ସୁକୁଲାଲଙ୍କ ଏଭଳି ଅବସ୍ଥା ଦେଖି ବୁଦ୍ଧିଜୀବୀମାନେ କହିଛନ୍ତି। ପ୍ରଶାସନ ମଧ୍ୟ ତାଙ୍କ ପ୍ରତି ଦୃଷ୍ଟି ଦେଇ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାମାଜିକ କର୍ମୀ ସୁବାସ ଚନ୍ଦ୍ର ସ୍ବାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri