ର଼୍ୟାଗିଂ: ୩ୟ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର,୪ା୭(ବ୍ୟୁରୋ): ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକ ର଼୍ୟାଗିଂ ମୁକ୍ତ ହୋଇପାରୁନାହିଁ। ସିନିୟରଙ୍କ ନିର୍ଯାତନାରେ ବହୁ ଛାତ୍ରୀଛାତ୍ରଙ୍କ କେବଳ ଭବିଷ୍ୟତ ନଷ୍ଟ ହେଉନି, ବରଂ ଅକାଳରେ ଜୀବନ ମଧ୍ୟ ଯାଉଛି। ର଼୍ୟାଗିଂ ରୋକିବା ନିମନ୍ତେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ରେଗୁଲେଶନ ଏବଂ ସରକାରୀ ନିର୍ଦ୍ଦେଶନାମା ପାଳନ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆନ୍ତରିକତା ନ ଥିବାରୁ ଜୁନିୟରଙ୍କ ପ୍ରତି ସିନିୟରଙ୍କ ନିର୍ଯାତନା ସୀମା ଟପୁଛି। ତେଣୁ ଗତ ୨ ବର୍ଷ ମଧ୍ୟରେ ଶିକ୍ଷାନୁଷ୍ଠାନ ର଼୍ୟାଗିଂ କ୍ଷେତ୍ରରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି। ୟୁଜିସିର ଆଣ୍ଟି-ର଼୍ୟାଗିଂ ହେଲ୍‌ପଲାଇନ ସୂତ୍ରରୁ ଏହା ଜଣାପଡ଼ିଛି।

ଦେଶରେ ଉଚ୍ଚ ଶିକ୍ଷାନୁଷ୍ଠାନ ବିଶେଷକରି ମେଡିକାଲ ଏବଂ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ର଼୍ୟାଗିଂ ଘଟଣା ଅଧିକ। ୟୁଜିସି ଆଣ୍ଟି-ର଼୍ୟାଗିଂ ହେଲ୍‌ପଲାଇନ ଅନୁଯାୟୀ ଗତ ଦୁଇ ଶିକ୍ଷାବର୍ଷ ଅର୍ଥାତ୍‌ ୨୦୨୦-୨୧ ଏବଂ ୨୦୨୧-୨୨ରେ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକରେ ମୋଟ ୬୦ଟି ର଼୍ୟାଗିଂ ଅଭିଯୋଗ ହୋଇଛି। ସେଥିମଧ୍ୟରୁ ୨୦୨୧-୨୨ରେ ୨୧ଟି ଘଟଣା ରହିଛି। ଏହି ଦୁଇ ବର୍ଷର ର଼୍ୟାଗିଂକୁ ନେଇ ଓଡ଼ିଶା ସାରା ଦେଶରେ ୩ୟ ସ୍ଥାନରେ ରହିଛି। ଏ କ୍ଷେତ୍ରରେ ଉତ୍ତରପ୍ରଦେଶ ଏବଂ ବିହାର ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଉତ୍ତରପ୍ରଦେଶରେ ସର୍ବାଧିକ ୧୪୧ ଏବଂ ବିହାରରେ ୬୮ ର଼୍ୟାଗିଂ ଅଭିଯୋଗ ହୋଇଛି। ଓଡ଼ିଶା ପଛକୁ ୪ର୍ଥ ସ୍ଥାନରେ ମଧ୍ୟପ୍ରଦେଶ ଥିବାବେଳେ ସେଠାରେ ୫୦ ଘଟଣା ଘଟିଛି।
ଓଡ଼ିଶାର ର଼୍ୟାଗିଂ କଥା ଦେଖିଲେ, ଭୁବନେଶ୍ୱର ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କାରୁବାକୀ ଛାତ୍ରୀନିବାସ ଅନ୍ତେବାସୀ ରୁଚିକା ମହାନ୍ତି ୩ ସିନିୟର ଛାତ୍ରୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଶନିବାର ଆତ୍ମହତ୍ୟା କରିଛନ୍ତି। ଏହାକୁ ନେଇ ରାଜ୍ୟର ବିଭିନ୍ନ ମହଲରେ କ୍ଷୋଭ ପ୍ରକାଶ ପାଇଛି। ନିକଟରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ର଼୍ୟାଗିଂ ଯୋଗୁ ଘଟିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଦେଶରେ ଚହଳ ସୃଷ୍ଟି ହେବା ସହ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ତଦନ୍ତ କରାଯାଉଛି। ଏହି ଘଟଣା ସମସ୍ତଙ୍କ ମନରେ ସତେଜ ଥିବାବେଳେ ଶନିବାର ଆଉ ଏକ ର଼୍ୟାଗିଂଜନିତ ମୃତ୍ୟୁ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ୨୦୨୧-୨୨ରେ ୧୬ଜଣ ଛାତ୍ର ଏବଂ ୫ଜଣ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ମୋଟ ୨୧ ମାମଲା ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି। ସେଥିମଧ୍ୟରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ସର୍ବାଧିକ ୯ ର଼୍ୟାଗିଂ ଘଟଣା ଘଟିଥିବାବେଳେ ଢେଙ୍କାନାଳ ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ୮ ଏବଂ ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିୁଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚରେ ୫ଟି ଘଟଣା ଘଟିଛି।
ର଼୍ୟାଗିଂ ନିୟନ୍ତ୍ରଣ ପାଇଁ ୨୦୦୯ରୁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ୟୁଜିସି ରେଗୁଲେଶନ କାର୍ଯ୍ୟକାରୀ ହୋଇଛି। ଏହା ସତ୍ତ୍ୱେ ରାଜ୍ୟରେ ର଼୍ୟାଗିଂ ଭୟ ହଟିପାରିନାହିଁ। ଫଳରେ ଓଡ଼ିଶା ଦେଶର ଟପ୍‌-୫ ରାଜ୍ୟ ମଧ୍ୟରେ ରହିଛି, ଯେଉଁଠି ଗତ ୧୩ ବର୍ଷ (୨୦୦୯ରୁ ୨୦୨୨)ରେ ୬୦୨ଟି ର଼୍ୟାଗିଂ ଘଟଣା ପଞ୍ଜୀକୃତ ହୋଇଛି। ଅଭିଯୋଗ ଅନୁଯାୟୀ ଆହୁରି ଅନେକ କ୍ୟାମ୍ପସ୍‌ ନିର୍ଯାତନା ଯେପରି କି ସେକ୍ସୁଆଲ ହାରାସମେଣ୍ଟ ଘଟଣା ଚାପି ହୋଇ ରହିଯାଉଛି। ଏପରି କି ବହୁ ଘଟଣାକୁ ପ୍ରଭାବଶାଳୀ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଚାପି ଦେବାରେ ସଫଳ ହେଉଛନ୍ତି।
ରାଜ୍ୟର ପ୍ରତ୍ୟେକ ଉଚ୍ଚ ଶିକ୍ଷାନୁଷ୍ଠାନରେ ୪/୫ ସଦସ୍ୟ ବିଶିଷ୍ଟ ଆଣ୍ଟି-ର଼୍ୟାଗିଂ ସେଲ୍‌ ରହିଛି। କେତେକ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଏବଂ କର୍ମଚାରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆଣ୍ଟି-ର଼୍ୟାଗିଂ ସେଲ୍‌ରେ ଅଧିକ ସଦସ୍ୟ ରହୁଛନ୍ତି। ସେମାନଙ୍କ କାର୍ଯ୍ୟ ହେଉଛି କ୍ୟାମ୍ପସରେ ୟୁଜିସି ରେଗୁଲେଶନ କାର୍ଯ୍ୟକାରୀ କରି ର଼୍ୟାଗିଂକୁ ରୋକିବା। ଶିକ୍ଷାନୁଷ୍ଠାନଗୁଡ଼ିକ ସିସିଟିଭି କ୍ୟାମେରା ଲଗାଇ ଛାତ୍ରୀଛାତ୍ରଙ୍କ ଉପରେ ନଜର ରଖିବେ ଏବଂ କ୍ୟାମ୍ପସର ପ୍ରମୁଖ ସ୍ଥାନଗୁଡ଼ିକରେ ଆଲାର୍ମ ବେଲ୍‌ ଲଗାଇବାକୁ ନିର୍ଦ୍ଦେଶ ରହିଛି। ସେହିପରି ନାମଲେଖାବେଳେ ଛାତ୍ରୀଛାତ୍ରଙ୍କଠାରୁ ର଼୍ୟାଗିଂରେ ସମ୍ପୃକ୍ତି ନ ହେବା ପାଇଁ ଅଣ୍ଡରଟେକିଂ ଲେଟର ଲୋଡ଼ାଯାଉଛି। କିନ୍ତୁ ଆଣ୍ଟି-ର଼୍ୟାଗିଂ ସେଲ୍‌ର ନିଷ୍କ୍ରିୟତା ଏବଂ କଲେଜ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାରୁ ସବୁ ବ୍ୟବସ୍ଥା ଫସର ଫାଟିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri