ପରିବର୍ତ୍ତନ ହୋଇପାରେ ଜିଏସ୍‌ଟି ହାର

ନୂଆଦିଲ୍ଲୀ,୧୮।୮: ଦେଶର ଅର୍ଥନୀତିକୁ ସବଳ କରିବା ସହ ଟିକସ ଆଦାୟ କ୍ଷେତ୍ରରେ ରହିଥିବା କିଛି କାର୍ଯ୍ୟକୁ ଶେଷ କରିବା ପାଇଁ ନିକଟରେ ଶେଷ ହୋଇଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏଭଳି କିଛି ବିଷୟ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ସେହିଭଳି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଥିବା ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକରେ ମଧ୍ୟ ଜିଏସ୍‌ଟି ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ସେହିପରି ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ହାରରେ ଆଉ ଥରେ ପରିବର୍ତ୍ତନ କରିବା ସହ ଓଲଟା ଟିକସ ଢାଞ୍ଚାରେ ଆଉ କିଛିଟା କାମ ବାକି ରହିଛି ଯାହାକୁ ଶେଷ କରିବା ବିଷୟରେ କର୍ନାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ନେତ୍ୱତ୍ୱାଧୀନ ମନ୍ତ୍ରୀ ଗୋଷ୍ଠୀ ଏ ନେଇ ବିଚାର କରୁଛି। ଆସନ୍ତା ସେପ୍ଟେମ୍ବରରେ ତାମିଲନାଡୁର ମଦୁରାଇଠାରେ ଜିଏସ୍‌ଟି ପରିଷଦର ଆଗାମୀ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ଉକ୍ତ ବୈଠକ ପୂର୍ବରୁ ଟିକସ ହାରରେ ପରିବର୍ତ୍ତନ ପାଇଁ ମନ୍ତ୍ରୀ ଗୋଷ୍ଠୀ ସୁପାରିସ କରିବ ବୋଲି ସୂଚନା ମିଳିଛି। ଫଳରେ ଓଲଟା ଟିକସ ଢାଞ୍ଚାକୁ ନେଇ ଗତ ଦୁଇ ଥରରେ ବହୁତ ଭଲ କାମ ହୋଇଛି। ଆଉ ଯାହା କିଛି ବାକି ରହିଛି ତାହା ଏଥର ଶେଷ କରାଯିବ। ବିଶେଷ କରି ବୟନ, ଅଟୋମୋବାଇଲ୍‌, ୟୁରିଆ ଓ ଅନ୍ୟାନ୍ୟ ସାରର କଞ୍ଚାମାଲ, କେତେକ ଇଲେକ୍ଟ୍ରୋନିକ୍‌ ଉପାଦାନ ଓ ଇଲେକ୍ଟ୍ରିକ୍‌ ଗାଡ଼ିକୁ ନେଇ ରହିଥିବା ଟିକସ ଢାଞ୍ଚାରେ ପରିବର୍ତ୍ତନ କରାଯିବ। ବର୍ତ୍ତମାନ ଏହି କ୍ଷେତ୍ରର କମ୍ପାନୀଗୁଡ଼ିକ ପୁଞ୍ଜି ସାମଗ୍ରୀ ମଗାଇବା ବେଳେ ଯେଉଁ ଇନ୍‌ପୁଟ୍‌ ଟ୍ୟାକ୍ସ ଦେଉଛନ୍ତି ତାହାକୁ ବ୍ୟବହାର କରିପାରୁ ନ ଥିବା ବେଳେ ସେସବୁ ମଧ୍ୟ ଫେରି ପାଉନାହାନ୍ତି। ଫଳରେ ସେମାନଙ୍କ କାର୍ଯ୍ୟକାରୀ ପୁଞ୍ଜି ଖର୍ଚ୍ଚ ଅଧିକ ରହୁଛି।

ଗତ ବର୍ଷ ସେପ୍ଟେମ୍ବରରେ ଜୋତା, ଚପଲ ଓ ବୟନ କ୍ଷେତ୍ରର ଓଲଟା ଟିକସ ଢାଞ୍ଚାକୁ ବଦଳାଇବା ଲାଗି ଜିଏସ୍‌ଟି ପରିଷଦ ନିଷ୍ପତ୍ତି ନେଇଥିଲା। ଏକ ହଜାର ଟଙ୍କା ପର୍ଯ୍ୟନ୍ତର ଜୋତା, ଚପଲ ଉପରେ ୧୨% ହାରରେ ଜିଏସ୍‌ଟି ଲଗାଇବାକୁ ନିଷ୍ପତ୍ତି ହୋଇଥିଲା, ଯାହା ଚଳିତ ବର୍ଷ ଜାନୁୟାରୀରୁ ଲାଗୁ ହୋଇଛି। ପୂର୍ବରୁ ଏଥିରେ ୫% ଜିଏସ୍‌ଟି ଲଗାଯାଇଥିଲା। ବୟନ ସାମଗ୍ରୀ ପାଇଁ ମଧ୍ୟ ସେହି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ରାଜସ୍ଥାନ,ତେଲଙ୍ଗାନା, ପଶ୍ଚିମବଙ୍ଗ ଓ ଦିଲ୍ଲୀ ଭଳି ବହୁ ରାଜ୍ୟ ସେହି ପ୍ରସ୍ତାବକୁ ବିରୋଧ କରିବା ପରେ ତାହା ପ୍ରତ୍ୟାହାର ହୋଇଥିଲା। ଚଳିତ ବର୍ଷ ଜୁନ୍‌ରେ ଆଉ କିଛି ସାମଗ୍ରୀ ଯଥା ଖାଇବା ତେଲ, ସୋଲାର ୱାଟର ହିଟର,ଏଲ୍‌ଇଡି ଲ୍ୟାମ୍ପ୍‌, ଛାପା କାଳି ଓ ଛୁରି ଭଳି ସାମଗ୍ରୀ ଉପରେ ଓଲଟା ଟିକସ ଢାଞ୍ଚାରେ ପରିବର୍ତ୍ତନ କରାଯାଇଥିଲା। ଏଥି ସହିତ ପୂର୍ବରୁ ପ୍ୟାକେଟ୍‌ ହୋଇ ବିକ୍ରି ହେଉଥିବା ଓ ପୂର୍ବରୁ ଲେବୁଲ୍‌ ହୋଇଥିବା ରିଟେଲ୍‌ ପ୍ୟାକ୍‌ ଉପରେ ୫% ଜିଏସ୍‌ଟି ଲାଗୁ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri