ବଜାରକୁ ଆସିଲା ହୋଣ୍ଡା ଆକ୍ଟିଭାର ପ୍ରିମିୟମ ଏଡିଶନ, ୩ ରଙ୍ଗରେ ଉପଲବ୍ଧ

ନୂଆଦିଲ୍ଲୀ,୨୧।୮: ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା କମ୍ପାନୀ ‘ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ୍‌’ର ବହୁ ପ୍ରତୀକ୍ଷିତ ତଥା ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ହୋଣ୍ଡା ଆକ୍ଟିଭାର ପ୍ରିମିୟମ ଏଡିଶନ ନିକଟରେ ଉନ୍ମୋଚନ କରାଯାଇଥିଲା। ଏପରିକି ଗତ ୨ ଦଶନ୍ଧି ଧରି ଭରସାଯୋଗ୍ୟ ଓ ଅଦମ୍ୟ ଆକର୍ଷଣ ଜରିଆରେ ନିୟୁତାଧିକ ଗ୍ରାହକଙ୍କୁ ଉଲ୍ଲସିତ କରୁଥିବା ହୋଣ୍ଡା ଆକ୍ଟିଭାର ସମ୍ପୂର୍ଣ୍ଣ ନୂଆ ୨୦୨୨ ଆକ୍ଟିଭା ପ୍ରିମିୟମ ଏଡିଶନର ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି।

ସମ୍ପର୍କରେ ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ଆତସୁସି ଓଗାତା କହିଛନ୍ତି, ସାମ୍ନାରୁ ନେତୃତ୍ୱ ନେଇ ହୋଣ୍ଡା ଆକ୍ଟିଭା ଏହାର ସମ୍ପୂର୍ଣ୍ଣ ଅନ୍ତର୍ଭୁକ୍ତୀକରଣ ଆକର୍ଷଣ ସହ ଦେଶର ସବୁ ବୟସ ବର୍ଗର ଚାଳକଙ୍କ ଆବଶ୍ୟକତା ପୂରଣ କରୁଛି। ଗତ ୨ ଦଶନ୍ଧିରେ ଆକ୍ଟିଭା ବ୍ରାଣ୍ଡ୍‌ରେ କେବଳ ପ୍ରଯୁକ୍ତି ଅଭ୍ୟୁଦୟ ହୋଇନାହିଁ ବରଂ ଏହାର ଡିଜାଇନ ଆକର୍ଷଣରେ ମଧ୍ୟ ଉନ୍ନତି ହୋଇଛି। ଏହା ପ୍ରତି ନୂଆ ଅପ୍‌ଡେଟ୍‌ ସହ ଆହୁରି ଆକର୍ଷଣୀୟ ଓ ଟ୍ରେଣ୍ଡି ହୋଇପାରିଛି। ୨୦୨୨ ପ୍ରିମିୟମ ଏଡିଶନ ସହ ଆମେ ସମ୍ପୂର୍ଣ୍ଣ ନୂଆ ଅବତାରରେ ଆକ୍ଟିଭାକୁ ଆଣିଥିବାରୁ ଉଲ୍ଲସିତ। ଏହାର ଗ୍ରାହକମାନଙ୍କୁ ସୁବର୍ଣ୍ଣ ସ୍ପର୍ଶ ସହ ଅତୁଳନୀୟ ସମୃଦ୍ଧିର ପ୍ରତିଶ୍ରୁତି ପ୍ରଦାନ କରୁଛି।

ଆକ୍ଟିଭା ପ୍ରିମିୟମ ଏଡିଶନ ୩ଟି ଆକର୍ଷଣୀୟ ରଙ୍ଗ-ମ୍ୟାଟ୍‌ ସାଙ୍ଗ୍ରିଆ ରେଡ୍‌ ମେଟାଲିକ୍‌, ମ୍ୟାଟ୍‌ ମାର୍ସଲ୍‌ ଗ୍ରିନ୍‌ ମେଟାଲିକ୍‌ ଓ ପର୍ଲ ସାଇରନ୍‌ ବ୍ଲୁ ରଙ୍ଗରେ ଉପଲବ୍ଧ ହେଉଛି। ସମ୍ପୂର୍ଣ୍ଣ ନୂଆ ଆକ୍ଟିଭା ପ୍ରିମିୟମ ଏଡିଶନ କେବଳ ଡିଲକ୍ସ ଭାରିଆଣ୍ଟରେ ଉପଲବ୍ଧ ହେବ ଏବଂ ଏହାର ମୂଲ୍ୟ (ଏକ୍ସ ଶୋ’ରୁମ୍‌, ଦିଲ୍ଲୀ) ୭୫,୪୦୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri