Odisha Elections 2024

ୟୁକ୍ରେନ୍‌ ଛାଡ଼ିବାକୁ ଆମେରିକୀୟଙ୍କୁ ପରାମର୍ଶ

କିଭ୍‌/ଓ୍ବାଶିଂଟନ୍‌, ୨୪।୮: ସୋଭିଏଟ୍‌ ସଂଘରୁ ଅଲଗା ହୋଇଥିବା ୟୁକ୍ରେନ୍‌ ବୁଧବାର ଏହାର ୩୧ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବାବେଳେ ଏହି ଦିନ ରୁଷିଆ କିଭ୍‌ ଉପରେ ବଡ଼ଧରଣର ଆକ୍ରମଣ ଯୋଜନା କରିଥିବା ଆଶଙ୍କା ରହିଛି। ସାଧାରଣ ନାଗରିକ ଏବଂ ସରକାରୀ ଭିତ୍ତିଭୂମିକୁ ମସ୍କୋ ଟାର୍ଗେଟ କରିବା ଭୟ ଥିବାରୁ ୟୁକ୍ରେନ୍‌ ଛାଡ଼ିବାକୁ ଆମେରିକା ମଙ୍ଗଳବାର ଏହାର ନାଗରିକମାନଙ୍କୁ ପରାମର୍ଶ ଦେଇଛି। ସ୍ବାଧୀନତା ଦିବସରେ ଆକ୍ରମଣ କଲେ ରୁଷିଆକୁ ମୁହଁତୋଡ଼ ଜବାବ ଦିଆଯିବବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡମିର୍‌ ଜେଲେନ୍‌ସ୍କି କହିଛନ୍ତି। ଅପରପକ୍ଷେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ୬ ମାସ ପୂରିଥିବାରୁ ଅନେକ ଦେଶର ଲିଡର ଏବଂ ଅନ୍ତର୍ଜାତୀୟ ସଙ୍ଗଠନଗୁଡ଼ିକ ତଥାକଥିତ କ୍ରିମିଆ ପ୍ଲାଟ୍‌ଫର୍ମରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ରକୁ ସମବେଦନା ଜଣାଇଛନ୍ତି।
ପୂର୍ବ ୟୁକ୍ରେନ୍‌ର ଜାପୋରିଜିଝିଆସ୍ଥିତ ୟୁରୋପର ବୃହତ୍ତମ ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟ ଉପରେ ରୁଷୀୟ ସୈନ୍ୟ ଆର୍ଟିଲାରି ମାଡ଼ କରିବା ସହ ଏୟାର ଷ୍ଟ୍ରାଇକ୍‌ କରିଥିବା କିଭ୍‌ ପକ୍ଷରୁ କୁହାଯାଇଛି। ୬ ମାସ ଧରି ଚାଲିଥିବା ଏହି ଯୁଦ୍ଧର ପରିଣାମ ଏବେ ଅନିଶ୍ଚିତତା ମଧ୍ୟରେ। ଏହା ମଧ୍ୟରେ ରୁଷିଆ କୃଷ୍ଣସାଗର ସମେତ ପୂର୍ବ ୟୁକ୍ରେନ୍‌ରେ ନିଜ ନିୟନ୍ତ୍ରଣ ବଢ଼ାଇଛି। କେତେକ ଛୋଟ ସହରକୁ ମଧ୍ୟ ମସ୍କୋ କବ୍‌ଜା କରିଛି। ସେଗୁଡ଼ିକୁ ରୁଷିଆରେ ମିଶାଇବା ପାଇଁ ଗଣଭୋଟ ନିମନ୍ତେ ମସ୍କୋର ଯୋଜନା ରହିଛି। ନିକଟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଘନିଷ୍ଠ ସହଯୋଗୀଙ୍କ ଝିଅ ଡାରିଆ ଡଗିନାଙ୍କ କାର୍‌ ବିସ୍ଫୋରଣରେ ମୃତ୍ୟୁ ପାଇଁ ମସ୍କୋ ୟୁକ୍ରେନ୍‌କୁ ଦାୟୀ କରିଛି। ଏହି ଅଭିଯୋଗକୁ ୟୁକ୍ରେନ୍‌ ଖଣ୍ଡନ କରିଥିଲେ ହେଁ ରୁଷିଆ ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ କରିବା ଆଶଙ୍କା ରହିଛି। ମସ୍କୋ ଟାର୍ଗେଟରେ କିଭ୍‌ ଥିବାରୁ ସେଠାରେ ଗୁରୁବାର ପର୍ଯ୍ୟନ୍ତ ଜନଗହଳି ଏବଂ ସ୍ବାଧୀନତା ଦିବସ ରାଲି ଉପରେ କଟକଣା ଲାଗିଛି। ଅପରପକ୍ଷେ ଜାପୋରଜିଝିଆ ପ୍ଲାଣ୍ଟ ଉପରେ ଆଲୋଚନା ପାଇଁ ମସ୍କୋ ଜାତିସଂଘ ସୁରକ୍ଷା ପରିଷଦକୁ ମଙ୍ଗଳବାର ଅନୁରୋଧ କରିଛି।
ମାସର ଯୁଦ୍ଧରେ ଅନୂ୍ୟନ ୧ କୋଟି ୨୦ ଲକ୍ଷ ଲୋକ ୟୁକ୍ରେନ୍‌ ଛାଡ଼ିଛନ୍ତି। ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତଙ୍କ ସୂଚନା ଅନୁସାରେ, ଫେବୃୟାରୀ ୨୪ରୁ ଅଗଷ୍ଟ ୨୧ ମଧ୍ୟରେ ଏହି ଯୁଦ୍ଧରେ ୫,୫୮୭ ସାଧାରଣ ଜନତା ପ୍ରାଣ ହରାଇଛନ୍ତି। ୭,୮୯୦ ଜଣ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ ୯୭୨ ଶିଶୁ ଥିବା ୟୁନିସେଫ୍‌ କହିଛି। ସେହିପରି ରୁଷିଆ ଆକ୍ରମଣରେ ୟୁକ୍ରେନ୍‌ର ପ୍ରାୟ ୯ ହଜାର ସୈନ୍ୟ ନିହତ ହୋଇଥିବା ୟୁକ୍ରେନ ସଶସ୍ତ୍ର ବଳ ମୁଖ୍ୟ ଭାଲେରି ଜାଲୁଝ୍‌ନି କହିଛନ୍ତି। ମସ୍କୋ ଏହାର ନିହତ ସୈନ୍ୟଙ୍କ ବାବଦରେ ତଥ୍ୟ ଦେଇ ନ ଥିବାବେଳେ ଏହି ସଂଖ୍ୟା ୪୫,୪୦୦ ବୋଲି ୟୁକ୍ରେନ୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଲେଷ୍ଟାଇନ୍‌କୁ ରାଷ୍ଟ୍ର ମାନ୍ୟତା

ମାଡ୍ରିଡ୍‌/ଡଲ୍‌ବିନ୍‌/ଓସ୍‌ଲୋ,୨୯ା୫: ଇସ୍ରାଏଲ୍‌ର କଡ଼ା ପ୍ରତିକ୍ରିୟା ସତ୍ତ୍ୱେ ସ୍ପେନ୍‌, ନରଓ୍ବେ ଓ ଆୟର୍ଲାଣ୍ଡ ମଙ୍ଗଳବାର ଯୁଦ୍ଧ ପ୍ରଭାବିତ ପାଲେଷ୍ଟାଇନ୍‌କୁ ଆନୁଷ୍ଠାନିକ ଭାବେ ରାଷ୍ଟ୍ର ମାନ୍ୟତା ପ୍ରଦାନ କରିଛନ୍ତି।...

ରେମାଲ ତାଣ୍ଡବ: ଚାଲିଗଲା ୧୦ ଜୀବନ

ଢାକା/କୋଲକାତା,୨୮ା୫:ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ରେମାଲ ରବିବାର ରାତିରେ ସ୍ଥଳଭାଗ ଛୁଇଁବା ପରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ତାଣ୍ଡବ ରଚିଛି। ବାତ୍ୟାରେ କାନ୍ଥ ଓ ଗଛଡାଳ ପଡ଼ି...

ଭୂସ୍ଖଳନରେ ୨,୦୦୦ ଲୋକ ପୋତିହୋଇଛନ୍ତି: ଅନ୍ତର୍ଜାତୀୟ ସହାୟତା ଲୋଡ଼ିଲା ପପୁଆ ନ୍ୟୁଗିନି

ମେଲ୍‌ବର୍ନ,୨୮ା୫: ପପୁଆ ନୂ୍ୟଗିନିରେ ଗତ ଶୁକ୍ରବାର ଘଟିଥିବା ଭୂସ୍ଖଳନରେ ୨,୦୦୦ରୁ ଊର୍ଦ୍ଧ୍ୱ ଲୋକ ମାଟିତଳେ ପୋତିହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା ଭୂସ୍ଖଳନଜନିତ ମୃତ୍ୟୁସଂଖ୍ୟା ୬୭୦ ଦର୍ଶାଯାଇଥିବାବେଳେ ପ୍ରକୃତ ମୃତ୍ୟୁ...

ମାଉଣ୍ଟ ଏଭରେଷ୍ଟରେ ପର୍ବତାରୋହୀଙ୍କ ଗହଳି, ଦୁଇ ମୃତ ଆଶଙ୍କା

ନୂଆଦିଲ୍ଲୀ,୨୭।୫: ଲମ୍ବା ଧାଡ଼ିରେ ପର୍ବତାରୋହୀମାନେ ମାଉଣ୍ଟ ଏଭରେଷ୍ଟ ଉପରେ ଚାଲୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ ମଙ୍ଗଳବାରର...

ବ୍ରାଜିଲ ବନ୍ୟାରେ ମୃତକଙ୍କ ସଂଖ୍ୟା ୧୦୦ ପାର୍‌, ୫୬ ନିଖୋଜ

ସାଓ ପାଓଲୋ,୨୭।୫: ବ୍ରାଜିଲରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପ୍ରିଲ ୨୯ରେ ରାଜ୍ୟରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ସେବେଠାରୁ ଅନେକ ଲୋକଙ୍କର...

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ୧୮ ଲୋକଙ୍କ ମୃତ୍ୟୁ, ଅନେକ ଅଞ୍ଚଳ ଅନ୍ଧାର

ଓ୍ବାଶିଂଟନ,୨୭।୫: ସେଣ୍ଟ୍ରାଲ ଆମେରିକାରେ ଘାତକ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଛି। ସମ୍ପ୍ରତି ଏହି ଝଡ଼ରେ ପିଲାମାନଙ୍କ ସମେତ ୧୮ଜଣଙ୍କ ଜୀବନ ଯାଇଛି। ସିଏନଏନ ଏହି ସୂଚନା ଦେଇଛି...

ଇସ୍ରାଏଲ୍‌ ଉପରେ ରକେଟ ମାଡ଼ କଲା ହମାସ୍‌

ଗାଜା ଷ୍ଟ୍ରିପ୍‌,୨୬ା୫:ରାଫାହରେ ଯୁଦ୍ଧବିରତି ପାଇଁ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ)ଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଇସ୍ରାଏଲ୍‌ ପକ୍ଷରୁ ଆକ୍ରମଣ ଜାରି ରହିଛି। ଏହାର ପ୍ରତିବାଦରେ ଗାଜାର...

Peace Summit: ଆସନ୍ତା ମାସରେ ଅନୁଷ୍ଠିତ ହେବ ଶାନ୍ତି ଶିଖର ସମ୍ମିଳନୀ, ବାଇଡେନ, ସି ଜିନ ପିଙ୍ଗ ସାମିଲ ହେବାକୁ ଅପିଲ କଲେ ରାଷ୍ଟ୍ରପତି ଜେଲେନସ୍କି

କ୍ୱିଭ,୨୬।୫: ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରବିବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଚାଇନା ନେତା ସି ଜିନପିଙ୍ଗଙ୍କୁ ଆସନ୍ତା ମାସରେ ହେବାକୁ ଥିବା ଶାନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri