ଛେରାପହଁରା କରନ୍ତି ଗାଁର ଗୌନ୍ତିଆ

ଶ୍ରୀମନ୍ଦିର ଉପରେ ଅଠର ଥର ଆକ୍ରମଣ ହୋଇଥିବା ଇତିହାସରୁ ଜଣାଯାଏ। ସେଥିମଧ୍ୟରୁ ରକ୍ତବାହୁଙ୍କ ଆକ୍ରମଣ ଥିଲା ପ୍ରଥମ। ରକ୍ତବାହୁଙ୍କ ଶ୍ରୀକ୍ଷେତ୍ର ଆକ୍ରମଣ ସମୟରେ ମହାପ୍ରଭୁ ଜଳଯାତ୍ରାରେ ଯାଇ ସୁବର୍ଣ୍ଣପୁର ଜିଲା କୋଟସମଲାଇସ୍ଥିତ ଛଳିଆ ପାହାଡ଼ ଗୁମ୍ଫାରେ ପାତାଳି ହୋଇଥିଲେ। ମହାପ୍ରଭୁ ଏହିଠାରେ ୧୪୪ ବର୍ଷ ଧରି ଗୋପନ ପାତାଳି ଲୀଳା କରିଥିଲେ, ଯାହାକି ପ୍ରାମାଣିକ ତଥ୍ୟ ଭାବେ ମାଦଳା ପାଞ୍ଜି ସମେତ ବହୁ ଐତିହାସିକ ସ୍ବୀକୃତି ରହିଛି। ଏଠାରେ ୨୦୧୧ରୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପ୍ରଦତ୍ତ ଚତୁର୍ଦ୍ଧା ମୂର୍ତ୍ତି ଏକ ଅସ୍ଥାୟୀ ଘରେ ପୂଜା ପାଉଛନ୍ତି। ଗତ ୧୨ବର୍ଷ ଧରି ପୁରୀ ଶ୍ରୀମନ୍ଦିରର ରୀତିନୀତି ଅନୁଯାୟୀ ଏଠାରେ ରଥଯାତ୍ରା ପାଳନ ହୋଇଆସୁଛି। ଛଳିଆ ପାହାଡ଼ ତଳେ ରଥଯାତ୍ରା ଅନୁଷ୍ଠିତ ହୁଏ। ଏଠାକାର ବିଶେଷତ୍ୱ ହେଲା ରଥ ଉପରେ ଓ ପହଣ୍ଡିରେ ଛେରାପହଁରା ଗାଁର ଗୌନ୍ତିଆ ହିଁ କରନ୍ତି। କୋଟସମଲାଇ ଗାଁର ଗୌନ୍ତିଆ ଚମରା ଅମାତ ରଥରେ ଛେରାପହଁରା କରୁଥିବା ବେଳେ କ୍ଷେମାଲୋଏର ଗୌନ୍ତିଆ ମିତ୍ରଭାନୁ ମହାକୁର ଓ ରେଡମର ଗୌନ୍ତିଆ ନରସିଂହ ପଧାନ ପହଣ୍ଡିରେ ଛେରାପହଁରା କରନ୍ତି। ଏଠାକାର ପ୍ରାକୃତିକ ପରିବେଶରେ ପହଣ୍ଡି ଦୃଶ୍ୟ ବେଶ ମନଲୋଭା। ୧୦୦ ମିଟର ପାହାଡ଼ ଉପରୁ ଠାକୁର ପହଣ୍ଡି ହୋଇ ତଳକୁ ଆସନ୍ତି। ଏହି ସମୟରେ ସେବାୟତ ଓ ପଣ୍ଡିତମାନେ ପହଣ୍ଡି ଗୀତ ବୋଲନ୍ତି। ଛତି, ଛତ୍ରୀ, ଆଲଟ, ଚାମର, ଘଣ୍ଟ, ଘଣ୍ଟା ଓ ଶଙ୍ଖ ଧ୍ୱନିରେ କମ୍ପିଥାଏ। ରଥଟଣା ପୁରୀ ଭଳି ସକାଳେ ହୋଇଥାଏ। ସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳାମାନେ ଟାଣିଥାନ୍ତି। କୋଭିଡ୍‌ ମହାମାରୀ ପାଇଁ ୨ବର୍ଷ ରଥ ଗଡ଼ି ନ ଥିଲା। ବିନାଭକ୍ତରେ ନୀତିକାନ୍ତିରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଚଳିତ ଥର ପାତାଳି ଶ୍ରୀକ୍ଷେତ୍ରରେ ରଥ ଗଡ଼ିବ, ତେଣୁ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସୁକତା ପ୍ରକାଶ ପାଇଛି ।
– ମୃତ୍ୟୁଞ୍ଜୟ ଶତପଥୀ, ସୋନପୁର


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri