କେନ୍ଦୁଝରର ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ପରମ୍ପରା ବହୁ ପୁରୁଣା। କୁହାଯାଏ, ତତ୍କାଳୀନ ରାଜରାଜୁଡ଼ା ଶାସନ ସମୟ ୧୬୭୧ ମସିହାରେ ପ୍ରତିଷ୍ଠିତ ଶ୍ରୀଜୀଉଙ୍କ ରଥଯାତ୍ରା ଏବେ ମଧ୍ୟ ପାଳନ ହୋଇଆସୁଛି। ଏଠାକାର ଆରାଧ୍ୟ ଦେବତା ଭଗବାନ ବଳଭଦ୍ର ରହିଥିଲେ ହେଁ ରଥର ନାମ ନନ୍ଦିଘୋଷ ରହିଛି।ଏହି ରଥର ଉଚ୍ଚତା ୭୨ ଫୁଟ, ଯାହା ନିକଟରେ ଗିନିଜ୍‌ ବୁକ୍‌ ଅଫ୍‌ ଓାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି। ଏଣୁ ଏହାର ସ୍ବତନ୍ତ୍ରତା ବୃଦ୍ଧି ପାଇଛି। ଦୀର୍ଘ ୩୦୦ରୁ ଅଧିକ ବର୍ଷ ହେଲା କାଠରେ ନିର୍ମିତ ରଥ ପରମ୍ପରା ରହିଆସିଛି। ଏହି ରଥରେ ତିନି ଜୀଉ ବିରାଜମାନ ହୋଇ ଗୁଣ୍ଡିଚା ମନ୍ଦିର ଯାତ୍ରା କରିଥାନ୍ତି। ହଜାର ହଜାର ସଂଖ୍ୟକ ଭକ୍ତ ବଡ଼ଦାଣ୍ଡରେ ରଥକୁ ଟାଣିନେଇଥାନ୍ତି। ଚଳିତ ବର୍ଷ ବଡ଼ଦାଣ୍ଡ ଓ ଏହାର ପାରିପାର୍ଶ୍ୱିକ ସାୈନ୍ଦର୍ଯ୍ୟକରଣ କରାଯାଇଥିବାରୁ ଏହା ଦେଖିବାକୁ ଏବଂ ରଥ ଟାଣିବାକୁ ଅଧିକ ସଂଖ୍ୟାରେ ଭକ୍ତ ଆସିବେ ବୋଲି କୁହାଯାଉଛି। କେନ୍ଦୁଝର ରଥଯାତ୍ରା ନିଆରା, ଯେଉଁଠି ଦେଖିବାକୁ ମିଳେ ଆଦିବାସୀ ପରମ୍ପରାର ଝଲକ। ରାଜରାଜୁଡ଼ା ଅମଳରୁ ରଥଯାତ୍ରା ସମୟରେ ପୁରାତନ ଜନଜାତି ଜୁଆଙ୍ଗ, ଭୂୟାଁ ଓ ଅନ୍ୟ ଆଦିବାସୀମାନଙ୍କୁ ପ୍ରାଧାନ୍ୟ ଦିଆହୋଇଆସୁଛି। ଏଠାରେ ଜୁଆଙ୍ଗ ଓ ଭୂୟାଁ ସଂପ୍ରଦାୟର ଲୋକମାନେ ସ୍ବତନ୍ତ୍ର ଭାବେ ଶିଆଳି ଲଟାର ରଥ ଟାଣିବା ପାଇଁ ଦଉଡ଼ିି ପ୍ରସ୍ତୁତ କରି ଦେଇଥାନ୍ତି। ଏହି ଦଉଡ଼ିରେ ଆଗରୁ ରଥ ଟଣା ହେଉଥିଲା। ସମୟାନୁକ୍ରମେ ଏହି ଦଉଡ଼ି ସହ ଅନ୍ୟ ଦଉଡ଼ିର ବ୍ୟବହାର କରାଯାଉଛି।
ଆଦିବାସୀମାନେ ରଙ୍ଗବେରଙ୍ଗ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ପାହାଡ଼ରୁ ଓହ୍ଲାଇ ବଡ଼ଦାଣ୍ଡକୁ ରଥଯାତ୍ରା ଦେଖିବାକୁ ଆସିଥାନ୍ତି।
ଏଠାରେ ଦିନରାତି ନାଚଗୀତ କରି ଯାତ୍ରା ମନାଇଥାନ୍ତି। ଆଜିକାଲି ଆଧୁନିକତାର ଛାପ ସତ୍ତ୍ୱେ ପୁରୁଣା ପରମ୍ପରାର ଝଲକ ଏବେ ମଧ୍ୟ ଦେଖିବାକୁ ମିଳେ। ଏଣୁ ବନବାସୀମାନେ ମଧ୍ୟ ରଥଯାତ୍ରା ଦେଖିବାକୁ ଆସିବା ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି। ଉପଜିଲାପାଳ ତଥା ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର କିସ୍କୁ କହିଛନ୍ତି, ପରମ୍ପରା ଅନୁଯାୟୀ ରଥଯାତ୍ରା ଅନୁଷ୍ଠିତ ହେବ।
ତେବେ କୋଭିଡ୍‌ ପାଇଁ ଭକ୍ତ ମାନଙ୍କୁ ମାସ୍କ ବ୍ୟବହାର କରିବାକୁ ନିବେଦନ କରାଯାଉଛି। ଅଧିକ ଭକ୍ତଙ୍କ ଆଗମନ ଆଶଙ୍କା କରାଯାଇ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେହିପରି ଭକ୍ତଙ୍କ ସୁରକ୍ଷିତ ଦର୍ଶନ ଲାଗି ବ୍ୟବସ୍ଥା ମଧ୍ୟ ହୋଇଛି। ପହଣ୍ଡିଆ ସେବାୟତ ଧୀରେନ ପଣ୍ଡା କହିଛନ୍ତି ଯେ, ପାରମ୍ପରିକ ରୀତିନୀତିରେ ଯାତ୍ରା ଅନୁଷ୍ଠିତ ହେବ। କିନ୍ତୁ ନବରୂପରେ ବଡ଼ଦାଣ୍ଡ ଓ ସାଜସଜ୍ଜା ସହିତ ବିଶ୍ୱର ସର୍ବୋଚ୍ଚ ରଥକୁ ଦେଖିବାକୁ ମିଳିବ। ୨ ବର୍ଷ ପରେ ଯାତ୍ରା ହେଉଥିବାରୁ ବେଶ୍‌ ଖୁସି ଲାଗୁଛି। ଭକ୍ତ ଦୀପକ ମହାରଣା କହିଛନ୍ତି, ଦୁଇବର୍ଷ ପରେ ରଥଯାତ୍ରା ହେବ। ଏଣୁ ସମସ୍ତେ ଖୁସି। ଏଠାର ସର୍ବୋଚ୍ଚ ରଥ ଓ ବଡ଼ଦାଣ୍ଡର ନବୀକରଣ ଦେଖିବାକୁ ବାହାରେ ରହିଥିବା ବନ୍ଧୁବାନ୍ଧବ, ପରିବାର ଲୋକେ ଚଳିତ ବର୍ଷ ଆସିବେ। ସେବାୟତ ପହଣ୍ଡିଆ ଦେବରାଜ ଆଚାର୍ଯ୍ୟ କହିଛନ୍ତି, ଦୀର୍ଘ ଦୁଇବର୍ଷ ପରେ ଶ୍ରୀଜୀଉ ପହଣ୍ଡି ହୋଇ ରଥାରୂଢ଼ ହେବେ। ଭକ୍ତ ଓ ଭଗବାନ ଏକାକାର ହୋଇଯିବେ। ବଡ଼ଦାଣ୍ଡ ଘଣ୍ଟ, ଶଙ୍ଖ, ହରିବୋଲ, ହୁଳହୁଳି ଆଦି ନାଦରେ ପ୍ରକମ୍ପିତ ହେବ। ଏହି ଅପୂର୍ବ ଦୃଶ୍ୟ ଓ ପରିବେଶ ଦେଖିବାକୁ ସମସ୍ତେ ବ୍ୟାକୁଳ ହୋଇ ଅନେଇ ରହିଛନ୍ତି। ବରିଷ୍ଠ ପୂଜକ ସୁଜିତ ଦାସ କହିଛନ୍ତି, ଦୁଇବର୍ଷ ହେଲା ମନ୍ଦିର ପରିସରରେ ପରମ୍ପରା ରକ୍ଷା କରି ରଥଯାତ୍ରା ପାଳନ ହେଉଥିଲା। ତେବେ ଚଳିତ ବର୍ଷ ଭକ୍ତମାନେ ଶ୍ରୀ ଜୀଉଙ୍କୁ ସର୍ବୋଚ୍ଚ ରଥରେ ଦର୍ଶନ କରି ସାନ୍ନିଧ୍ୟ ଲାଭ କରିବେ।
– ନରେଶ ଚନ୍ଦ୍ର ପଟ୍ଟନାୟକ, କେନ୍ଦୁଝର


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri